ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ, ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ  ପ୍ରତିରକ୍ଷା ଗବେଷଣା ବିକଶିତ ସଂସ୍ଥା(ଡିଆରଡିଓ)ର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିଛି ସମୟ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ, କିଛି ସମୟ ଭିତରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ବଡ଼ ଘୋଷଣା କରି ପାରନ୍ତି। ମାତ୍ର ସଦ୍ୟତମ ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ହେବ ନାହିଁ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଛନ୍ତି, ମିଶନ ଦିବ୍ୟାସ୍ତ୍ର ପାଇଁ ଆମ ଡିଆରଡିଓ ବୈଜ୍ଞାନିକଙ୍କ ଉପରେ ଆମେ ଗର୍ବିତ। ଏହି ମଲଟିପଲ ଇଣ୍ଡିପେଡେଣ୍ଟଲି ଟାର୍ଗେଟେବଲ ରି-ଏଣ୍ଟ୍ରି ଭେଇକିଲ ଉନ୍ନତ ଜ୍ଞାନ କୌଶଳ ସହ ସ୍ଵଦେଶୀ ଭାବେ ବିକଶିତ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି।Proud of our DRDO scientists for Mission Divyastra, the first flight test of indigenously developed Agni-5 missile with Multiple Independently Targetable Re-entry Vehicle (MIRV) technology.— Narendra Modi (@narendramodi) March 11, 2024ସୂଚନା ଅନୁଯାୟୀ, ସୋମବାର ବାଲେଶ୍ଵର ଅବଦୁଲ କଲାମ ଦ୍ଵୀପରେ ଅଗ୍ନି-୫ର ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲର ୨୫ତମ ଭର୍ସନର ପରୀକ୍ଷଣ ହୋଇଛି।ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କ

ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ, ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ  ପ୍ରତିରକ୍ଷା ଗବେଷଣା ବିକଶିତ ସଂସ୍ଥା(ଡିଆରଡିଓ)ର ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିଛି ସମୟ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ଯେ, କିଛି ସମୟ ଭିତରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ବଡ଼ ଘୋଷଣା କରି ପାରନ୍ତି। ମାତ୍ର ସଦ୍ୟତମ ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ହେବ ନାହିଁ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲେଖିଛନ୍ତି, ମିଶନ ଦିବ୍ୟାସ୍ତ୍ର ପାଇଁ ଆମ ଡିଆରଡିଓ ବୈଜ୍ଞାନିକଙ୍କ ଉପରେ ଆମେ ଗର୍ବିତ। ଏହି ମଲଟିପଲ ଇଣ୍ଡିପେଡେଣ୍ଟଲି ଟାର୍ଗେଟେବଲ ରି-ଏଣ୍ଟ୍ରି ଭେଇକିଲ ଉନ୍ନତ ଜ୍ଞାନ କୌଶଳ ସହ ସ୍ଵଦେଶୀ ଭାବେ ବିକଶିତ ଅଗ୍ନି-୫ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି।



ସୂଚନା ଅନୁଯାୟୀ, ସୋମବାର ବାଲେଶ୍ଵର ଅବଦୁଲ କଲାମ ଦ୍ଵୀପରେ ଅଗ୍ନି-୫ର ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲର ୨୫ତମ ଭର୍ସନର ପରୀକ୍ଷଣ ହୋଇଛି।ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିମି ରହିଛି। ଏହା ସହିତ ୧.୫ ଟନ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହୟନ କରିବାର କ୍ଷମତା ରହିଛି। ସଂପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ଅଗ୍ନି-୫ ମିସାଇଲର ପରୀକ୍ଷଣ ନେଇ ଆଜି ସନ୍ଧ୍ୟାରେ ଡିଆରଡିଓର ବୈଜ୍ଞାନିକଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 

ଅଗ୍ନି-୫ର ବିଶେଷତ୍ଵ

ଅଗ୍ନି-୫ ମିସାଇଲର ଓଜନ ୫୦ ହଜାର କିଲୋଗ୍ରାମ। ଏହାର ଲମ୍ବ ୧୭.୫ ମିଟର ହୋଇଥିବା ବେଳେ ଓସାର ୨ ମିଟର ଅର୍ଥାତ ୬.୭ ଫୁଟ୍ ରହିଛି। ଏହି ମିସାଇଲରେ ତିନୋଟି ପର୍ଯ୍ୟାୟର ରକେଟ୍ ବୁଷ୍ଟର ରହିଛି, ଯାହା ମିସାଇଲକୁ ଦୂରଗାମୀ କରିବାର କ୍ଷମତା ରଖିଛି। ଅଗ୍ନି-୫ ର ବେଗ ଧ୍ଵନୀର ବେଗଠୁ ୨୪ ଗୁଣା ଅଧିକ ରହିଛି। ଅର୍ଥାତ ଏହାର ସେକେଣ୍ଡ ପ୍ରତି ବେଗ ୮.୧୬ କିଲୋମିଟର ରହିଛି। ଏହି ମିସାଇଲ ଘଣ୍ଟା ପ୍ରତି ୨୯ ହଜାର ୪୦୧ କିଲୋମିଟର ବେଗରେ ଶତ୍ରୁକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି। ଏଥିରେ ରିଙ୍ଗ ଲେଜର ଗାଇରୋସ୍କୋପ ଇନର୍ସିଆଲ ନେଭିଗେସନ ସିଷ୍ଟମ, ଜିପିଏସ, ନାଭଆଇସି ସାଟେଲାଇଟ୍ ଗାଇଡେନ୍ସ ସିଷ୍ଟମ ଖଞ୍ଜା ଯାଇଛି। ଏହା ନିଜର ଟାର୍ଗେଟ୍‌କୁ ସଠିକତାର ସହ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। 

୨୦୦୭ରେ ପ୍ରଥମ ଥର ହୋଇଥିଲା ଯୋଜନା

ଏହି ମିସାଇଲ ବିଷୟରେ ବୈଜ୍ଞାନିକ ଏମ.ନଟରାଜନ ୨୦୦୭ରେ ପ୍ରଥମ ଥର ଯୋଜନା କରିଥିଲେ। ଅଗ୍ନି-୫ର ଉତକ୍ଷେପଣ ପାଇଁ ମୋବାଇଲ ଲଞ୍ଚର ଉପଯୋଗ କରାଯାଏ। ଏହାକୁ ଟ୍ରକର ଲଦି କୌଣସି ବି ସ୍ଥାନକୁ ନିଆଯାଇ ପାରିବ। ଏହାର ପ୍ରଥମ ପରୀକ୍ଷଣ ୨୦୧୨ ଏପ୍ରିଲ ୧୯ ତାରିଖରେ କରାଯାଇଥିଲା। ପୁଣି ୨୦୧୩ ସେପ୍ଟେମ୍ବର ୧୫, ୨୦୧୫ ଜାନୁଆରୀ ୩୧, ୨୦୧୬ ଡିସେମ୍ବର ୨୬, ୨୦୧୮ ଜାନୁଆରୀ ୧୮, ୨୦୧୮ ଜୁନ ୩ ଓ ୨୦୧୮ ଡିସେମ୍ବର ୧୦ରେ ସଫଳ ପରୀକ୍ଷଣ କରାଯାଇଥିଲା।