ଏନ୍‌ଏସିକୁ ବାରମ୍ବାର ଦୌଡିବା ପରେ ମିଳୁନି ରାଶନ କାର୍ଡ

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ)- ସାଧାରଣ ଲୋକଙ୍କୁ କିଭଳି ସହଜରେ ସମସ୍ତ ସୁବିଧା ମିଳିପାରିବ ସେଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେତେକ କ୍ଷେତ୍ରରେ ଏହି ସୁବିଧାରୁ ଗରିବ ଲୋକେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଗଞ୍ଜାମ ଏନଏସି ଅନ୍ତର୍ଗତ ୧ ନଂ. ୱାର୍ଡର କରଣ ସାହିରେ ରହୁଥିବା ଯୋଗି ବାରିକ (୭୫) ରିକ୍ସା ଚଳାଇ ପରିବାର ଚଳାନ୍ତି। ମାତ୍ର ତାଙ୍କର ରାଶନ କାର୍ଡ ନାହିଁ। ଏଥିପାଇଁ ସେ ଅନେକ ଥର ଏନଏସି ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାଙ୍କୁ […] The post ଏନ୍‌ଏସିକୁ ବାରମ୍ବାର ଦୌଡିବା ପରେ ମିଳୁନି ରାଶନ କାର୍ଡ appeared first on Dharitri Odia News.

ଏନ୍‌ଏସିକୁ ବାରମ୍ବାର ଦୌଡିବା ପରେ ମିଳୁନି ରାଶନ କାର୍ଡ

ଗଞ୍ଜାମ,୧୭ା୬(ବିଦ୍ୟାଧର ସାହୁ)- ସାଧାରଣ ଲୋକଙ୍କୁ କିଭଳି ସହଜରେ ସମସ୍ତ ସୁବିଧା ମିଳିପାରିବ ସେଥିପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କେତେକ କ୍ଷେତ୍ରରେ ଏହି ସୁବିଧାରୁ ଗରିବ ଲୋକେ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଗଞ୍ଜାମ ଏନଏସି ଅନ୍ତର୍ଗତ ୧ ନଂ. ୱାର୍ଡର କରଣ ସାହିରେ ରହୁଥିବା ଯୋଗି ବାରିକ (୭୫) ରିକ୍ସା ଚଳାଇ ପରିବାର ଚଳାନ୍ତି। ମାତ୍ର ତାଙ୍କର ରାଶନ କାର୍ଡ ନାହିଁ। ଏଥିପାଇଁ ସେ ଅନେକ ଥର ଏନଏସି ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାଙ୍କୁ ଏଯାଏ ରାଶନ କାର୍ଡଟିଏ ମିଳିନାହିଁ। ଫଳରେ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ତାଙ୍କ ନାମରେ ବିପିଏଲ କାର୍ଡଟିଏ ଥିଲା। ଏନଏସି ପକ୍ଷରୁ ରାଶନ କାର୍ଡ ସର୍ଭେ ବେଳେ ତାଙ୍କ କାର୍ଡ କାଟି ଦେଇଥିଲେ ବୋଲି ଯୋଗୀ କହିଛନ୍ତି। ରିକ୍ସା ଚଳାଇ ଛୋଟ ଝାଟିମାଟି ଘରେ ରହୁଥିବା ଯୋଗୀ ତାଙ୍କ କାର୍ଡ କାହିଁକି କଟିଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନେକ ପ୍ରତିଷ୍ଠିତ ଲୋକଙ୍କ ଘରବାଡି, ଗାଡି ଓ ଜମି ସବୁ ଥାଇ ମଧ୍ୟ ସେମାନଙ୍କ ରାଶନ କାର୍ଡ ରହୁଛି। ପ୍ରଶାସନ ତାଙ୍କର କିଛି କରିପାରୁନି। ତାଙ୍କପରି ଖଟିଆଙ୍କ ଉପରେ ଏନଏସି ପ୍ରଶାସନ ଦାଉ ସାଧୁଛି ବୋଲି କ୍ଷୋଭର ସହ କହିଛନ୍ତି ଯୋଗୀ। ତୁରନ୍ତ ତାଙ୍କୁ ରାଶନ କାର୍ଡ ନ ଦେଲେ ସେ ପରିବାର ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି। ଏସମ୍ପର୍କରେ ଏନଏସି ଇଓ ଅପର୍ଣ୍ଣା ଡାଙ୍ଗୁଆଙ୍କୁ ପଚାରିବାରୁ ସେ କହିଲେ, ତାଙ୍କ ସମସ୍ୟା ଜିଲା ସିଭିଲ ସପ୍ଲାଇ ଅଫିସକୁ ଅବଗତ କରାଯାଇଛି। ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ।

The post ଏନ୍‌ଏସିକୁ ବାରମ୍ବାର ଦୌଡିବା ପରେ ମିଳୁନି ରାଶନ କାର୍ଡ appeared first on Dharitri Odia News.