ପାଣି ବୋତଲକୁ ନେଇ ଖୁବ୍‌ଶୀଘ୍ର ନୂଆ ନିୟମ; ବଜାରରୁ ଗାୟବ ହୋଇଯାଇ ପାରେ ଏହିସବୁ ବୋତଲ

ନୂଆଦିଲ୍ଲୀ: ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ଖୁବ୍‌ଶୀଗ୍ର ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଫଲରେ ବଜାରରେ ବିକ୍ରି ହେଉଥିବା ସାଧାରଣ ବୋତଲ ହୁଏତ ଗାୟବ ହୋଇଯାଇପାରେ। ବିଶେଷ କରି ବିଦେଶରୁ ଆମଦାନୀ ହେଉଥିବା ବୋତଲ ଉପରେ ଏହି ନୂଆ ନିୟମର ଅଧିକ ପ୍ରଭାବ ପଡ଼ିପାରେ।ଏବେ ପାଣି ବୋତଲ ବିକ୍ରି କରିବାକୁ ହେଲେ କମ୍ପାନୀଗୁଡ଼ିକୁ ବ୍ୟୁରୋ ଅପ୍ ଇଣ୍ଡିଆ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ସାର୍ଟିଫିକେଟ୍ ନେବାକୁ ପଡ଼ିବ। ବିଆଇଏସ୍‌ ନଥିଲେ କୌଣସି କମ୍ପାନୀ ପାଣି ବୋତଲ ବିକ୍ରି କରିପାରିବେ ନାହିଁ। ଏହି ନିଷ୍ପତ୍ତି ଲାଗୁ ହେଲେ ଆମଦାନୀ ହେଉଥିବା ବୋତଲ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ।  ବର୍ତ୍ତମାନ ଦେଶର ଅଧିକାଂଶ କମ୍ପାନୀ କପର, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଓ ଆଲ୍ୟୁମିନିୟମ୍‌ ପାଣି ବୋତଲ ଆମଦାନୀ କରୁଛନ୍ତି। ଏବେ ବିଆଇଏସ୍‌ ନିମ ଲାଗୁ ହେଲେ ଭାରତୀୟ କମ୍ପାନୀ ଏହି ବୋତଲଗୁଡ଼ିକୁ ନିଜ ଦେଶରେ ଉତ୍ପାଦନ କରିବାକୁ ବାଧ୍ୟ ହେବେ। ଆଇସିଆଇସିଆଇର ରିପୋର୍ଟ ଅନୁସାରେ ଏହି ଆଇନ୍‌ରେ ବଡ଼ କମ୍ପାନୀଗୁଡ଼ିକ ଲାଭବାନ ହେବେ। ଭାରତ ସରକାରଙ୍କର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ବିଆଇଏସ୍‌ ସାର୍ଟିଫିକେଟ ହାସଲ କରିବାକୁ କମ୍ପାନୀଗୁଡ଼ିକୁ ଜୁଲାଇ ୨୪ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହି ଅବଧି ପରେ ଏକାଧିକ ବ୍ରାଣ୍ଡ ସାର୍ଟିଫିକେଟ ନ ଥାଇ ବୋତଲ ବିକ୍ରି ହୋଇପାରିବ ନାହିଁ। ଫଳରେ ବଜାରରେ ହେଉ କିମ୍ବା ଇକମର୍ସ ପ୍ଲାଟ୍‌ଫର୍ମ

ପାଣି ବୋତଲକୁ ନେଇ ଖୁବ୍‌ଶୀଘ୍ର ନୂଆ ନିୟମ; ବଜାରରୁ ଗାୟବ ହୋଇଯାଇ ପାରେ ଏହିସବୁ ବୋତଲ

ନୂଆଦିଲ୍ଲୀ: ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ଖୁବ୍‌ଶୀଗ୍ର ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଫଲରେ ବଜାରରେ ବିକ୍ରି ହେଉଥିବା ସାଧାରଣ ବୋତଲ ହୁଏତ ଗାୟବ ହୋଇଯାଇପାରେ। ବିଶେଷ କରି ବିଦେଶରୁ ଆମଦାନୀ ହେଉଥିବା ବୋତଲ ଉପରେ ଏହି ନୂଆ ନିୟମର ଅଧିକ ପ୍ରଭାବ ପଡ଼ିପାରେ।

ଏବେ ପାଣି ବୋତଲ ବିକ୍ରି କରିବାକୁ ହେଲେ କମ୍ପାନୀଗୁଡ଼ିକୁ ବ୍ୟୁରୋ ଅପ୍ ଇଣ୍ଡିଆ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ସାର୍ଟିଫିକେଟ୍ ନେବାକୁ ପଡ଼ିବ। ବିଆଇଏସ୍‌ ନଥିଲେ କୌଣସି କମ୍ପାନୀ ପାଣି ବୋତଲ ବିକ୍ରି କରିପାରିବେ ନାହିଁ। ଏହି ନିଷ୍ପତ୍ତି ଲାଗୁ ହେଲେ ଆମଦାନୀ ହେଉଥିବା ବୋତଲ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ।  

ବର୍ତ୍ତମାନ ଦେଶର ଅଧିକାଂଶ କମ୍ପାନୀ କପର, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଓ ଆଲ୍ୟୁମିନିୟମ୍‌ ପାଣି ବୋତଲ ଆମଦାନୀ କରୁଛନ୍ତି। ଏବେ ବିଆଇଏସ୍‌ ନିମ ଲାଗୁ ହେଲେ ଭାରତୀୟ କମ୍ପାନୀ ଏହି ବୋତଲଗୁଡ଼ିକୁ ନିଜ ଦେଶରେ ଉତ୍ପାଦନ କରିବାକୁ ବାଧ୍ୟ ହେବେ। ଆଇସିଆଇସିଆଇର ରିପୋର୍ଟ ଅନୁସାରେ ଏହି ଆଇନ୍‌ରେ ବଡ଼ କମ୍ପାନୀଗୁଡ଼ିକ ଲାଭବାନ ହେବେ। 

ଭାରତ ସରକାରଙ୍କର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ବିଆଇଏସ୍‌ ସାର୍ଟିଫିକେଟ ହାସଲ କରିବାକୁ କମ୍ପାନୀଗୁଡ଼ିକୁ ଜୁଲାଇ ୨୪ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଏହି ଅବଧି ପରେ ଏକାଧିକ ବ୍ରାଣ୍ଡ ସାର୍ଟିଫିକେଟ ନ ଥାଇ ବୋତଲ ବିକ୍ରି ହୋଇପାରିବ ନାହିଁ। ଫଳରେ ବଜାରରେ ହେଉ କିମ୍ବା ଇକମର୍ସ ପ୍ଲାଟ୍‌ଫର୍ମରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର ବୋତଲ ଗାୟବ ହୋଇଯାଇପାରେ। 

ପଢ଼ନ୍ତୁ-FY 24ରେ ତିନି ବଡ଼ ଆଇଟି କମ୍ପାନି ଛଟେଇ କରିଛନ୍ତି ୬୪ ହଜାର କର୍ମଚାରୀ, TCS-ଇନଫୋସିସ୍ ବି ନାହାନ୍ତି ପଛରେ  

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ, ସେଲୋ(Cello), ମିଲ୍‌ଟନ(Milton) ଓ ପ୍ରେଷ୍ଟିଜ୍(Prestige) ସମେତ ବଡ଼ ବଡ଼ ଭାରତୀୟ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ବି ପାଣି ବୋତଲ ଆମଦାନୀ ଉପରେ ନିର୍ଭର କରୁଛନ୍ତି। ଚୀନ ଆଦି ରାଷ୍ଟ୍ରରରୁ ପାଣି ବୋତଲ ଆମଦାନୀ କରି ଭାରତର ବିକ୍ରି କରୁଛନ୍ତି। ଭାରତରେ କପର, ଷ୍ଟେନ୍‌ଲେସ୍ ଷ୍ଟିଲ୍ ଓ ଆଲୁମିନିୟମ ବୋତଲ୍‌ର ଉତ୍ପାଦନ ହେଉ ନାହିଁ ବୋଲି କହିଲେ ଚଳେ। ତେଣୁ ନୂଆ ନିୟମ ଲାଗୁ ହେଲେ କମ୍ପାନୀଗୁଡ଼ିକ ଅଧିକ ଆମଦାନୀ ଶୁଳ୍କ ଦେବା ଅପେକ୍ଷା ଦେଶରେ ଏହାର ଉତ୍ପାଦନ କରିବାକୁ ଚେଷ୍ଟା କରିବେ। 

ଗତ ବର୍ଷ ଜୁଲାଇ ମାସରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିଲା। ୬ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାର ଥିଲା। ବର୍ତ୍ତମାନ ଏହା ଜୁନ୍, ୨୦୨୪ରେ କାର୍ଯ୍ୟକାରୀ ହେବ। ସରକାରଙ୍କ ଏହି ନିଷ୍ପତ୍ତି ନେଇ ସେଲୋ ଏବଂ ମିଲଟନ୍ ଭଳି ବଡ଼ କମ୍ପାନୀଗୁଡିକ ବର୍ତ୍ତମାନ ନିରବ ରହିଥିବା ବେଳେ ଛୋଟ କମ୍ପାନୀଗୁଡ଼ିକ ଉପରେ ଏହାର କୁ ପ୍ରଭାବ ପଡ଼ିବ ବୋଲି ସେମାନେ ଆଶଙ୍କା କରୁଛନ୍ତି।