ମୁନୀରଙ୍କୁ ଖାଦ୍ୟ ପରଷିବା ବେଳେ ଓସାମା କଥା ଭୁଲିନଥାଉ ଆମେରିକା, ସାଂସଦ ଶଶି ଥରୁରଙ୍କ କଟାକ୍ଷ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀରଙ୍କୁ ମଧ୍ୟାହ୍ଣ ଭୋଜନ ପାଇଁ ଆମନ୍ତ୍ରଣ କରିଥିବା ଆମେରିକାକୁ ସୋମାଲୋଚନା କରିଛନ୍ତି କଂଗ୍ରେସ ନେତା ଶଶି ଥରୁର । ସେ ଆମେରିକାକୁ ଓସାମା ବିନ୍ ଲାଡେନ ଓ ୯/୧୧ ଆତଙ୍କୀ ଆକ୍ରମଣ କଥା ମନେ ପକାଇ ଦେଇଛନ୍ତି । ଶଶି ଥରରୁ କହିଛନ୍ତି ଯେ ଆଶା କରୁଛି ଯେ ପାକିସ୍ତାନୀ ସେନାଧ୍ୟକ୍ଷଙ୍କୁ ଖାଦ୍ୟ ପରଷିବା ବେଳେ ଆତଙ୍କବାଦ ଉପରେ ରୋକ ଲଗାଇବା ଉପରେ ଆମେରିକା ତାଙ୍କୁ କିଛି କହିଥିବ । ଶଶି ଥରୁର ଏହା ବି କହିଛନ୍ତି ଯେ ଆମେରିକା ସେହି ଦିନକୁ ନଭୁଲିବା ଦରକାର, ଯେବେ ପାକିସ୍ତାନୀ ଆତଙ୍କବାଦୀ ଆମେରିକାରେ ପଶି ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, 'ମୁଁ ଆଶା କରୁଛି ଯେ ଖାଦ୍ୟ ଭଲ ହୋଇଥିବ ଓ ଏହି ସମୟରେ ମୁନୀରଙ୍କୁ କିଛି ଚିନ୍ତା କରିବା ପାଇଁ ମଧ୍ୟ ସମୟ ମିଳିଥିବ । ଏହି ସାକ୍ଷାତ ବେଳେ ଆମେରିକା ନେତା ପାକିସ୍ତାନକୁ ଆତଙ୍କବାଦ ଉପରେ ସ୍ମରଣ କରାଇଥିବେ । ଆତଙ୍କବାଦୀଙ୍କୁ ପୋଷିବା ଓ ଟ୍ରେନିଂ ଏବଂ ହତିଆର ନଯୋଗାଇବା ଉପରେ ପରାମର୍ଶ ଦେଇଥିବେ ।'#WATCH | Thiruvananthapuram, Kerala | On US President Donald Trump's lunch meeting with Pakistan Army Chief Asim Munir, Congress MP Shashi Tharoor says, "I hope the food was good and he gets some food for though

ମୁନୀରଙ୍କୁ ଖାଦ୍ୟ ପରଷିବା ବେଳେ ଓସାମା କଥା ଭୁଲିନଥାଉ ଆମେରିକା, ସାଂସଦ ଶଶି ଥରୁରଙ୍କ କଟାକ୍ଷ

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀରଙ୍କୁ ମଧ୍ୟାହ୍ଣ ଭୋଜନ ପାଇଁ ଆମନ୍ତ୍ରଣ କରିଥିବା ଆମେରିକାକୁ ସୋମାଲୋଚନା କରିଛନ୍ତି କଂଗ୍ରେସ ନେତା ଶଶି ଥରୁର । ସେ ଆମେରିକାକୁ ଓସାମା ବିନ୍ ଲାଡେନ ଓ ୯/୧୧ ଆତଙ୍କୀ ଆକ୍ରମଣ କଥା ମନେ ପକାଇ ଦେଇଛନ୍ତି । ଶଶି ଥରରୁ କହିଛନ୍ତି ଯେ ଆଶା କରୁଛି ଯେ ପାକିସ୍ତାନୀ ସେନାଧ୍ୟକ୍ଷଙ୍କୁ ଖାଦ୍ୟ ପରଷିବା ବେଳେ ଆତଙ୍କବାଦ ଉପରେ ରୋକ ଲଗାଇବା ଉପରେ ଆମେରିକା ତାଙ୍କୁ କିଛି କହିଥିବ । ଶଶି ଥରୁର ଏହା ବି କହିଛନ୍ତି ଯେ ଆମେରିକା ସେହି ଦିନକୁ ନଭୁଲିବା ଦରକାର, ଯେବେ ପାକିସ୍ତାନୀ ଆତଙ୍କବାଦୀ ଆମେରିକାରେ ପଶି ୨ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, 'ମୁଁ ଆଶା କରୁଛି ଯେ ଖାଦ୍ୟ ଭଲ ହୋଇଥିବ ଓ ଏହି ସମୟରେ ମୁନୀରଙ୍କୁ କିଛି ଚିନ୍ତା କରିବା ପାଇଁ ମଧ୍ୟ ସମୟ ମିଳିଥିବ । ଏହି ସାକ୍ଷାତ ବେଳେ ଆମେରିକା ନେତା ପାକିସ୍ତାନକୁ ଆତଙ୍କବାଦ ଉପରେ ସ୍ମରଣ କରାଇଥିବେ । ଆତଙ୍କବାଦୀଙ୍କୁ ପୋଷିବା ଓ ଟ୍ରେନିଂ ଏବଂ ହତିଆର ନଯୋଗାଇବା ଉପରେ ପରାମର୍ଶ ଦେଇଥିବେ ।'

ଶଶି ଥରୁର ଆହୁରି କହିଛନ୍ତି, ଅପରେସନ ସିନ୍ଦୂର ପରେ ଆମେରିକା ଗସ୍ତ କରିଥିବା ପାକିସ୍ତାନ ପ୍ରତିନିଧି ମଣ୍ଡଳକୁ ଆମେରିକୀୟ ସିନେଟର ପରାମର୍ଶ ଦେଇ ଆତଙ୍କବାଦକୁ ପ୍ରୋତ୍ସାହିତ ନକରିବା ପାଇଁ କହିଥିଲେ । ସେ କହିଥିଲେ, ଆମେରିକାର ଲୋକ ଓସାମାଙ୍କୁ ଏତେ ଶୀଘ୍ର ଭୁଲି ନଥିବେ । ଓସାମା ପାକିସ୍ତାନୀ ସେନା ଶିବିର ନିକଟରେ ଏକ ସୁରକ୍ଷିତ ସ୍ଥାନରେ ମିଳିଥିଲା । ଓସାମାକୁ ସୁରକ୍ଷା ଦେଇ ପାକିସ୍ତାନ ଯେଉଁ ଭୁଲ କରିଛି, ଆମେରିକା ଏତେ ଶୀଘ୍ର ଭୁଲି ପାରିନଥିବ । ଏଥିରେ ହିଁ ଆମେରିକାର ଭଲ ।

ଏହା ପୂର୍ବରୁ ବୁଧବାର ଟ୍ରମ୍ପ ହ୍ୱାଇଟ୍ ହାଉସରେ ପାକିସ୍ତାନ ସେନାଧ୍ୟକ୍ଷ ମୁନୀରଙ୍କୁ ଅତିଥି ଭାବେ ଆମନ୍ତ୍ରିତ କରିଥିଲେ । ଏହି ଅବସରରେ ଟ୍ରମ୍ପ କହିଥିଲେ ଯେ ମୁନୀର, ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି କରାଇବାରେ ସହଯୋଗ କରିଥିଲେ । ଟ୍ରମ୍ପ କହିଥିଲେ, ଆସିମ ମୁନୀର ପାକିସ୍ତାନ ପଟୁ ସ୍ଥିତିକୁ ଶାନ୍ତ କରାଇବାରେ ଅତ୍ୟନ୍ତ ପ୍ରଭାବଶାଳୀ ରହିଥିଲେ ଓ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଭାରତ ପଟୁ ବଡ଼ ଯୋଗଦାନ ଦେଇଥିଲେ । ଏହି ସମୟରେ ଟ୍ରମ୍ପ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତିର କ୍ରେଡିଟ୍ ନେବାକୁ ଉଦ୍ୟମ କରିଥିଲେ ।