ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ ଏଆଇ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଟେକ୍ନୋଲୋଜିକୁ ଗୁରୁତ୍ୱ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଭିଡ ଯୋଗୁଁ ଶ୍ରଦ୍ଧାଳୁ ହନ୍ତସନ୍ତ ହୁଅନ୍ତି। କିନ୍ତୁ ଏର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରୁନି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଦକ୍ଷତା ଓ ପରିଚାଳନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି। ତେବେ ଏଣିକି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଆଇ ବେସଡ ଟେକ୍ନୋଲୋଜି ଦ୍ବାରା ଭିଡ ନୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପରେ ବାହାର ଭିଡକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ମନ୍ଦିର ଭିତରେ ଦଶର୍ନ ପାଇଁ ଘଣ୍ଟା […] The post ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ ଏଆଇ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଟେକ୍ନୋଲୋଜିକୁ ଗୁରୁତ୍ୱ first appeared on Kanak News.

ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ ଏଆଇ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଟେକ୍ନୋଲୋଜିକୁ ଗୁରୁତ୍ୱ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଭିଡ ଯୋଗୁଁ ଶ୍ରଦ୍ଧାଳୁ ହନ୍ତସନ୍ତ ହୁଅନ୍ତି। କିନ୍ତୁ ଏର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରୁନି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଦକ୍ଷତା ଓ ପରିଚାଳନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି। ତେବେ ଏଣିକି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଆଇ ବେସଡ ଟେକ୍ନୋଲୋଜି ଦ୍ବାରା ଭିଡ ନୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଶ୍ରୀମନ୍ଦିରର ୪ ଦ୍ବାର ଖୋଲିବା ପରେ ବାହାର ଭିଡକୁ ନିୟନ୍ତ୍ରଣ କରାଯାଇଛି। କିନ୍ତୁ ମନ୍ଦିର ଭିତରେ ଦଶର୍ନ ପାଇଁ ଘଣ୍ଟା ଘଣ୍ଟାର ଅପେକ୍ଷା ସହ ଅସମ୍ଭାଳ ଭିଡକୁ ନେଇ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳୁଛି। ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ଏବେ ଏଆଇ ଟେକ୍ନୋଲୋଜିକୁ ଆପଣାଇବାକୁ ଅଣ୍ଟା ଭିଡିଛି ପ୍ରଶାସନ।

– ୪ ଦ୍ବାର ସମେତ ସାତପାହାଚ, ଚକଡା, ଗୁମୁଟ, ଆନନ୍ଦ ବଜାର ଓ ବିଭିନ୍ନ ଷ୍ଟେଜିଂ ସ୍ଥାନରେ ଲଗାଯିବ ସିସିଟିଭି
– ଡିଜିଟାଲ ଉପାୟରେ ସୂଚନା ସଂଗ୍ରହ କରି ଭିଡକୁ ନିୟନ୍ତ୍ରଣ ପାଇଁ ନିଆଯିବ ପଦକ୍ଷେପ
– ଏଆଇ ଟେକ୍ନୋଲୋଜି ଜରିଆରେ ମନ୍ଦିର ଭିତରକୁ ଯାଉଥିବା ମୋବାଇଲଧାରୀଙ୍କୁ ଚିହ୍ନଟ କରାଯିବ

ଭିଡ ନିୟନ୍ତ୍ରଣ ପାଇଁ ଏଆଇ ଟେକ୍ନୋଲୋଜି ବ୍ୟବହାର ହେବାକୁ ଥିବା ବେଳେ ଓ ଭକ୍ତଙ୍କ ସୁବିଧା ପାଇଁ ଆପ୍ ଲଞ୍ଚ କରିବାକୁ ଯୋଜନା କରୁଛି ପ୍ରଶାସନ।
ଆପରେ କଣ ମିଳିବ ସୁବିଧା?
ଆପରେ ଟ୍ରାଫିକ ଭିଡ, ପାର୍କିଂସ୍ଥଳର ସ୍ଥିତି, ଶ୍ରୀମନ୍ଦିରର ନୀତିକାନ୍ତି ବାବଦରେ ଜାଣିବେ ଭକ୍ତ
ଭକ୍ତ ନିବାସ ଓ ସ୍ବର୍ଗଦ୍ବାର ପାଇଁ ବୁକିଂ କରିପାରିବେ ଭକ୍ତ
ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡିଲେ ଆପ୍ ମାଧ୍ୟମରେ ମିଳିବ ତଥ୍ୟ

ସେହିଭଳି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟାର ହିସାବ ରଖିବାକୁ ଫୁଟ୍ ଫଲ ଟେକ୍ନୋଲୋଜି ପାଇଁ ମଧ୍ୟ ଟେଣ୍ଡର ଡକାଯାଇଛି। ଦିନକୁ ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ବଢୁଛି। ତେଣୁ ସହଜ ଓ ସୁବିଧାରେ ଶ୍ରୀମନ୍ଦିରରେ ଭକ୍ତ ମହାପ୍ରଭୁଙ୍କୁ ଯେପରି ଦଶର୍ନ କରିବେ ସେଥିପାଇଁ ପ୍ରଶାସନ ତତ୍ପର ହୋଇଛି।

The post ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ କରିବ ଏଆଇ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଟେକ୍ନୋଲୋଜିକୁ ଗୁରୁତ୍ୱ first appeared on Kanak News.