ଏଥର ବି ଝୁଲି ରହିଲା କଟକର ୨ ଆସନ
ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତାଲିକାରେ ଏଥର ବି କଟକର ୨ଟି ଆସନ ଝୁଲି ରହିଛି। ବାରବାଟୀ-କଟକ ଓ ସାଲେପୁର ପାଇଁ ଦଳ କାହାର ବି ନାମ ଘୋଷଣା କରିନାହିଁ। କଟକର ୨ ଆସନ ପରି ଜୟପୁରର ଆସନ ବି ଝୁଲି ରହିଛି। ଭାଜପା ସାର୍ବଜନୀନ […] The post ଏଥର ବି ଝୁଲି ରହିଲା କଟକର ୨ ଆସନ appeared first on Dharitri Odia News.
ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତାଲିକାରେ ଏଥର ବି କଟକର ୨ଟି ଆସନ ଝୁଲି ରହିଛି। ବାରବାଟୀ-କଟକ ଓ ସାଲେପୁର ପାଇଁ ଦଳ କାହାର ବି ନାମ ଘୋଷଣା କରିନାହିଁ। କଟକର ୨ ଆସନ ପରି ଜୟପୁରର ଆସନ ବି ଝୁଲି ରହିଛି।
ଭାଜପା ସାର୍ବଜନୀନ କରିଥିବା ତାଲିକା ଅନୁଯାୟୀ ରାଉରକେଲାରୁ ଦିଲ୍ଲୀପ ରାୟ ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ଜଗତ୍ସିଂହପୁର ବିବାଦ ମଧ୍ୟରେ ଅମରେନ୍ଦ୍ର ଦାସଙ୍କୁ ସୁଯୋଗ ମିଳିଛି। ସେହିପରି ଦଳ ୨ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଛି। ରଣପୁରରୁ ଦଳ ପ୍ରଥମେ ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଆଜି ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ବଦଳରେ ସୁରମା ପାଢୀଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଟ୍ଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ସ୍ଥାନରେ ଚୈତନ୍ୟ ନନ୍ଦବାଲିଙ୍କୁ ପ୍ରାର୍ଥୀ କରିଛି ଦଳ।
The post ଏଥର ବି ଝୁଲି ରହିଲା କଟକର ୨ ଆସନ appeared first on Dharitri Odia News.