ଏନଆଇଏ ଅଧିକାରୀଙ୍କ ଉପରେ ଆକ୍ରମଣକୁ ନେଇ ବର୍ଷିଲେ ପିଏମ ମୋଦୀ, ‘ଆତଙ୍କ ପାଇଁ ଖୋଲା ଲାଇସେନ୍ସ ଚାହୁଛି ଟିଏମସି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ରବିବାର ପଶ୍ଚିମବଙ୍ଗ ଜଳପାଇଗୁଡ଼ୀରେ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ରାଜ୍ୟର ତୃଣମୂଳ କଂଗେସ ସରକାର ଉପରେ ଖୁବ୍‌ ବର୍ଷିଛନ୍ତି। ପିଏମ ମୋଦୀ କହିଛନ୍ତି ‘‘ଟିଏମସି ଏହାର ଭ୍ରଷ୍ଟାଚାରୀ ନେତାଙ୍କୁ ଆତଙ୍କ ପାଇଁ ଖୋଲା ଲାଇସେନ୍ସ ଚାହୁଛି। ଏଥିପାଇଁ ଯେତେବେଳେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଆସୁଛନ୍ତି, ସେତେବେଳେ ଟିମ୍‌ ଉପରକୁ ଆକ୍ରମଣ ହେଉଛି। ଏହି ଆକ୍ରମଣ ଲୋକଙ୍କ ଦ୍ବାରା କରାଯାଉଛି। ଟିଏମସି, ଆଇନ୍‌ ଏବଂ ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଛି।’ପିଏମ ମୋଦୀଙ୍କ ଏହି ଟିପ୍ପଣୀ, ଶନିବାର ରାଜ୍ୟରେ ଏନଆଇ ଟିମ୍‌ ଉପରେ ଆକ୍ରମଣ ପରେ ଆସିଛି। ସୂଚନାଥାଉକି, ଶନିବାର ଏନଆଇଏ, ପଶ୍ଚିମବଙ୍ଗର ପୂର୍ବ-ମେଦିନୀପୁର ଜିଲ୍ଲାରେ ୨୦୨୨ରେ ବିସ୍ଫୋରଣ ମାମଲାରେ ୨ ମୁଖ୍ୟ ସନ୍ଦିଗ୍ଧଙ୍କୁ ଯାଞ୍ଚ ଏଜେନ୍ସୀ ତରଫରୁ ଗିରଫ କରିବାକୁ ପ୍ରୟାସ କରିବାବେଳେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା। ମୋଦୀ କହିଛନ୍ତି ଟିଏମସି, ବାମ ଦଳ ଏବଂ କଂଗ୍ରେସ ପରସ୍ପରର ଭ୍ରଷ୍ଟାଚାରୀକୁ ବଞ୍ଚା‌ଇବା ପାଇଁ ଇଣ୍ଡି ମେଣ୍ଟ ଗଢ଼ିଛନ୍ତି। ମୁଁ କହୁଛି ଭ୍ରଷ୍ଟାଚାର ହଟା, ସେମାନେ କହୁଛନ୍ତି ଭ୍ରଷ୍ଟାଚାର ବଞ୍ଚାଅ। ସେମାନେ ଯାହାବି କୁହନ୍ତୁ ଜୁନ୍‌ ୪ ପରେ ଦୁର୍ନୀତି ଖୋରଙ୍କ ବିରୋଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ହେବ।’’ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସିଣ୍ଡିକେଟ ରାଜ ଏଭଳି ହୋଇଛି ଯେ, ଅଦାଲତକୁ ବି

ଏନଆଇଏ ଅଧିକାରୀଙ୍କ ଉପରେ ଆକ୍ରମଣକୁ ନେଇ ବର୍ଷିଲେ ପିଏମ ମୋଦୀ, ‘ଆତଙ୍କ ପାଇଁ ଖୋଲା ଲାଇସେନ୍ସ ଚାହୁଛି ଟିଏମସି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ରବିବାର ପଶ୍ଚିମବଙ୍ଗ ଜଳପାଇଗୁଡ଼ୀରେ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ରାଜ୍ୟର ତୃଣମୂଳ କଂଗେସ ସରକାର ଉପରେ ଖୁବ୍‌ ବର୍ଷିଛନ୍ତି। ପିଏମ ମୋଦୀ କହିଛନ୍ତି ‘‘ଟିଏମସି ଏହାର ଭ୍ରଷ୍ଟାଚାରୀ ନେତାଙ୍କୁ ଆତଙ୍କ ପାଇଁ ଖୋଲା ଲାଇସେନ୍ସ ଚାହୁଛି। ଏଥିପାଇଁ ଯେତେବେଳେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ଆସୁଛନ୍ତି, ସେତେବେଳେ ଟିମ୍‌ ଉପରକୁ ଆକ୍ରମଣ ହେଉଛି। ଏହି ଆକ୍ରମଣ ଲୋକଙ୍କ ଦ୍ବାରା କରାଯାଉଛି। ଟିଏମସି, ଆଇନ୍‌ ଏବଂ ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଛି।’

ପିଏମ ମୋଦୀଙ୍କ ଏହି ଟିପ୍ପଣୀ, ଶନିବାର ରାଜ୍ୟରେ ଏନଆଇ ଟିମ୍‌ ଉପରେ ଆକ୍ରମଣ ପରେ ଆସିଛି। ସୂଚନାଥାଉକି, ଶନିବାର ଏନଆଇଏ, ପଶ୍ଚିମବଙ୍ଗର ପୂର୍ବ-ମେଦିନୀପୁର ଜିଲ୍ଲାରେ ୨୦୨୨ରେ ବିସ୍ଫୋରଣ ମାମଲାରେ ୨ ମୁଖ୍ୟ ସନ୍ଦିଗ୍ଧଙ୍କୁ ଯାଞ୍ଚ ଏଜେନ୍ସୀ ତରଫରୁ ଗିରଫ କରିବାକୁ ପ୍ରୟାସ କରିବାବେଳେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା। 

ମୋଦୀ କହିଛନ୍ତି ଟିଏମସି, ବାମ ଦଳ ଏବଂ କଂଗ୍ରେସ ପରସ୍ପରର ଭ୍ରଷ୍ଟାଚାରୀକୁ ବଞ୍ଚା‌ଇବା ପାଇଁ ଇଣ୍ଡି ମେଣ୍ଟ ଗଢ଼ିଛନ୍ତି। ମୁଁ କହୁଛି ଭ୍ରଷ୍ଟାଚାର ହଟା, ସେମାନେ କହୁଛନ୍ତି ଭ୍ରଷ୍ଟାଚାର ବଞ୍ଚାଅ। ସେମାନେ ଯାହାବି କୁହନ୍ତୁ ଜୁନ୍‌ ୪ ପରେ ଦୁର୍ନୀତି ଖୋରଙ୍କ ବିରୋଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ହେବ।’’ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସିଣ୍ଡିକେଟ ରାଜ ଏଭଳି ହୋଇଛି ଯେ, ଅଦାଲତକୁ ବିଭିନ୍ନ ମାମଲାରେ ହସ୍ତକ୍ଷେପ କରିବାକୁ ପଡ଼ୁଛି।

ସନ୍ଦେଶଖାଲୀରେ ନିକଟରେ ଘଟିଥିବା ଘଟଣା କଥା ଉଲ୍ଲେଖ କରି ମୋଦୀ ଲୋକଙ୍କ ଆଶ୍ବସନା ଦେଇଛନ୍ତି ଯେ, ଏହି ଜଘନ୍ୟ ଅପରାଧର ଦୋଷୀଙ୍କୁ ନିଜ ଶେଷ ଜୀବନ ଜେଲ୍‌ରେ ବିତାଇବାକୁ ହେବ। ଆହୁରି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ଟିଏମସି ସରକାର ରାଜ୍ୟରେ ଗରିବଙ୍କ ପାଇଁ କେନ୍ଦ୍ରର କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବାଧା ଦେଉଛନ୍ତି।