ଏତେ ବଡ଼ ବିମାନ ଦୁର୍ଘଟଣା, ଏୟାର ଇଣ୍ଡିଆ ସିଇଓଙ୍କ ପାଖରେ ଦୁଇ ଶବ୍ଦ ନାହିଁ...
ମୁମ୍ୱାଇ ୧୭/୦୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଛାଡିଯାଇଛି ଅନେକ ଛାପ । ଭାରତ AI-171 ଭଳି ଭୟଙ୍କର ଦୁର୍ଘଟଣାରୁ ମୁକୁଳିବାର ପ୍ରୟାସ କରୁଛି । ଯେଉଁଥିରେ ପ୍ରାଣ ହରାଇଥିଲେ କ୍ରୁ ସଦସ୍ୟ ଓ ଯାତ୍ରୀ ସମେତ ୨୭୦ ଜଣ। ଦୁର୍ଘଟଣା ପରେ, ଏୟାର ଇଣ୍ଡିଆକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା । ହେଲେ ଏବେ ଆଉ ଏକ ବିବାଦରେ ମୁଣ୍ଡ ଟେକିଛି । ଆଉ ସେହି ବିବାଦଟି ହେଉଛି କମ୍ପାନୀର ସିଇଓଙ୍କ ଭିଡିଓ ବାର୍ତ୍ତା । ଦୁଃଖଦ ଘଟଣା ପରେ ଏୟାର ଇଣ୍ଡିଆର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ୱିଲସନ୍ ଏକ ଭିଡିଓ ବିବୃତ୍ତି ଜାରି କରିଥିଲେ । ତାଙ୍କର ସ୍ୱରରେ ଲାଗୁଥିଲା ସତେ ଯେମିତି ସେ ଦୁଃଖରେ ଭାଙ୍ଗିପଡିଛନ୍ତି । ହେଲେ ଏବେ ଏହା ସାମ୍ନାକୁ ଆସିଛି ଯେ ତାଙ୍କ ବିବୃତ୍ତି କୁଆଡେ ଆମେରିକୀୟ ଏୟାରଲାଇନ୍ସର ସିଇଓ ରବର୍ଟ ଇସୋମଙ୍କ ପୁରୁଣା ଭାଷଣର ଅବିକଳ ନକଲ ।This is horrible. The @airindia CEO was given a plagiarized speech by his comms team at the time of such grave tragedy. This is absolutely stunning and shameful. #AirIndia #AirIndiaPlaneCrash pic.twitter.com/qNtClAh9o9— Madhukar Pandey (@MadhukarPandey) June 15, 2025କ୍ୟାମ୍ପବେଲ ୱିଲସନ୍ ଜାନୁଆରୀ ୨୦୨୫ରେ ଆମେରିକୀୟ ଏୟାରଲାଇନ୍ସର ଫ୍ଲାଇଟ୍ ୫୩୪୨, ସେନା ହେଲିକପ୍ଟର ସହିତ ଧକ୍କା ହୋଇଥିଲା । ଯେଉଁଥିରେ ପ୍ର
ମୁମ୍ୱାଇ ୧୭/୦୬: ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଛାଡିଯାଇଛି ଅନେକ ଛାପ । ଭାରତ AI-171 ଭଳି ଭୟଙ୍କର ଦୁର୍ଘଟଣାରୁ ମୁକୁଳିବାର ପ୍ରୟାସ କରୁଛି । ଯେଉଁଥିରେ ପ୍ରାଣ ହରାଇଥିଲେ କ୍ରୁ ସଦସ୍ୟ ଓ ଯାତ୍ରୀ ସମେତ ୨୭୦ ଜଣ। ଦୁର୍ଘଟଣା ପରେ, ଏୟାର ଇଣ୍ଡିଆକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା । ହେଲେ ଏବେ ଆଉ ଏକ ବିବାଦରେ ମୁଣ୍ଡ ଟେକିଛି ।
ଆଉ ସେହି ବିବାଦଟି ହେଉଛି କମ୍ପାନୀର ସିଇଓଙ୍କ ଭିଡିଓ ବାର୍ତ୍ତା । ଦୁଃଖଦ ଘଟଣା ପରେ ଏୟାର ଇଣ୍ଡିଆର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ୱିଲସନ୍ ଏକ ଭିଡିଓ ବିବୃତ୍ତି ଜାରି କରିଥିଲେ । ତାଙ୍କର ସ୍ୱରରେ ଲାଗୁଥିଲା ସତେ ଯେମିତି ସେ ଦୁଃଖରେ ଭାଙ୍ଗିପଡିଛନ୍ତି । ହେଲେ ଏବେ ଏହା ସାମ୍ନାକୁ ଆସିଛି ଯେ ତାଙ୍କ ବିବୃତ୍ତି କୁଆଡେ ଆମେରିକୀୟ ଏୟାରଲାଇନ୍ସର ସିଇଓ ରବର୍ଟ ଇସୋମଙ୍କ ପୁରୁଣା ଭାଷଣର ଅବିକଳ ନକଲ ।
This is horrible. The @airindia CEO was given a plagiarized speech by his comms team at the time of such grave tragedy. This is absolutely stunning and shameful. #AirIndia #AirIndiaPlaneCrash pic.twitter.com/qNtClAh9o9— Madhukar Pandey (@MadhukarPandey) June 15, 2025
କ୍ୟାମ୍ପବେଲ ୱିଲସନ୍ ଜାନୁଆରୀ ୨୦୨୫ରେ ଆମେରିକୀୟ ଏୟାରଲାଇନ୍ସର ଫ୍ଲାଇଟ୍ ୫୩୪୨, ସେନା ହେଲିକପ୍ଟର ସହିତ ଧକ୍କା ହୋଇଥିଲା । ଯେଉଁଥିରେ ପ୍ରାଣ ହରାଇଥିଲେ ୬୭ ରୁ ଅଧିକ ଲୋକ । ଆମେରିକାର ୱାଶିଂଟନ ଡିସି ନିକଟରେ ବିମାନ ଦୁର୍ଘଟଣା ପରେ ରବର୍ଟ ଇସୋମ ରଖିଥିଲେ ତାଙ୍କର ଭାଷଣ । ସେବେ ଦେଇଥିବା ସେହି ଭାଷଣର ଶବ୍ଦଗୁଡ଼ିକର ଥିଲା କପି ପେଷ୍ଟ ।
ୱିଲସନ ବିବୃତ୍ତିରେ ସେ କହିଛନ୍ତି ଯେ ଏହା ଆମ ସମସ୍ତଙ୍କ ପାଇଁ ଏକ କଷ୍ଟକର ଦିନ । ଆମର ସମ୍ପୂର୍ଣ୍ଣ ପ୍ରୟାସ ଏବେ ଆମର ଯାତ୍ରୀ, କ୍ରୁ ସଦସ୍ୟ, ସେମାନଙ୍କ ପରିବାର ଓ ପ୍ରିୟଜନଙ୍କ ଆବଶ୍ୟକତା ଉପରେ ଫୋକସ । ତେବେ ଏହି ସବୁ ଲାଇନ୍ ଗୁଡିକ ସମ୍ପୂର୍ଣ୍ଣ ସ୍କ୍ରିପ୍ଟ ରବର୍ଟ ଇସୋମଙ୍କ ସେହି ପୁରୁଣା ଭାଷଣ ସହିତ ମେଳ ଖାଉଛି ।
ଏହା ଜଣାପଡିବା ପରେ ଲୋକମାନେ ସୋସିଆଲ ମିଡିଆରେ ଏୟାର ଇଣ୍ଡିଆକୁ ସମାଲୋଚନା କରୁଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏତେ ବଡ଼ ଦୁର୍ଘଟଣା ପରେ କପି ହୋଇଥିବା ବିବୃତ୍ତି ଦେଖିବା ନିରାଶାଜନକ । ହୁଏତ ଏୟାରଲାଇନ୍ସ ପାଖରେ ଏପରି ସଙ୍କଟ ସମୟ ପାଇଁ ପୂର୍ବରୁ ପ୍ରସ୍ତୁତ ସ୍ପିଚ୍ ଲେଖା ଅଛି । କିନ୍ତୁ ବିବୃତ୍ତିରେ ଟିକେ ବ୍ୟକ୍ତିଗତ ସ୍ପର୍ଶ ଥାଆନ୍ତା, ତେବେ ଏହା ଅଧିକ ସତ ଘଟଣା ପରି ମନେ ହୋଇଥାଆନ୍ତା।