ଏନ୍ଡିଏରୁ ଓହରନ୍ତୁ ନୀତୀଶ
ଲକ୍ଷ୍ନୌ,୧୨ା୧୦: ସମାଜବାଦୀ ମାର୍ଗଦର୍ଶକ ତଥା ଜରୁରିକାଳୀନ ପରିସ୍ଥିତିର ଦୃଢ଼ ସମାଲୋଚକ ସ୍ବର୍ଗତ ଜୟପ୍ରକାଶ ନାରାୟଣଙ୍କୁ ନେଇ ୟୁପିର ଶାସକ ଭାଜପା ଏବଂ ବିରୋଧୀ ଏସ୍ପି ବର୍ତ୍ତମାନ ମୁହଁାମୁହଁି ସ୍ଥିତିରେ। ଶୁକ୍ରବାର ଏହି ସୋସିଆଲିଷ୍ଟ ନେତାଙ୍କ ଜୟନ୍ତୀ ଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷୌ ରାଜରାସ୍ତାରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଜେପିଏନ୍ଆଇସି ଅଖିଳେଶ ଯାଦବ ସରକାରଙ୍କ ଅମଳର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ। କିନ୍ତୁ ଏହାର ନିର୍ମାଣରେ ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଇ ବର୍ତ୍ତମାନ […] The post ଏନ୍ଡିଏରୁ ଓହରନ୍ତୁ ନୀତୀଶ appeared first on Dharitri Odia News.
ଲକ୍ଷ୍ନୌ,୧୨ା୧୦: ସମାଜବାଦୀ ମାର୍ଗଦର୍ଶକ ତଥା ଜରୁରିକାଳୀନ ପରିସ୍ଥିତିର ଦୃଢ଼ ସମାଲୋଚକ ସ୍ବର୍ଗତ ଜୟପ୍ରକାଶ ନାରାୟଣଙ୍କୁ ନେଇ ୟୁପିର ଶାସକ ଭାଜପା ଏବଂ ବିରୋଧୀ ଏସ୍ପି ବର୍ତ୍ତମାନ ମୁହଁାମୁହଁି ସ୍ଥିତିରେ। ଶୁକ୍ରବାର ଏହି ସୋସିଆଲିଷ୍ଟ ନେତାଙ୍କ ଜୟନ୍ତୀ ଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷୌ ରାଜରାସ୍ତାରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ଜେପିଏନ୍ଆଇସି ଅଖିଳେଶ ଯାଦବ ସରକାରଙ୍କ ଅମଳର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ। କିନ୍ତୁ ଏହାର ନିର୍ମାଣରେ ଆର୍ଥିକ ଅନିୟମିତତା ହୋଇଥିବା ଦର୍ଶାଇ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥ ସରକାର ଏହାର ତଦନ୍ତ କରୁଛନ୍ତି। ଶୁକ୍ରବାର ସକାଳେ ଏସ୍ପି କର୍ମୀମାନେ ଅଖିଳେଶଙ୍କ ବାସଭବନ ବାହାରରେ ଏକତ୍ରିତ ହୋଇଥିଲେ। ଅଖିଳେଶ ନିଜ ସମର୍ଥକମାନଙ୍କ ସହ ଏକ ଗାଡ଼ିରେ ଜେପିଏନ୍ଆଇସି ଅଭିମୁଖେ ବାହାରିଥିବାବେଳେ ପୋଲିସ ବିକ୍ରମାଦିତ୍ୟ ମାର୍ଗସ୍ଥିତ ତାଙ୍କ ବାସଭବନ ନିକଟରେ ବ୍ୟାରିକେଡ୍ କରିଥିଲା। ସମାଜବାଦୀମାନଙ୍କୁ ଜେପିଙ୍କ ଜନ୍ମଦିନରେ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାରୁ ନିବୃତ୍ତ ରଖିବାରୁ ଭାଜପା ଏପରି କରିଥିବା ଅଖିଳେଶ ସମାଲୋଚନା କରିଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ଅଖିଳେଶ ଜେପିଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତିରେ ଫୁଲମାଳ ପିନ୍ଧାଇଥିଲେ। ଏହି ଅବସରରେ ସେ ସମର୍ଥକଙ୍କୁ ସମ୍ବୋଧିତ କରି କହିଥିଲେ, ଜେପିଏନ୍ଆଇସି ମ୍ୟୁଜିୟମ୍କୁ ଯିବାବେଳେ ଭାଜପା ସରକାର ଆମକୁ କାହିଁକି ଅଟକାଉଛି ତାହାର କାରଣ ଜଣାନାହିଁ। ଭାଜପା ସରକାରର ଏହା ପ୍ରଥମ ବ୍ଲକେଡ୍ ନୁହେଁ। ସମସ୍ତ ଭଲ କାମରେ ଭାଜପା ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଆଜି ଆମେ ରାସ୍ତା ଉପରେ ଛିଡ଼ାହୋଇ ଜେପିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ। ପାର୍ବଣ ଦିନ ହୋଇ ନ ଥିଲେ ବାଉଁଶ ବ୍ୟାରିକେଡ୍ କର୍ମୀମାନଙ୍କୁ ଅଟକାଇପାରି ନ ଥାନ୍ତା। ଜେଡିୟୁ ଜେପି ଆନ୍ଦୋଳନରୁ ସୃଷ୍ଟି ହୋଇଥିବାରୁ ଭାଜପାର ଏଭଳି କାର୍ଯ୍ୟକୁ ବିରୋଧ କରି ଏନ୍ଡିଏରୁ ସମର୍ଥନ ପ୍ରତ୍ୟାହାର ଉଚିତ। ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ଭାଜପା ମ୍ୟାଜିକ୍ ନମ୍ବର ୨୭୨ ଛୁଇଁ ନ ପାରି ୨୪୦ ଆସନରେ ସୀମିତ ହୋଇଯାଇଥିଲା। ଫଳରେ ନୀତୀଶଙ୍କ ନେତୃତ୍ୱାଧୀନ ଜେଡିୟୁର ୧୨ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ୧୬ ଏମ୍ପିଙ୍କୁ ନେଇ ତୃତୀୟ ଥର କ୍ଷମତାକୁ ଫେରିଥିଲା। ଏହି ପରିପ୍ରେକ୍ଷୀରେ ଅଖିଳେଶ କହିଛନ୍ତି, ୧୯୭୦ ଦଶକରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଆନ୍ଦୋଳନ କରିଥିବା ଜେପିଙ୍କ ଅବଦାନକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଝନ୍ତି ନାହିଁ। ନୀତୀଶ ସେହି ଆନ୍ଦୋଳନରେ ସାମିଲ ଥିଲେ। ତେଣୁ ନୀତୀଶ ବର୍ତ୍ତମାନ ଏନ୍ଡିଏରୁ ଓହରିଯିବା ଆବଶ୍ୟକ।
The post ଏନ୍ଡିଏରୁ ଓହରନ୍ତୁ ନୀତୀଶ appeared first on Dharitri Odia News.