ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଗଲା ବାଘୁଣୀ ‘ଯମୁନା’, ସ୍ୱତନ୍ତ୍ର ଟିମ୍‌ ନଜରରେ ରହିବ

କରଞ୍ଜିଆ ୦୯।୧୧ : ଜଙ୍ଗଲକୁ ଗଲା ଯମୁନା । ଶିମିଳିପାଳର ଏନ୍‌କ୍ଲୋଜର ଭିତରେ ଥିବା ଯମୁନାକୁ ଶନିବାର ଦିନ ଜଙ୍ଗଲ ମଧ୍ୟକୁ ଛଡାଯାଇଛି । ଏବେ ସେ ସୁସ୍ଥ ଅଛି । ତଥାପରି ବନବିଭାଗ ଟିମ୍‌ ଲଗାତର ଭାବ ଯମୁନା ଉପରେ ନଜର ରଖିଛି ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ଅକ୍ଟୋବର ୨୭ରେ ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ପ୍ରଥମ ଥର ଲାଗି ଗୋଟିଏ ଅଢେଇ ବର୍ଷର ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଥିଲା । ପରେ ୨୮ତାରିଖ ସକାଳ ୯ଟା ୨୫ମିନିଟ ସମୟରେ ଶିମିଳିପାଳର କବାଟ ଘାଇ ସେକ୍ସନ ଅନ୍ତର୍ଗତ  ଯମୁନାଗଡ ନିକଟସ୍ଥ କୋର ଏରିଆରେ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ସେହି ବାଘୁଣୀକୁ ଛଡାଯାଇଛି । ଶିମିଳିପାଳର ଏହି ନୂଆ ଅତିଥିର ନାମ ‘ଯମୁନା’ ଦିଆଯାଇଛି । ପାଖାପାଖି ଗୋଟିଏ ହେକ୍ଟର ପରିମିତ ଜଙ୍ଗଲ ପରିବେଶରେ ବାଘୁଣୀ ଯମୁନାକୁ ଛଡା ଯାଇ ତାର ଗତିବିଧି ଉପରେ   ଜଙ୍ଗଲ ବିଭାଗ ନଜର ରଖାଯାଇଥିଲା। ନିୟମିତ ଭାବେ ତା’ର ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଏନ୍‌କ୍ଲୋଜର ଭିତରକୁ ତାର ଖାଦ୍ୟ ପାଇଁ ଜୀବନ୍ତ ଜନ୍ତୁ ଛଡାଯାଉଛି । ୩୦ ତାରିଖରେ ଯମୁନା ପ୍ରଥମେ ଏକ ବାରହା ଶିକାର କରି ଖାଇଥିଲା। ବାଘୁଣୀ ଶିମିଳିପାଳ ଜଳବାୟୁ ଖାପ ଖାଉଥିବା ଜଣାପଡିବା ପରେ ଶନିବାର ଯମୁନାକୁ ଜଙ୍ଗଲ କୋର ଏରିଆକୁ ଛଡ଼ାଯାଇଥିବା ଜଣାପଡିଛି। 

ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଗଲା ବାଘୁଣୀ ‘ଯମୁନା’,  ସ୍ୱତନ୍ତ୍ର ଟିମ୍‌ ନଜରରେ ରହିବ

କରଞ୍ଜିଆ ୦୯।୧୧ : ଜଙ୍ଗଲକୁ ଗଲା ଯମୁନା । ଶିମିଳିପାଳର ଏନ୍‌କ୍ଲୋଜର ଭିତରେ ଥିବା ଯମୁନାକୁ ଶନିବାର ଦିନ ଜଙ୍ଗଲ ମଧ୍ୟକୁ ଛଡାଯାଇଛି । ଏବେ ସେ ସୁସ୍ଥ ଅଛି । ତଥାପରି ବନବିଭାଗ ଟିମ୍‌ ଲଗାତର ଭାବ ଯମୁନା ଉପରେ ନଜର ରଖିଛି ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।


ଖବର ଅନୁଯାୟୀ, ଅକ୍ଟୋବର ୨୭ରେ ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ପ୍ରଥମ ଥର ଲାଗି ଗୋଟିଏ ଅଢେଇ ବର୍ଷର ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଥିଲା । ପରେ ୨୮ତାରିଖ ସକାଳ ୯ଟା ୨୫ମିନିଟ ସମୟରେ ଶିମିଳିପାଳର କବାଟ ଘାଇ ସେକ୍ସନ ଅନ୍ତର୍ଗତ  ଯମୁନାଗଡ ନିକଟସ୍ଥ କୋର ଏରିଆରେ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ସେହି ବାଘୁଣୀକୁ ଛଡାଯାଇଛି । ଶିମିଳିପାଳର ଏହି ନୂଆ ଅତିଥିର ନାମ ‘ଯମୁନା’ ଦିଆଯାଇଛି । ପାଖାପାଖି ଗୋଟିଏ ହେକ୍ଟର ପରିମିତ ଜଙ୍ଗଲ ପରିବେଶରେ ବାଘୁଣୀ ଯମୁନାକୁ ଛଡା ଯାଇ ତାର ଗତିବିଧି ଉପରେ   ଜଙ୍ଗଲ ବିଭାଗ ନଜର ରଖାଯାଇଥିଲା। ନିୟମିତ ଭାବେ ତା’ର ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଏନ୍‌କ୍ଲୋଜର ଭିତରକୁ ତାର ଖାଦ୍ୟ ପାଇଁ ଜୀବନ୍ତ ଜନ୍ତୁ ଛଡାଯାଉଛି । ୩୦ ତାରିଖରେ ଯମୁନା ପ୍ରଥମେ ଏକ ବାରହା ଶିକାର କରି ଖାଇଥିଲା। ବାଘୁଣୀ ଶିମିଳିପାଳ ଜଳବାୟୁ ଖାପ ଖାଉଥିବା ଜଣାପଡିବା ପରେ ଶନିବାର ଯମୁନାକୁ ଜଙ୍ଗଲ କୋର ଏରିଆକୁ ଛଡ଼ାଯାଇଥିବା ଜଣାପଡିଛି।