ଏଣିକି ରାତିରେ ବି ବୁଲିପାରିବେ ନନ୍ଦନକାନନ, ଆଜିଠୁ ଆରମ୍ଭ ହେଲା ‘ନାଇଟ୍ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମ
ଭୁବନେଶ୍ବର : ଏଣିକି ରାତିରେ ବି ନନ୍ଦନକାନନ ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ। ଆଜିଠୁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ ଆଟ୍ ଜୁ’। ଏହି କାର୍ଯ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ଅନୁମତି ମିଳିବ । ୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ବ୍ୟାଟେରୀ ଗାଡ଼ିରେ ବୁଲି ଦର୍ଶକମାନେ ନନ୍ଦନକାନନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। […]

ଭୁବନେଶ୍ବର : ଏଣିକି ରାତିରେ ବି ନନ୍ଦନକାନନ ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ। ଆଜିଠୁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ ଆଟ୍ ଜୁ’। ଏହି କାର୍ଯ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ଅନୁମତି ମିଳିବ । ୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ବ୍ୟାଟେରୀ ଗାଡ଼ିରେ ବୁଲି ଦର୍ଶକମାନେ ନନ୍ଦନକାନନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ଏହି ସମୟରେ ରାତ୍ରିଚର ପ୍ରାଣୀଙ୍କ ଜୀବନଶୈଳୀର ଅଧ୍ୟୟନ କରିବାକୁ ସୁଯୋଗ ମିଳିବ ।
Nandankanan launches one new innovative educational program" Night Out at Zoo" today. This is an outstanding educational program in which participants can learn about wonderful nighttime adaptations of nocturnal animals when the forests and their diverse inhabitants come to life. pic.twitter.com/X1zvULhp3m
— NANDANKANAN ZOOLOGICAL PARK (@ddnandankanan) March 10, 2024
ନନ୍ଦନକାନନ ପକ୍ଷରୁ କୁହାଯାଇଛି ଯେ ଅନ୍ୟ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଭଳି ଏଠାରେ ମଧ୍ୟ ଏକ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର ନାଁ ‘ନାଇଟ୍ ଆଉଟ ଆଟ୍ ଜୁ’ ରଖାଯାଛି। ଏହା ସଂପୂର୍ଣ୍ଣ ଭାବେ ଗୋଟିଏ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ। କେବଳ ରବିବାର ଏହା ଆୟୋଜନ ହେବ। ପ୍ରତି ରବିବାର ସନ୍ଧ୍ୟା ପରେ ୨୦ ଜଣ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ।ରାତି ସମୟରେ ଚିଡ଼ିଆଖାନାର ସ୍ୱତନ୍ତ୍ରତା ଯେମିତି କ୍ଷୁଣ୍ଣ ନ ହେବ, ତା’କୁ ଦୃଷ୍ଟି ରଖି ଧାର୍ଯ୍ୟ ଦର୍ଶକଙ୍କ ସଂଖ୍ୟା ଠାରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥି ସହିତ ନାଇଟ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମରେ ଫଟୋ କିମ୍ବା ଭିଡିଓ ରେକର୍ଡିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ।