ଏଣିକି ବର୍ତ୍ତିପାରିବେନି ଶିକାରୀ, ଜଙ୍ଗଲରେ ପାଦଚିହ୍ନ ଶୁଙ୍ଘି ଖୋଜିବେ ସନ୍ଧାନୀ କୁକୁର

ଭୁବନେଶ୍ବର ୨୮।୮: ଏଣକି ଜଙ୍ଗଲରେ ଶିକାରୀଙ୍କୁ ଖୋଜିବେ ସନ୍ଧାନୀ କୁକୁର । ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନଜରରୁ ଖସିଗଲେ ବି ସେମାନଙ୍କ ପାଦଚିହ୍ନକୁ ଶୁଙ୍ଘି ଘଞ୍ଚ ଜଙ୍ଗଲରୁ କାବୁ କରିବେ ସନ୍ଧାନୀ କୁକୁର । ଏହି ତାଲିମପ୍ରାପ୍ତ କୁକୁର ଗୁଡିକ ଜଙ୍ଗଲରେ ଲୁଚାଯାଇଥିବା ବିସ୍ଫୋରକ ସାମଗ୍ରୀ ସହ ବାଘ ଛାଲ, ହାତୀ ଦାନ୍ତ, ଜଙ୍ଗଲୀ ମାଂସକୁ ଠାବ କରିବେ । ଏହାସହ ଜଙ୍ଗଲରେ ଫସିଯାଇଥିବା ଆଘାତପ୍ରାପ୍ତ ବନ୍ୟଜନ୍ତୁଙ୍କୁ ଉଦ୍ଧାର କାମରେ ଲାଗିବେ । ବନ ବିଭାଗ ପ୍ରଥମେ ୧୦ଟି ଉଚ୍ଚ ତାଲିମପ୍ରାପ୍ତ କୁକୁର ଆଣିବାକୁ ଯୋଜନା କରିଛି । ପ୍ରଥମ ଦଫାରେ ବାରିପଦା, ବାଲେଶ୍ବର, ଅନୁଗୋଳ, ଢେଙ୍କାନାଳ, ହୀରାକୁଦ ଭଳି ୭ଟି ବନଖଣ୍ଡରେ ସନ୍ଧାନୀ କୁକୁର ନିୟୋଜିତ ହେବେ । ଏନେଇ ଟେଣ୍ଡର ଡକାଯାଇଛି । ଚୟନ ବେଳେ ବେଲଜିଆନ ମାଲିନୋସ କୁକୁରକୁ ହିଁ ପ୍ରାଧାନ୍ୟ ଦିଆଯିବ । ଯୋଗ୍ୟ ବିବେଚିତ କୁକୁରକୁ ପ୍ରଥମେ ଦେଢ ମାସ ତାଲିମ ଦିଆଯିବ । ପରେ ସେମାନଙ୍କୁ ଅଭୟାରଣ୍ୟରେ ଛଡାଯିବ । ୬ ମାସ ଯାଏଁ କୁକୁର ଗୁଡିକର ଶିକାର କରିବାର ଯୋଗ୍ୟତା ମପାଯିବ । ଏଭଳି ସନ୍ଧାନୀ କୁକୁର ନିୟୋଜନ କରିବାରେ ଓଡିଶା ପ୍ରଥମ ରାଜ୍ୟ ହେବ । ଆସନ୍ତା ଶୀତ ରତୁ ବେଳକୁ ଜଙ୍ଗଲରେ ଶିକାରୀ ଖୋଜିବେ ସନ୍ଧାନୀ କୁକୁର ।You Can Read:ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ, ୩୭୦ ପେଟ୍ରୋଲ ପମ୍ପରେ ମାପରେ ଗଫଲତି : ଖାଉଟି କଲ୍ୟାଣ ମନ୍ତ୍ରୀ   

ଏଣିକି ବର୍ତ୍ତିପାରିବେନି ଶିକାରୀ, ଜଙ୍ଗଲରେ ପାଦଚିହ୍ନ ଶୁଙ୍ଘି ଖୋଜିବେ ସନ୍ଧାନୀ କୁକୁର

ଭୁବନେଶ୍ବର ୨୮।୮: ଏଣକି ଜଙ୍ଗଲରେ ଶିକାରୀଙ୍କୁ ଖୋଜିବେ ସନ୍ଧାନୀ କୁକୁର । ଏନଫୋର୍ସମେଣ୍ଟ ସ୍କ୍ବାଡ୍ ନଜରରୁ ଖସିଗଲେ ବି ସେମାନଙ୍କ ପାଦଚିହ୍ନକୁ ଶୁଙ୍ଘି ଘଞ୍ଚ ଜଙ୍ଗଲରୁ କାବୁ କରିବେ ସନ୍ଧାନୀ କୁକୁର । ଏହି ତାଲିମପ୍ରାପ୍ତ କୁକୁର ଗୁଡିକ ଜଙ୍ଗଲରେ ଲୁଚାଯାଇଥିବା ବିସ୍ଫୋରକ ସାମଗ୍ରୀ ସହ ବାଘ ଛାଲ, ହାତୀ ଦାନ୍ତ, ଜଙ୍ଗଲୀ ମାଂସକୁ ଠାବ କରିବେ । ଏହାସହ ଜଙ୍ଗଲରେ ଫସିଯାଇଥିବା ଆଘାତପ୍ରାପ୍ତ ବନ୍ୟଜନ୍ତୁଙ୍କୁ ଉଦ୍ଧାର କାମରେ ଲାଗିବେ । ବନ ବିଭାଗ ପ୍ରଥମେ ୧୦ଟି ଉଚ୍ଚ ତାଲିମପ୍ରାପ୍ତ କୁକୁର ଆଣିବାକୁ ଯୋଜନା କରିଛି । ପ୍ରଥମ ଦଫାରେ ବାରିପଦା, ବାଲେଶ୍ବର, ଅନୁଗୋଳ, ଢେଙ୍କାନାଳ, ହୀରାକୁଦ ଭଳି ୭ଟି ବନଖଣ୍ଡରେ ସନ୍ଧାନୀ କୁକୁର ନିୟୋଜିତ ହେବେ । ଏନେଇ ଟେଣ୍ଡର ଡକାଯାଇଛି । ଚୟନ ବେଳେ ବେଲଜିଆନ ମାଲିନୋସ କୁକୁରକୁ ହିଁ ପ୍ରାଧାନ୍ୟ ଦିଆଯିବ । ଯୋଗ୍ୟ ବିବେଚିତ କୁକୁରକୁ ପ୍ରଥମେ ଦେଢ ମାସ ତାଲିମ ଦିଆଯିବ । ପରେ ସେମାନଙ୍କୁ ଅଭୟାରଣ୍ୟରେ ଛଡାଯିବ । ୬ ମାସ ଯାଏଁ କୁକୁର ଗୁଡିକର ଶିକାର କରିବାର ଯୋଗ୍ୟତା ମପାଯିବ । ଏଭଳି ସନ୍ଧାନୀ କୁକୁର ନିୟୋଜନ କରିବାରେ ଓଡିଶା ପ୍ରଥମ ରାଜ୍ୟ ହେବ । ଆସନ୍ତା ଶୀତ ରତୁ ବେଳକୁ ଜଙ୍ଗଲରେ ଶିକାରୀ ଖୋଜିବେ ସନ୍ଧାନୀ କୁକୁର ।

You Can Read:

ମାପ ଓ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି ବ୍ୟବସାୟୀ, ୩୭୦ ପେଟ୍ରୋଲ ପମ୍ପରେ ମାପରେ ଗଫଲତି : ଖାଉଟି କଲ୍ୟାଣ ମନ୍ତ୍ରୀ