ସତର୍କ ରୁହନ୍ତୁ ଏହି ସବୁ ଜିଲ୍ଲାବାସୀ, ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ପାଗ ଠିକ୍‌ ରହିବା ସହ ଖରା ହେଉଥିବା ବେଳେ ଅଚାନକ କଳାହାଣ୍ଡିଆ ମେଘ ଘୋଟିଆସୁଛି। ଆଉ ଏହାପରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା-ପବନ ହେଉଛି। ରାଜ୍ୟରେ ଏପରି ସ୍ଥିତି ଆହୁରି ୪ ଦିନ ଅର୍ଥାତ ୨୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। […]

ସତର୍କ ରୁହନ୍ତୁ ଏହି ସବୁ ଜିଲ୍ଲାବାସୀ, ଆଗାମୀ ୩ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି
heavy rain alert issued in the next two hours

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ପାଗ ଠିକ୍‌ ରହିବା ସହ ଖରା ହେଉଥିବା ବେଳେ ଅଚାନକ କଳାହାଣ୍ଡିଆ ମେଘ ଘୋଟିଆସୁଛି। ଆଉ ଏହାପରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା-ପବନ ହେଉଛି। ରାଜ୍ୟରେ ଏପରି ସ୍ଥିତି ଆହୁରି ୪ ଦିନ ଅର୍ଥାତ ୨୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଗାମୀ ତିନି ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଭଦ୍ରକ, ବାଲେଶ୍ବର, ଯାଜପୁର ଏବଂ କୋରାପୁଟ ଜିଲ୍ଲାର ଘଡ଼ଘଡ଼ି, ବିଜୁଳି ସହିତ ପ୍ରବଳ ବର୍ଷା ହେବ। ଏଥି ସହିତ ସେହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ଘଣ୍ଟା ପ୍ରତି ପବନ ବହିବ। ଏନେଇ ଏହି ସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେପଟେ ଆଗାମୀ ୩ ଘଣ୍ଟା ଭିତରେ ଗଜପତି, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, କଟକ ଏବଂ ମାଲିକାନଗିରି ଜିଲ୍ଲାର କିଛି ଅଂଶରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ୪୦ କିଲୋମିଟର ରହିବାର ସମ୍ଭାବନା ରହିଥିବା ବେଳେ ପ୍ରବଳ ବଜ୍ରପାତ ହେବ। ଏଣୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ପରାମର୍ଶ  ଦେବା ସହ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।