ପ୍ରବାସୀ ଓଡିଆ ସଙ୍ଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ୯୦ତମ ଉତ୍କଳ ଦିବସ ପାଳିତ
ଦୋହା : ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ୯୦ତମ ଉତ୍କଳ ଦିବସ ଗତ ଅପ୍ରେଲ ମାସ ୧୧ ତାରିଖରେ କାତାରସ୍ଥିତ ହଲିଡେ ଭିଲ୍ଲା ହୋଟେଲ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ସଂଧ୍ୟାକୁ କାତାରସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ଜ୍ଞାନବୀର ସିଂହ ମହାଶୟ ମୂଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ସହ ଉଦଘାଟନ କରିଥିଲେ। କାତାରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଆସ୍ନା ନାଫିସ୍ ଏବଂ ଭାରତୀୟ ସାଂସ୍କୃତିକ ପରିଷଦ ର […]

ଦୋହା : ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ୯୦ତମ ଉତ୍କଳ ଦିବସ ଗତ ଅପ୍ରେଲ ମାସ ୧୧ ତାରିଖରେ କାତାରସ୍ଥିତ ହଲିଡେ ଭିଲ୍ଲା ହୋଟେଲ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ସଂଧ୍ୟାକୁ କାତାରସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ଜ୍ଞାନବୀର ସିଂହ ମହାଶୟ ମୂଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ସହ ଉଦଘାଟନ କରିଥିଲେ। କାତାରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଆସ୍ନା ନାଫିସ୍ ଏବଂ ଭାରତୀୟ ସାଂସ୍କୃତିକ ପରିଷଦ ର ସଭାପତି ପି. ମଣିକନ୍ଦନ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ।
‘ଉତ୍କଳିକା କାତାର’ର ସଭାପତି ଡା. ବସନ୍ତ କୁମାର କବି ଉପସ୍ଥିତ ୨୦୦ରୁ ଅଧିକ ପ୍ରବାସୀ ଓଡିଆ ମାନଙ୍କୁ ୧୯୩୬ ମସିହା ଅପ୍ରେଲ ମାସ ୧ ତାରିଖରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଗଠନ ତଥା ଉତ୍କଳ ଜନନୀର ଐତିହ୍ୟ, ସଂସ୍କୃତି ଓ ସ୍ୱାଭିମାନ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାରେ ଜନ୍ମ ନ ନେଇ ବି ଓଡିଆ ମାଟି,ପାଣି,ପବନକୁ ଭଲ ପାଉଥିବା ତଥା ଉତ୍କଳିକା କାତାର ସାଗଂରେ ନିବିଡ ଭାବେ ଜଡିତ ଥିବା ଏକ ଦରଦୀ ମଣିଷ ସ୍ୱର୍ଗତ ଇନ୍ଦାଣୀ ବାନାର୍ଜୀ କବିଙ୍କୁ ମରଣୋତ୍ତର କର୍ମବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ସଂଗଠନରେ ବିଶିଷ୍ଠ ଅବଦାନ ପାଇଁ ପ୍ରବାସୀ ଓଡିଆ ନିବେଦିତା ଦାଶ ତଥା ମଳୟ ବାଇ ପ୍ରମୂଖଙ୍କୁ ମଧ୍ୟ “କର୍ମବୀର ସମ୍ମାନ”ରେ ସମ୍ମାନିତ କରାଯାଇଥିଲା।
ସମାରୋହରେ ଓଡିଶା ର ସଂଗୀତ,କଳା, ନୃତ୍ୟ ଓ ସ୍ୱତନ୍ତ୍ରତା ସଂଗ୍ରାମୀମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବାର ଲକ୍ଷ୍ୟ ନେଇ ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡିଶୀ ତଥା ଲୋକନୃତ୍ୟ ଆଦି ପ୍ରଦର୍ଶିତ ହୋଇଥିଲା। ଏହି ସଂନ୍ଧ୍ୟାର ମୂଖ୍ୟ ଆକର୍ଷଣ ଥିଲେ ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ ଶଶାଙ୍କ ଶେଖର। ତାଙ୍କ ଭାବଭରା ସଂଗୀତର ତାଳେ ତାଳେ ପ୍ରବାସୀ ଓଡିଆ ମାନେ ଝୁମି ଉଠିଥିଲେ ।’ଉତ୍କଳିକା କାତାର’ ର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦିକା ଇପ୍ସିତା ଶତପଥୀ, ସାଂସ୍କୃତିକ ସଂପାଦକ ସାଗର ମହାନ୍ତି ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିଥିଲେ। ପରିଚାଳନା ସମିତିର ପ୍ରମୂଖ ଉପଦେଷ୍ଠା ଖାରବେଳ ପାଣିଗ୍ରାହୀ, ସରୋଜ କୁମାର ପଣ୍ଡା, ଦୀପକ ପଟେଲ, ଡା. ଶାରଦା ପ୍ରସାଦ ଡାକୁଆ, କାଜଲ୍ ବିଶ୍ୱାଳ, ଗୌତମ ମେହେର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପୁନମ୍ ଜାନପ୍ପାରେଡ୍ଡି,ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପ୍ରୀୟଦର୍ଶନୀ ସେନାପତି, ରଶ୍ମିତା ମିଶ୍ର, ପ୍ରିୟଦର୍ଶୀ ଦାଶ,ବିଭୂ ଆଚାର୍ଯ୍ୟ, ସତ୍ୟଜିତ ସାମଲ, ଜଗନ୍ନାଥ ଗନ୍ତାୟତ, ସୁନୀଲ ଡାକୁଆ ପ୍ରମୂଖ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଶେଷରେ ଉପସ୍ଥିତ ଦର୍ଶକ ମାନଂକୁ ଧନ୍ୟବାଦ ଅର୍ପଣ ସହ ସାଂସ୍କୃତିକ ସଂନ୍ଧ୍ୟାର ସମାପନ ହୋଇଥିଲା।