ଏତେ ବଡ଼ ଜିନ୍ସ !
ଜିନ୍ସର ଫ୍ୟାଶନ୍ କାହିଁ କେବେଠୁ ରହି ଆସିଛି। ଖାସ୍କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍ ଅଧିକ ଥାଏ। ବହୁତ କମ୍ ଲୋକ ଥିବେ ଯେଉଁମାନେ କି ଜିନ୍ସ ପ୍ୟାଣ୍ଟ ପିନ୍ଧୁ ନ ଥିବେ। ହେଲେ ଏଠି ଯେଉଁ ଜିନ୍ସ କଥା କୁହାଯାଉଛି ତାହା ଏତେ ବଡ଼ ଯେ, ତାକୁ ପିନ୍ଧିବା ଅସମ୍ଭବ। ଏହା କେତେ ବଡ଼ ଅନୁମାନ ବି କରିପାରିବେନି। ଚାଇନାର ଏକ କପଡ଼ା ନିର୍ମାତା କମ୍ପାନୀ ଏହି ଜିନ୍ସକୁ ତିଆରି କରିଛି, ଯାହାକି ପୃଥିବୀର ସବୁଠାରୁ […] The post ଏତେ ବଡ଼ ଜିନ୍ସ ! appeared first on Dharitri Odia News.
ଜିନ୍ସର ଫ୍ୟାଶନ୍ କାହିଁ କେବେଠୁ ରହି ଆସିଛି। ଖାସ୍କରି ଯୁବପିଢିଙ୍କ ମଧ୍ୟରେ ଏହାର କ୍ରେଜ୍ ଅଧିକ ଥାଏ। ବହୁତ କମ୍ ଲୋକ ଥିବେ ଯେଉଁମାନେ କି ଜିନ୍ସ ପ୍ୟାଣ୍ଟ ପିନ୍ଧୁ ନ ଥିବେ। ହେଲେ ଏଠି ଯେଉଁ ଜିନ୍ସ କଥା କୁହାଯାଉଛି ତାହା ଏତେ ବଡ଼ ଯେ, ତାକୁ ପିନ୍ଧିବା ଅସମ୍ଭବ। ଏହା କେତେ ବଡ଼ ଅନୁମାନ ବି କରିପାରିବେନି। ଚାଇନାର ଏକ କପଡ଼ା ନିର୍ମାତା କମ୍ପାନୀ ଏହି ଜିନ୍ସକୁ ତିଆରି କରିଛି, ଯାହାକି ପୃଥିବୀର ସବୁଠାରୁ ବଡ଼ ଜିନ୍ସର ମାନ୍ୟତା ପାଇଛି। ୩୦ଜଣ କାରିଗର ୧୮ ଦିନ କାମ କରି ଏହି ବିରାଟକାୟ ଜିନ୍ସ ତିଆରି କରିଛନ୍ତି। ଏହି ଜିନ୍ସର ଲମ୍ବ ୭୬.୩୪ ମିଟର ଓ ଅଣ୍ଟାର ପରିଧି ୫୮.୧୬୪ ମିଟର। ଏହାର ଆକାର ଏତେ ବଡ଼ ଯେ, ଲିନିଂ ଟାଓ୍ବାର ଅଫ୍ ପିସା ବି ଛୋଟ ଲାଗିବ। ଚାଇନାସ୍ଥ ୟୁଲିନ ସିଟିର ୟିକ୍ସିଂ ଟେକ୍ସଟାଇଲ ଲିମିଟେଡ କମ୍ପାନୀ ଏହାକୁ ତିଆରି କରିଛି। ଏହି ଜିନ୍ସ ତିଆରି କରିବାକୁ ୧୮୦୪୪ ଫୁଟ ୬ ଇଞ୍ଚ ଡେନିମ କପଡା ବ୍ୟବହାର କରାଯାଇଛି। ଏଥିରେ ୭.୮ମିଟର ଲମ୍ବା ଜିପର୍ ଓ ୧.୨ ମିଟର ବ୍ୟାସର ଷ୍ଟେନଲେସ୍ ଷ୍ଟିଲ ବଟନ୍ ଲାଗିଛି। ସେହି ବଟନ୍ର ଓଜନ ୩.୬ ଟନ୍। ଏଥିରୁ ହିଁ ଅନୁମାନ କରିପାରୁଥିବେ ଏହା କେତେ ବଡ଼ ହୋଇଥିବ।
The post ଏତେ ବଡ଼ ଜିନ୍ସ ! appeared first on Dharitri Odia News.