ଏଣିକି ରେକର୍ଡ ହୋଇପାରିବ ରାତିରେ ଦେଖୁଥିବା ସ୍ୱପ୍ନ

ଟୋକିଓ: ଶୋଇବା ବେଳେ ସମସ୍ତେ ସ୍ୱପ୍ନ ଦେଖନ୍ତି; ମାତ୍ର ଏହାକୁ ମନେରଖିବା ଅନେକଙ୍କ ପାଇଁ ସମ୍ଭବ ହୁଏନାହିଁ। ଏବେ ଜାପାନର ବୈଜ୍ଞାନିକମାନେ ଏପରି ଏକ ଉପକରଣ ଉଦ୍‌ଭାବନ କରିଛନ୍ତି, ଯାହା ସ୍ୱପ୍ନକୁ ରେକର୍ଡ କରିପାରିବ। ପରବର୍ତ୍ତୀ ସମୟରେ ଏହାକୁ ଭିଡିଓ ପରି ପୁନର୍ବାର ଦେଖିହେବ। କ୍ୟାଟୋର ଏଟିଆର୍‌ କମ୍ୟୁଟେସନାଲ ନ୍ୟୁରୋସାଇନ୍ସ ପ୍ରୟୋଗଶାଳାର ବୈଜ୍ଞାନିକମାନେ ସ୍ନାୟୁର କାର୍ଯ୍ୟକଳାପକୁ ବିସ୍ତୃତ ରେକର୍ଡ କରିବା ନିମନ୍ତେ ଏପରି ଏକ ଯନ୍ତ୍ରାଂଶର ଉଦ୍‌ଭାବନରେ ଲାଗିଛନ୍ତିି, ଯାହା ନିଦ୍ରାବସ୍ଥାରେ ମସ୍ତିଷ୍କରେ ପରିଚାଳିତ ହେଉଥିବା ଦୃଶ୍ୟାଂଶ […]

ଏଣିକି ରେକର୍ଡ ହୋଇପାରିବ ରାତିରେ ଦେଖୁଥିବା ସ୍ୱପ୍ନ
Dreams can now be recorded at night

ଟୋକିଓ: ଶୋଇବା ବେଳେ ସମସ୍ତେ ସ୍ୱପ୍ନ ଦେଖନ୍ତି; ମାତ୍ର ଏହାକୁ ମନେରଖିବା ଅନେକଙ୍କ ପାଇଁ ସମ୍ଭବ ହୁଏନାହିଁ। ଏବେ ଜାପାନର ବୈଜ୍ଞାନିକମାନେ ଏପରି ଏକ ଉପକରଣ ଉଦ୍‌ଭାବନ କରିଛନ୍ତି, ଯାହା ସ୍ୱପ୍ନକୁ ରେକର୍ଡ କରିପାରିବ। ପରବର୍ତ୍ତୀ ସମୟରେ ଏହାକୁ ଭିଡିଓ ପରି ପୁନର୍ବାର ଦେଖିହେବ। କ୍ୟାଟୋର ଏଟିଆର୍‌ କମ୍ୟୁଟେସନାଲ ନ୍ୟୁରୋସାଇନ୍ସ ପ୍ରୟୋଗଶାଳାର ବୈଜ୍ଞାନିକମାନେ ସ୍ନାୟୁର କାର୍ଯ୍ୟକଳାପକୁ ବିସ୍ତୃତ ରେକର୍ଡ କରିବା ନିମନ୍ତେ ଏପରି ଏକ ଯନ୍ତ୍ରାଂଶର ଉଦ୍‌ଭାବନରେ ଲାଗିଛନ୍ତିି, ଯାହା ନିଦ୍ରାବସ୍ଥାରେ ମସ୍ତିଷ୍କରେ ପରିଚାଳିତ ହେଉଥିବା ଦୃଶ୍ୟାଂଶ ଓ ସ୍ନାୟୁର ବିଭିନ୍ନ ଗତିବିଧିକୁ ରେକର୍ଡ କରିପାରିବ। ପ୍ରୟୋଗଶାଳାର ପ୍ରଫେସର ୟୁକିୟାସୁ କାମିତାନୀ ଏ ସଂକ୍ରାନ୍ତରେ କହିଛନ୍ତି ଯେ ସ୍ୱପ୍ନ ହେଉଛି ଅବଚେତନ ମନର ଏକ ପ୍ରତିଫଳନ। ମଣିଷର ମସ୍ତିଷ୍କରେ ନିରନ୍ତର ଭାସମାନ ଚିନ୍ତା ଓ ଚେତନା ଅନେକ ସମୟରେ ସ୍ୱପ୍ନ ଭାବରେ ଦେଖା ଯାଇଥାଏ। ତେଣୁ ମସ୍ତିଷ୍କର ଗତିବିଧିିକୁ ତର୍ଜମା କରି ମଣିଷ ଦେଖୁଥିବା ସ୍ୱପ୍ନର ଅର୍ଥ ବିଶ୍ଳେଷଣ କରାଯିବା ସମ୍ଭବ। ସମ୍ପ୍ରତି ଏହି ଯନ୍ତ୍ରାଂଶଟିର ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି ଓ ଖୁବ୍‌ଶୀଘ୍ର ଏହି ଉପକରଣର ନିର୍ମାଣ ଶେଷ ହେବ ବୋଲି ପ୍ରୟୋଗଶାଳାର ବୈଜ୍ଞାନିକମାନେ ଆଶା ରଖିଛନ୍ତି।