ଏତେ ଲମ୍ବା ଗୋଡ଼ !
ଟେକ୍ସାସ୍, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ ତାଙ୍କ ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ତାଙ୍କ ଗୋଡଗୁଡିକ ପ୍ରାୟ ଦେଢ ମିଟର ଲମ୍ବା। ବାମ ଗୋଡ଼ଟି ୧୩୫.୨୬୭ ସେ.ମି. ହୋଇଥିବାବେଳେ ଡାହାଣ ଗୋଡ ୧୩୪.୩ ସେ.ମି. ଲମ୍ବ। ଦୁଇଟି ଯାକ ଗୋଡ ତାଙ୍କ ଶରୀର ଉଚ୍ଚତାର ୬୦% ଅଟେ। ଏତେ ଲମ୍ବା ହୋଇଥିବାରୁ ତାଙ୍କୁ ଅନେକେ ଥଟ୍ଟା […] The post ଏତେ ଲମ୍ବା ଗୋଡ଼ ! appeared first on Dharitri Odia News.
ଟେକ୍ସାସ୍, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ ତାଙ୍କ ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ତାଙ୍କ ଗୋଡଗୁଡିକ ପ୍ରାୟ ଦେଢ ମିଟର ଲମ୍ବା। ବାମ ଗୋଡ଼ଟି ୧୩୫.୨୬୭ ସେ.ମି. ହୋଇଥିବାବେଳେ ଡାହାଣ ଗୋଡ ୧୩୪.୩ ସେ.ମି. ଲମ୍ବ। ଦୁଇଟି ଯାକ ଗୋଡ ତାଙ୍କ ଶରୀର ଉଚ୍ଚତାର ୬୦% ଅଟେ। ଏତେ ଲମ୍ବା ହୋଇଥିବାରୁ ତାଙ୍କୁ ଅନେକେ ଥଟ୍ଟା ପରିହାସ କରନ୍ତି। ହେଲେ ମ୍ୟାକି ନିଜର ଲମ୍ବା ଲମ୍ବା ଗୋଡ଼ ତଥା ଡେଙ୍ଗା ଶରୀରକୁ ଈଶ୍ୱରଙ୍କ ବରଦାନ ବୋଲି ମନେକରନ୍ତି। ଯଦିଓ ଏହାପାଇଁ କୌଣସି ଘରର ଦ୍ୱାର ଭିତରେ ପଶିବା, କାର୍ରେ ବସିବା କଷ୍ଟକର ହୁଏ। ପୋଷାକ ଫିଟ୍ ହୁଏନା। ତେବେ ଏହାର ଅନେକ ଉପକାରିତା ବି ଅଛି। ଏହି ଉଚ୍ଚତା ତାଙ୍କୁ ସ୍କୁଲ ଭଲିବଲ୍ ଟିମ୍ରେ ଭଲ ଖେଳିବାରେ ସାହାଯ୍ୟ କରେ। ମ୍ୟାକିଙ୍କ ପରିବାରରେ ସମସ୍ତେ ଡେଙ୍ଗା। ହେଲେ ମ୍ୟାକିଙ୍କ ଭଳି ଅସ୍ବାଭାବିକ ଡେଙ୍ଗା କେହି ନୁହନ୍ତି। ଏହି ଲମ୍ବା ଲମ୍ବା ଗୋଡ଼ ପାଇଁ ସେ ଗିନିଜ ଓ୍ବାର୍ଲଡ ରେକର୍ଡସ୍ରେ ସବୁଠାରୁ ଲମ୍ବା ଗୋଡ଼ଥିବା କିଶୋରୀ ଓ ସବୁଠାରୁ ଲମ୍ବା ଗୋଡ ଥିବା ମହିଳାଭାବେ ରେକର୍ଡ କରିଛନ୍ତି। ଆଗାମୀ ଦିନରେ ସେ ସବୁଠାରୁ ଡେଙ୍ଗା ପେସାଦାର ମଡେଲର ରେକର୍ଡ କରିବାକୁ ଇଚ୍ଛା ରଖିଛନ୍ତି।
The post ଏତେ ଲମ୍ବା ଗୋଡ଼ ! appeared first on Dharitri Odia News.