ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅଶ୍ଵିନ-ଜାଡ଼େଜା

ଚେନ୍ନାଇ: ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦଳର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୧୪୪ ରନରେ ୬ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌ରେ ରହିଥିଲା। ପରେ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜା ଚମତ୍କାର ବ୍ୟାଟିଂ କରି ଦଳର ଇନିଂସ ସମ୍ଭାଳିଛନ୍ତି। ଫଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୩୩୯ ରନ କରିଛି। ଅଶ୍ଵିନ ୧୧୨ ବଲରୁ ୧୦୨ ରନ ଓ ଜାଡ଼େଜା ୧୧୭ ବଲ୍‌ରୁ ୮୬ ରନ କରି ଖେଳୁଛନ୍ତି। ଏହି ସମୟରେ ଅଶ୍ଵିନ ଓ ଜାଡ଼େଜା ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ରବି ଅଶ୍ଵିନ ଓ ରବୀନ୍ଦ୍ର   ଜାଡ଼େଜାଙ୍କ ମଧ୍ୟରେ ସପ୍ତମ ଓ୍ଵିକେଟ୍ ପାଇଁ ୧୯୫ ରନର ଭାଗିଦାରୀ ହୋଇଛି। ଏହାପୂର୍ବରୁ କରୁଣ ନାୟର ଓ ରବୀନ୍ଦ୍ର ଜାଡ଼େଜା ଇଂଲଣ୍ଡ ବିପକ୍ଷରେ ୨୦୧୬ରେ ସପ୍ତମ ଓ୍ଵିକେଟ୍ ପାଇଁ ରେକର୍ଡ ୧୩୮ ରନ ଯୋଡ଼ିଥିଲେ। ବାଂଲାଦେଶ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ଶ୍ରେଷ୍ଠ ଭାଗିଦାରୀ ଦେଖିଲେ ଏହା ପୂର୍ବରୁ ଏହି ରେକର୍ଡ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ଜାହିର ଖାନଙ୍କ ନାମରେ ଥିଲା। ତେନ୍ଦୁଲକର ଓ ଜାହିର ୨୦୦୪ରେ ଦଶମ ଓ୍ଵିକେଟ୍ ପାଇଁ ୧୩୩ ରନ ଯୋଡ଼ିଥିଲେ। ଏହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ନିଜ କ୍ୟାରିୟରର ଶ୍ରେଷ୍ଠ ୨୪୮ ରନ କରିଥିଲେ।ରବି ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଯୋଡ଼ି ତେନ୍ଦୁଲକର  ଓ ଜାହିରଙ୍କୁ ପଛରେ ପକାଇଛନ୍ତି। ଦୁଇ ବ୍ୟାଟର ଅବିଭାଜିତ ସପ୍ତମ ଓ୍

ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅଶ୍ଵିନ-ଜାଡ଼େଜା

ଚେନ୍ନାଇ: ଚେନ୍ନାଇ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଦଳର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୧୪୪ ରନରେ ୬ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌ରେ ରହିଥିଲା। ପରେ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜା ଚମତ୍କାର ବ୍ୟାଟିଂ କରି ଦଳର ଇନିଂସ ସମ୍ଭାଳିଛନ୍ତି। ଫଳରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ୍ ହରାଇ ୩୩୯ ରନ କରିଛି। ଅଶ୍ଵିନ ୧୧୨ ବଲରୁ ୧୦୨ ରନ ଓ ଜାଡ଼େଜା ୧୧୭ ବଲ୍‌ରୁ ୮୬ ରନ କରି ଖେଳୁଛନ୍ତି। ଏହି ସମୟରେ ଅଶ୍ଵିନ ଓ ଜାଡ଼େଜା ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। 

ରବି ଅଶ୍ଵିନ ଓ ରବୀନ୍ଦ୍ର   ଜାଡ଼େଜାଙ୍କ ମଧ୍ୟରେ ସପ୍ତମ ଓ୍ଵିକେଟ୍ ପାଇଁ ୧୯୫ ରନର ଭାଗିଦାରୀ ହୋଇଛି। ଏହାପୂର୍ବରୁ କରୁଣ ନାୟର ଓ ରବୀନ୍ଦ୍ର ଜାଡ଼େଜା ଇଂଲଣ୍ଡ ବିପକ୍ଷରେ ୨୦୧୬ରେ ସପ୍ତମ ଓ୍ଵିକେଟ୍ ପାଇଁ ରେକର୍ଡ ୧୩୮ ରନ ଯୋଡ଼ିଥିଲେ। ବାଂଲାଦେଶ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ଶ୍ରେଷ୍ଠ ଭାଗିଦାରୀ ଦେଖିଲେ ଏହା ପୂର୍ବରୁ ଏହି ରେକର୍ଡ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ଜାହିର ଖାନଙ୍କ ନାମରେ ଥିଲା। ତେନ୍ଦୁଲକର ଓ ଜାହିର ୨୦୦୪ରେ ଦଶମ ଓ୍ଵିକେଟ୍ ପାଇଁ ୧୩୩ ରନ ଯୋଡ଼ିଥିଲେ। ଏହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ନିଜ କ୍ୟାରିୟରର ଶ୍ରେଷ୍ଠ ୨୪୮ ରନ କରିଥିଲେ।

ରବି ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଯୋଡ଼ି ତେନ୍ଦୁଲକର  ଓ ଜାହିରଙ୍କୁ ପଛରେ ପକାଇଛନ୍ତି। ଦୁଇ ବ୍ୟାଟର ଅବିଭାଜିତ ସପ୍ତମ ଓ୍ଵିକେଟ୍ ପାଇଁ ରେକର୍ଡ ୧୯୫ ରନ ଭାଗିଦାରୀ ଯୋଡ଼ିଛନ୍ତି। ଭାରତୀୟ କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ଯେ, ଅଶ୍ଵିନ ଓ ଜାଡ଼େଜା ଦ୍ଵିତୀୟ ଦିନରେ ଅଧିକରୁ ଅଧିକ ରନ ଯୋଡ଼ିବେ। ଦେଖିବାକୁ ବାକି ରହିଲା ଦୁଇ ବ୍ୟାଟର ଚେନ୍ନାଇ ଟେଷ୍ଟରେ ଦ୍ଵିତୀୟ ଦିନରେ କେତେ ରନ ସଂଗ୍ରହ କରିବେ।