ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପାଚିକା ସହାୟକ ସଂଘର ବିକ୍ଷୋଭ
ଛତ୍ରପୁର,୨୨ା୨(ଦିଲ୍ଲୀପ ସାମଲ/(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଏଆଇଟିୟୁସି ସହ ବନ୍ଧିତ ପାଚିକା ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାଚିକାମାନେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନାକୁ ସଫଳ କରିଆସୁଛନ୍ତି। ବିଦ୍ୟାଳୟରେ ୬ ଘଣ୍ଟାରୁ ଅଧିକ ସମୟ ପ୍ରଯ୍ୟନ୍ତ ରହି କାମ କରି ଆସୁଥିଲେ ବି ସେମାନେ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ପାଚିକାମାନଙ୍କୁ ପୂର୍ବରୁ ମାସିକ ୧୪୦୦ ଶହ ଟଙ୍କା ଥିବା ବେଳେ […] The post ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପାଚିକା ସହାୟକ ସଂଘର ବିକ୍ଷୋଭ appeared first on Dharitri Odia News.
ଛତ୍ରପୁର,୨୨ା୨(ଦିଲ୍ଲୀପ ସାମଲ/(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଏଆଇଟିୟୁସି ସହ ବନ୍ଧିତ ପାଚିକା ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାଚିକାମାନେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନାକୁ ସଫଳ କରିଆସୁଛନ୍ତି। ବିଦ୍ୟାଳୟରେ ୬ ଘଣ୍ଟାରୁ ଅଧିକ ସମୟ ପ୍ରଯ୍ୟନ୍ତ ରହି କାମ କରି ଆସୁଥିଲେ ବି ସେମାନେ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ପାଚିକାମାନଙ୍କୁ ପୂର୍ବରୁ ମାସିକ ୧୪୦୦ ଶହ ଟଙ୍କା ଥିବା ବେଳେ ମାତ୍ର ୬ ଶହ ଟଙ୍କା ବୃଦ୍ଧି ହୋଇ ୨୦୦୦ ଟଙ୍କା କରାଯାଇଛି ଯାହା କି ଅନ୍ୟ ରାଜ୍ୟ ତୁଳନାରେ କମ୍। ତେଣୁ ରାଜ୍ୟ ସରକାର ଏହାକୁ ବିଚାର କରି ମାସିକ ୧୮୦୦୦ ଟଙ୍କା ଦାବି କରାଯାଇଛି। ପରେ ୫ ଲକ୍ଷ ପ୍ରଦାନ, ପ୍ରସୂତିକାଳୀନ ଛୁଟି ୧୮୦ ଦିନ, ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବ୍ୟତିତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରା ନ ଯାଉ, କାର୍ଯ୍ୟରତ ବେଳେ ଦୁର୍ଘଟଣା ଘଟିଲେ ସମ୍ପୂର୍ଣ୍ଣ ମେଡିକାଲ ଖର୍ଚ୍ଚ ଦିଆଯାଉ, ପାଚିକାମାନଙ୍କର ବକେୟା ୨୪ ମାସର ଟଙ୍କା ଆସିଥିବା ବେଳେ କିଛି ପାଚିକା ପାଇ ନାହାନ୍ତି ତେଣୁ ତୁରନ୍ତ ପ୍ରଦାନ କରିବା, ୧୦ ମାସ ବଦଳରେ ୧୨ ମାସର ଭତ୍ତା ପ୍ରଦାନ କରାଯାଉ ଏବଂ ଅବସର ପରେ ପେନ୍ସନ୍ ପ୍ରଦାନ ଦାବି କରାଯାଇଥିଲା। ଏହି ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ବୋଲି ଚେତାବନୀ ଦେଇଥିଲେ। ପରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ନିଖିଳ ଓଡ଼ିଶା ଏମ୍ଡିଏମ୍ ପାଚିକା ସହାୟକ ସଂଘ ଗଞ୍ଜାମ ଜିଲା କମିଟି ସଭାପତି ରାଜେନ୍ଦ୍ର ଦାସ,ସମ୍ପାଦିକା କୁନି ମହାପାତ୍ର, ଶ୍ରମିକ ନେତା ନୀଳକଣ୍ଠ ଦାଶ ଓ ଦୁର୍ଯ୍ୟୋଧନ ନାହାକ,ସିଏଚ୍ ଜନାର୍ଦ୍ଦନ ରେଡ୍ଡୀଙ୍କ ସମେତ ବହୁ ପାଚିକା ସାମିଲ ଥିଲେ। ପ୍ରାରମ୍ଭରେ ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।
The post ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପାଚିକା ସହାୟକ ସଂଘର ବିକ୍ଷୋଭ appeared first on Dharitri Odia News.