ଏପରି ଏକ ଅଭିଶପ୍ତ ମନ୍ଦିର, ଯିବା ମାତ୍ରେ ହୁଏ ଛାଡ଼ପତ୍ର !
ନୂଆଦିଲ୍ଲୀ ୧୫।୦୩: ଦୁନିଆରେ ଅନେକ ମନ୍ଦିର ରହିଛି । ଏଗୁଡିକ ନିଜର ବିଶେଷତ୍ବ ପାଇଁ ସାରା ବିଶ୍ବରେ ପରିଚିତ । ସାଧାରଣତଃ ସମସ୍ତେ ମନ୍ଦିର ଯାଆନ୍ତି ନିଜ ମନସ୍କାମନା ପୂରଣ କରିବା ପାଇଁ । ଏଥିପାଇଁ ଅନେକ ମଧ୍ୟ ଭିନ୍ନ ଭିନ୍ନ ବରଦାନ ମାଗିଥାନ୍ତି । ବିଶ୍ବର ବିଭିନ୍ନ ସ୍ଥାନରେ ଭିନ୍ନ ଦେବତାଙ୍କୁ ପୂଜା କରାଯାଏ । ସମସ୍ତେ ନିଶ୍ଚୟ ଭିନ୍ନ ପ୍ରକାରର ଇଚ୍ଛା ପୂରଣ କରୁଥିବା ମନ୍ଦିରଗୁଡିକ ବିଷୟରେ ଶୁଣିଥିବେ । ଏଗୁଡିକ ମଧ୍ୟ ଅନେକ ପରିଦର୍ଶନ କରିଥିବେ । କିନ୍ତୁ ଛାଡପତ୍ର ମନ୍ଦିର ବିଷୟରେ କେହି କେବେ ଶୁଣି ନଥିବେ ବୋଧେ ? ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏପରି ଏକ ମନ୍ଦିର ରହିଛି । କିନ୍ତୁ ଏହି ମନ୍ଦିର ଭାରତ ନୁହେଁ ବରଂ ଜାପାନରେ ଅଛି । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଜାପାନର ଏହି ମନ୍ଦିର ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ମନ୍ଦିରଟି ୬୦୦ ବର୍ଷ ପୁରୁଣା । ଏହାର ନାଁ ହେଉଛି ମାତ୍ସୁଗାଓକା ଟୋକିଜି ମନ୍ଦିର । ଏହାକୁ କେହି କେହି ଡିଭୋର୍ସ ଟେମ୍ପଲ ମଧ୍ୟ କୁହନ୍ତି । ମନ୍ଦିରଟି ବୁଦ୍ଧଙ୍କୁ ସମର୍ପିତ । ଏହା ଜାପାନର କାମାକୁରା ସହରରେ ଅବସ୍ଥିତ । ମନ୍ଦିରଟି ୧୨୮୫ରେ ବୌଦ୍ଧ ନନ୍ କାକୁସନ୍ ଶିଦ-ନି କାମାକୁରା ସହରରେ ମାତ୍ସୁଗାଓକା ଟୋକିଜି ମନ୍ଦିର ନିର୍ମାଣ କରିଥିଲେ । ୧୧୮୫ରୁ ୧୩୩୩ ମଧ୍ୟରେ ଜାପାନର ମହିଳାମାନଙ୍କୁ ଅସଦାଚରଣ କରୁଥିବା ସ୍ୱାମୀଙ୍କୁ ଛାଡିବାର କୌଣସି ଆଇନଗତ ଅଧିକାର ନଥିଲା । ତାଛଡ଼ା ଶ
ନୂଆଦିଲ୍ଲୀ ୧୫।୦୩: ଦୁନିଆରେ ଅନେକ ମନ୍ଦିର ରହିଛି । ଏଗୁଡିକ ନିଜର ବିଶେଷତ୍ବ ପାଇଁ ସାରା ବିଶ୍ବରେ ପରିଚିତ । ସାଧାରଣତଃ ସମସ୍ତେ ମନ୍ଦିର ଯାଆନ୍ତି ନିଜ ମନସ୍କାମନା ପୂରଣ କରିବା ପାଇଁ । ଏଥିପାଇଁ ଅନେକ ମଧ୍ୟ ଭିନ୍ନ ଭିନ୍ନ ବରଦାନ ମାଗିଥାନ୍ତି । ବିଶ୍ବର ବିଭିନ୍ନ ସ୍ଥାନରେ ଭିନ୍ନ ଦେବତାଙ୍କୁ ପୂଜା କରାଯାଏ । ସମସ୍ତେ ନିଶ୍ଚୟ ଭିନ୍ନ ପ୍ରକାରର ଇଚ୍ଛା ପୂରଣ କରୁଥିବା ମନ୍ଦିରଗୁଡିକ ବିଷୟରେ ଶୁଣିଥିବେ । ଏଗୁଡିକ ମଧ୍ୟ ଅନେକ ପରିଦର୍ଶନ କରିଥିବେ ।

କିନ୍ତୁ ଛାଡପତ୍ର ମନ୍ଦିର ବିଷୟରେ କେହି କେବେ ଶୁଣି ନଥିବେ ବୋଧେ ? ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏପରି ଏକ ମନ୍ଦିର ରହିଛି । କିନ୍ତୁ ଏହି ମନ୍ଦିର ଭାରତ ନୁହେଁ ବରଂ ଜାପାନରେ ଅଛି । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଜାପାନର ଏହି ମନ୍ଦିର ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ମନ୍ଦିରଟି ୬୦୦ ବର୍ଷ ପୁରୁଣା । ଏହାର ନାଁ ହେଉଛି ମାତ୍ସୁଗାଓକା ଟୋକିଜି ମନ୍ଦିର । ଏହାକୁ କେହି କେହି ଡିଭୋର୍ସ ଟେମ୍ପଲ ମଧ୍ୟ କୁହନ୍ତି । ମନ୍ଦିରଟି ବୁଦ୍ଧଙ୍କୁ ସମର୍ପିତ । ଏହା ଜାପାନର କାମାକୁରା ସହରରେ ଅବସ୍ଥିତ ।

ମନ୍ଦିରଟି ୧୨୮୫ରେ ବୌଦ୍ଧ ନନ୍ କାକୁସନ୍ ଶିଦ-ନି କାମାକୁରା ସହରରେ ମାତ୍ସୁଗାଓକା ଟୋକିଜି ମନ୍ଦିର ନିର୍ମାଣ କରିଥିଲେ । ୧୧୮୫ରୁ ୧୩୩୩ ମଧ୍ୟରେ ଜାପାନର ମହିଳାମାନଙ୍କୁ ଅସଦାଚରଣ କରୁଥିବା ସ୍ୱାମୀଙ୍କୁ ଛାଡିବାର କୌଣସି ଆଇନଗତ ଅଧିକାର ନଥିଲା । ତାଛଡ଼ା ଶହଶହ ମହିଳା ଯେଉଁମାନେ ଘରୋଇ ହିଂସାର ଶିକାର ହେଉଥିଲେ, ସେମାନଙ୍କ ପାଇଁ ଏହି ମନ୍ଦିର ହିଁ ତାଙ୍କ ଘର ଥିଲା । ଯେଉଁଠି ସେ ନିଜକୁ ସୁରକ୍ଷିତ ଓ ନିରାପଦ ମନେ କରୁଥିଲେ ।

ମାତ୍ସୁଗାଓକା ଟୋକିଜି ମନ୍ଦିର ଖୁବଶୀଘ୍ର ପୀଡ଼ିତ ମହିଳାଙ୍କ ନିରାପଦ ସ୍ଥାନ ପାଲଟିଲା । ଯେଉଁମାନେ ନିଜ ସାଥୀକୁ ସବୁଦିନ ପାଇଁ ଛାଡିବାକୁ ଚାହୁଁଥିଲେ, ସେମାନେ ଏହି ମନ୍ଦିର ଆସୁଥିଲେ । ସମୟ ସହିତ ଏହି ବୌଦ୍ଧ ମନ୍ଦିର ନିଜ ଜୀବନସାଥୀଙ୍କ ଠାରୁ ଛାଡପତ୍ର ନେବାକୁ ଇଚ୍ଛା ରଖୁଥିବା ମହିଳାଙ୍କୁ ଅଧିକାରିକ ଭାବେ ପ୍ରମାଣ ପତ୍ର ଦେବାର ଅଭିଯାନ ଆରମ୍ଭ କରିଥିଲା ।

ଏହିପରି ଛାଡପତ୍ର ପ୍ରମାଣପତ୍ର ଗୁଡିକ ‘ସୁଫୁକୁ-ଜି’ ନାମରେ ଜଣା ଯାଉଥିଲା । ତେବେ ବର୍ତ୍ତମାନ ସମୟରେ ଏହି ମନ୍ଦିରରେ କୌଣସି ଛାଡ଼ପତ୍ର ସମ୍ବନ୍ଧୀୟ ମାମଲାରେ ହସ୍ତକ୍ଷେପ କରାଯାଉନାହିଁ । ଏବେ ବି ଅନେକ ଲୋକ ଏହା ମନେ ରଖିଛନ୍ତି ଯେ, ସେ ସମୟର ପୀଡ଼ିତା ମହିଳାଙ୍କ ପାଇଁ ଏହା ସୁରକ୍ଷିତ ସ୍ଥାନ ଥିଲା ।