ଏତେ ବଡ଼ ସୁଟ୍‌ ! ତିଆରି କରିବା ପାଇଁ ଲାଗିଥିଲା…

ସୁଟ୍‌ ପିନ୍ଧିବାକୁ ପ୍ରାୟ ସବୁ ପୁରୁଷଙ୍କୁ ଭଲ ଲାଗେ। ଏହା ଜେଣ୍ଟଲ ଓ ହାଣ୍ଡସମ୍‌ ଲୁକ ଦେଇଥାଏ। ଅଫିସ୍‌ ପାଇଁ ସୁଟ୍‌ ସବୁଠୁ ବେଷ୍ଟ ଅପ୍ସନ। ତେବେ ୨୦୧୨ ମସିହା, ଚାଇନାରେ ଏମିତି ଏକ ସୁଟ୍‌ ତିଆରି କରାଯାଇଥିଲା, ଯାହା ଭିତରେ ଅନେକ ଲୋକ ରହିଯିବେ। ଅର୍ଥାତ୍‌ ଏହାର ଆକାର ଥିଲା ଖୁବ୍‌ ବଡ଼। ୬.୫ ମିଟର ଉଚ୍ଚତା ବିଶିଷ୍ଟ ଏହି ସୁଟ୍‌କୁ ତିଆରି କରିବା ପାଇଁ ୩ ମାସ ସମୟ ଲାଗିଥିଲା। ସୁଟ୍‌କୁ ଶେନୟାଙ୍ଗର ଏକ […] The post ଏତେ ବଡ଼ ସୁଟ୍‌ ! ତିଆରି କରିବା ପାଇଁ ଲାଗିଥିଲା… appeared first on Dharitri Odia News.

ଏତେ ବଡ଼ ସୁଟ୍‌ ! ତିଆରି କରିବା ପାଇଁ ଲାଗିଥିଲା…

ସୁଟ୍‌ ପିନ୍ଧିବାକୁ ପ୍ରାୟ ସବୁ ପୁରୁଷଙ୍କୁ ଭଲ ଲାଗେ। ଏହା ଜେଣ୍ଟଲ ଓ ହାଣ୍ଡସମ୍‌ ଲୁକ ଦେଇଥାଏ। ଅଫିସ୍‌ ପାଇଁ ସୁଟ୍‌ ସବୁଠୁ ବେଷ୍ଟ ଅପ୍ସନ। ତେବେ ୨୦୧୨ ମସିହା, ଚାଇନାରେ ଏମିତି ଏକ ସୁଟ୍‌ ତିଆରି କରାଯାଇଥିଲା, ଯାହା ଭିତରେ ଅନେକ ଲୋକ ରହିଯିବେ। ଅର୍ଥାତ୍‌ ଏହାର ଆକାର ଥିଲା ଖୁବ୍‌ ବଡ଼। ୬.୫ ମିଟର ଉଚ୍ଚତା ବିଶିଷ୍ଟ ଏହି ସୁଟ୍‌କୁ ତିଆରି କରିବା ପାଇଁ ୩ ମାସ ସମୟ ଲାଗିଥିଲା। ସୁଟ୍‌କୁ ଶେନୟାଙ୍ଗର ଏକ ଶପିଂ ମଲ୍‌ରେ ପ୍ରଦର୍ଶିତ କରାଯାଇଥିଲା। ଏହା ଏତେ ବଡ଼ ଥିଲା ଯେ ତା’ପାଖରେ ଠିଆ ହେଉଥିବା ଲୋକ ଖୁବ୍‌ ଛୋଟ ଦେଖାଯାଉଥିଲେ। ଏକ ଗାରମେଣ୍ଟ କମ୍ପାନୀ ଏହାକୁ ତିଆରି କରିଥିଲା। ଏତେ ବଡ଼ ସୁଟ୍‌ ଦେଖି ସମସ୍ତେ ଚିକତ ହୋଇଯାଉଥିଲେ।

 

The post ଏତେ ବଡ଼ ସୁଟ୍‌ ! ତିଆରି କରିବା ପାଇଁ ଲାଗିଥିଲା… appeared first on Dharitri Odia News.