ଦିନ ଦ୍ବିପହରରେ ଘରେ କଳାକନା ବୁଲାଇଲେ ଚୋର
ବଣାଇଁ: ବଣାଇଁ ଅଞ୍ଚଳରେ ମାତିଛନ୍ତି ଚୋର। ଘରେ ତାଲା ପକାଇ ସମସ୍ତେ ନିଜ ନିଜ କାର୍ଯ୍ୟ ସ୍ଥଳକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର। ବଣାଇଁ ଥାନା କେନାଭେଟା ଗ୍ରାମରେ ବଡଧରଣର ଚୋରି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କେନାଭେଟା ଗ୍ରାମ ମୁଖ୍ୟରାସ୍ତା କଡ଼ରେ କିଶୋର ସାହୁ ଘର କରି ରହୁଛନ୍ତି। କିଶୋର ଗାଁ ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିବା ବେଳେ ଝିଅ ବଣାଇଁରେ କାର୍ଯ୍ୟରତ ଅଛନ୍ତି। ତେଣୁ ସବୁଦିନ ଭଳି […]

ବଣାଇଁ: ବଣାଇଁ ଅଞ୍ଚଳରେ ମାତିଛନ୍ତି ଚୋର। ଘରେ ତାଲା ପକାଇ ସମସ୍ତେ ନିଜ ନିଜ କାର୍ଯ୍ୟ ସ୍ଥଳକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର। ବଣାଇଁ ଥାନା କେନାଭେଟା ଗ୍ରାମରେ ବଡଧରଣର ଚୋରି ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ କେନାଭେଟା ଗ୍ରାମ ମୁଖ୍ୟରାସ୍ତା କଡ଼ରେ କିଶୋର ସାହୁ ଘର କରି ରହୁଛନ୍ତି। କିଶୋର ଗାଁ ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିବା ବେଳେ ଝିଅ ବଣାଇଁରେ କାର୍ଯ୍ୟରତ ଅଛନ୍ତି। ତେଣୁ ସବୁଦିନ ଭଳି ଆଜି ମଧ୍ୟ ବାପା ଓ ଝିଅ ନିଜ ନିଜର କାର୍ଯ୍ୟ ସ୍ଥଳକୁ ଯାଇଥିବା ବେଳେ କିଶୋରଙ୍କ ସ୍ତ୍ରୀ ଘରେ ତାଲା ପକାଇ କୈାଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗରେ ଦୂର୍ବୁତ ମାନେ ଘରତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନାଗହଣା ଲୁଟିନେଇ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି।
ପରିବାର ଲୋକେ ଘରକୁ ଫେରିବା ପରେ ଘର ଭିତରେ ଆଲମାରୀ, ବାକ୍ସ ସବୁକିଛି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ଚୋର ଘରେ ପଶି କଳାକନା ବୁଲେଇ ଫେରାର ହୋଇ ଯାଇଥିଲେ। କୋଠରୀ ସବୁ ଖୋଲାଥିବା ବେଳେ ଆଲମିରା ତାଡି ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଜଣା ପଡିଥିଲା।
ଏ ନେଇ କିଶୋର ବଣାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବଣାଇ ଥାନା ପୋଲିସ ସହିତ ରାଉରକେଲାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି। ସେପଟେ ମୁଖ୍ୟ ରାସ୍ତା କଡ଼ରେ ଥିବା ଘରୁ ଚୋରି ହୋଇଥିବା ଘଟଣା ଦେଖିଲେ ଅନୁମାନ କରାଯାଉଛି ଯେ ଦୁର୍ବୃତ୍ତମାନେ ଦିନ ଦ୍ବିପହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରିଛନ୍ତି।