ଏତେ ଭିଡ଼ କାହିଁକି? ଭାବନ୍ତୁ
‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କେବଳ ୨ହଜାର ମହିଳାଙ୍କ ବ୍ୟତୀତ, ବାକି ସମସ୍ତ ଆବେଦନକାରୀଙ୍କୁ ଯାଇଛି ସୁଭଦ୍ରା ଟଙ୍କା। ଗତରାତି ସୁଦ୍ଧା ୯୭ ହଜାର ହଜାର ହିତାଧିକାରୀଙ୍କ ଆପ୍ଲିକେସନ ପେଣ୍ଡିଂ ଥିଲା।
ଏତେ ଭିଡ଼ କ’ଣ ପାଇଁ? ତାହା ପୁଣି ଏକ ବ୍ୟାଙ୍କରେ। ଭିଡ଼କୁ ଦେଖିଲେ ମନରେ ନାନା ପ୍ରଶ୍ନ ଉଙ୍କି ମାରୁଥିବ। ମାଗଣା ଯୁଗରେ କିଛି ବଣ୍ଟା ଯାଉଥିବ ବୋଧହୁଏ। ନହେଲେ ବ୍ୟାଙ୍କରେ ଟଙ୍କା ଉଠାଇବା ପାଇଁ ଏହି ଅସମ୍ଭାଳ ଭିଡ ହୋଇଥିବ। କିନ୍ତୁ ସେମିତି କିଛି ଭାବିବା ପୂରା ଭୁଲ୍। କାରଣ ବ୍ୟାଙ୍କରେ ସେମିତି କିଛି ସାମଗ୍ରୀ ବଣ୍ଟା ଯାଉନଥିଲା। ତାହାହେଲେ କ’ଣ ପାଇଁ?
ପ୍ରକୃତରେ ଏ ଭିଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ବାଲିଆପାଳ ଛକରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ସମ୍ମୁଖରେ। ମଙ୍ଗଳବାର ରାଜ୍ୟରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ‘ସୁଭଦ୍ରା’ ଯୋଜନା। ସେହି ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ଯାଇଛି ପ୍ରଥମ କିସ୍ତିର ୫୦୦୦ ଟଙ୍କା। ସେହି ଟଙ୍କା ପାଇଁ ଆଜି ବ୍ୟାଙ୍କରେ ଏପରି ଅସମ୍ଭାଳ ଭିଡ଼। କିଏ ‘ସୁଭଦ୍ରା’ ଟଙ୍କା ଉଠାଇବାକୁ ଆସିଛନ୍ତି ତ ଆଉ କିଏ ଟଙ୍କା ଆସିକି ନାହିଁ ଆକାଉଣ୍ଟ ଯାଞ୍ଚ କରିବାକୁ ଆସିଛନ୍ତି। ତେଣୁ ବ୍ୟାଙ୍କ ଖୋଲିବା ପୂର୍ବରୁ ଲୋକମାନେ ଲମ୍ୱା ଧାଡ଼ିରେ ଛିଡ଼ା ହୋଇଛନ୍ତି। ଯାହାର ଚିତ୍ର ନିଆରା। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।
ସେପଟେ ‘ସୁଭଦ୍ରା’ ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କେବଳ ୨ହଜାର ମହିଳାଙ୍କ ବ୍ୟତୀତ, ବାକି ସମସ୍ତ ଆବେଦନକାରୀଙ୍କୁ ଯାଇଛି ସୁଭଦ୍ରା ଟଙ୍କା। ଗତରାତି ସୁଦ୍ଧା ୯୭ ହଜାର ହଜାର ହିତାଧିକାରୀଙ୍କ ଆପ୍ଲିକେସନ ପେଣ୍ଡିଂ ଥିଲା। ଆଜିର ରିପୋର୍ଟ ଅନୁସାରେ ଶତ ପ୍ରତିଶତ ଆବେଦନ କ୍ଲିଅର ହୋଇଛି। କେବଳ ୨ ହଜାର ଜଣଙ୍କୁ ଟଙ୍କା ଡେଲିଭରି ହୋଇପାରିନି। ଆକାଉଣ୍ଟ ଭୁଲ ଭଟକା ଯୋଗୁ ସେମାନଙ୍କ ଆପ୍ଲିକେସନ ରିଜେକ୍ଟ ହୋଇଥାଇପାରେ ବୋଲି କହିଛନ୍ତି ପ୍ରଭାତୀ। ଏଥିସହ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଆଗକୁ ଯେଉଁମାନେ ସୁଭଦ୍ରା ଯୋଜନାରେ ଯୋଡ଼ିହେବେ ସମସ୍ତଙ୍କୁ ସେପ୍ଟେମ୍ବର ୧୭ର କିସ୍ତି ମିଳିବ।
#ବ୍ୟାଙ୍କ_ଆଗରେ_ଅସମ୍ଭାଳ_ଭିଡ଼
ସୁଭଦ୍ରା ଯୋଜନାରେ ଗତକାଲି ପ୍ରଥମ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବା ପରେ ବ୍ୟାଙ୍କ ଆଗରେ ଅସମ୍ଭାଳ ଭିଡ଼। ଏ ଦୃଶ୍ୟ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଲିଆପାଳ ଛକରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଶାଖାର। #Odisha pic.twitter.com/DSA0IMynlI— Odisha Reporter (@OdishaReporter) September 18, 2024