ଏଥର ବାଲିଯାତ୍ରାରେ ବ୍ୟବସାୟୀ ଲଗାଇବେ ଓ୍ବାଟର ପ୍ରୁଫ୍‌ ଟେଣ୍ଟ

କଟକ: ଗତବର୍ଷ ବାଲିଯାତ୍ରାର ଶେଷ ଦିନରେ ହୋଇଥିବା ବର୍ଷାରେ କେବଳ ଗ୍ରାହକ ହିଁ ନୁହେଁ ବ୍ୟବସାୟୀମାନେ ମଧ୍ୟ ହଇରାଣ ହୋଇଥିଲେ। ବର୍ଷାରେ ସାମଗ୍ରୀ ନଷ୍ଟ ହୋଇଯିବାରୁ ବିଶେଷ କ୍ଷତି ମଧ୍ୟ ସହିଥିଲେ ଅନେକ ବ୍ୟବସାୟୀ। ତେଣୁ ଏଥର ଯେମିତି ଏଭଳି ସ୍ଥିତି ନହେବ ସେଥିପାଇଁ ପ୍ରଶାସନ ତରଫରୁ କିଛି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରୁ ଗୋଟିଏ ହେଉଛି ଚଳିତ ବର୍ଷ ବାଲିଯାତ୍ରାରେ , ୱାଟର ପ୍ରୁଫ୍ ଟେଣ୍ଟ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହିତ କରାଯିବ।  ଫଳରେ ବର୍ଷା ହେଲେବି ବ୍ୟବସାୟୀମାନେ ବିଶେଷ କ୍ଷତି ସହିବେ ନାହିଁ। ସେପଟେ ବାଲିଯାତ୍ରା ପ୍ରସ୍ତୁତି କଥା କହିଲେ, ବର୍ତ୍ତମାନ ସୁଦ୍ଧା ଗଣକବି ବୈଷ୍ଣବ ପାଣି ମଞ୍ଚର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଏଥର ଏହି ମଞ୍ଚକୁ ବୋଇତର ରୂପ ଦିଆଯିବ । ପ୍ରବେଶ ପଥରେ ରହିବ ବାରବାଟୀ ଦୁର୍ଗର ପ୍ରତିକୃତି। ସେହିଭଳି ବାଲିଯାତ୍ରା ପ୍ଲଟ୍‌ ବୁକିଂ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଗତକାଲି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅନ୍‌ଲାଇନ୍ ଜରିଆରେ ଆବେଦନ କରିଥିଲେ ବ୍ୟବସାୟୀ। ସୋମବାର ଅଫଲାଇନ୍‌ରେ ମଧ୍ୟ ପ୍ଲଟ ବୁକିଂ କରିଛନ୍ତି ବ୍ୟବସାୟୀ। 

ଏଥର ବାଲିଯାତ୍ରାରେ ବ୍ୟବସାୟୀ ଲଗାଇବେ ଓ୍ବାଟର ପ୍ରୁଫ୍‌ ଟେଣ୍ଟ

କଟକ: ଗତବର୍ଷ ବାଲିଯାତ୍ରାର ଶେଷ ଦିନରେ ହୋଇଥିବା ବର୍ଷାରେ କେବଳ ଗ୍ରାହକ ହିଁ ନୁହେଁ ବ୍ୟବସାୟୀମାନେ ମଧ୍ୟ ହଇରାଣ ହୋଇଥିଲେ। ବର୍ଷାରେ ସାମଗ୍ରୀ ନଷ୍ଟ ହୋଇଯିବାରୁ ବିଶେଷ କ୍ଷତି ମଧ୍ୟ ସହିଥିଲେ ଅନେକ ବ୍ୟବସାୟୀ। ତେଣୁ ଏଥର ଯେମିତି ଏଭଳି ସ୍ଥିତି ନହେବ ସେଥିପାଇଁ ପ୍ରଶାସନ ତରଫରୁ କିଛି ନିଷ୍ପତ୍ତି ନିଆଯାଇଛି । 

ଯେଉଁଥିରୁ ଗୋଟିଏ ହେଉଛି ଚଳିତ ବର୍ଷ ବାଲିଯାତ୍ରାରେ , ୱାଟର ପ୍ରୁଫ୍ ଟେଣ୍ଟ ଅଧିକରୁ ଅଧିକ ବ୍ୟବହାର କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହିତ କରାଯିବ।  ଫଳରେ ବର୍ଷା ହେଲେବି ବ୍ୟବସାୟୀମାନେ ବିଶେଷ କ୍ଷତି ସହିବେ ନାହିଁ। 

ସେପଟେ ବାଲିଯାତ୍ରା ପ୍ରସ୍ତୁତି କଥା କହିଲେ, ବର୍ତ୍ତମାନ ସୁଦ୍ଧା ଗଣକବି ବୈଷ୍ଣବ ପାଣି ମଞ୍ଚର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଏଥର ଏହି ମଞ୍ଚକୁ ବୋଇତର ରୂପ ଦିଆଯିବ । ପ୍ରବେଶ ପଥରେ ରହିବ ବାରବାଟୀ ଦୁର୍ଗର ପ୍ରତିକୃତି। 

ସେହିଭଳି ବାଲିଯାତ୍ରା ପ୍ଲଟ୍‌ ବୁକିଂ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଗତକାଲି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅନ୍‌ଲାଇନ୍ ଜରିଆରେ ଆବେଦନ କରିଥିଲେ ବ୍ୟବସାୟୀ। ସୋମବାର ଅଫଲାଇନ୍‌ରେ ମଧ୍ୟ ପ୍ଲଟ ବୁକିଂ କରିଛନ୍ତି ବ୍ୟବସାୟୀ।