ମାର୍ଚ୍ଚ ୨୦୨୪ ରେ ଜିଏସ୍ଟି କଲେକ୍ସନ ୧.୭୮ ଲକ୍ଷ କୋଟି, ଆର୍ଥିକ ବର୍ଷର ଦ୍ୱିତୀୟ ସର୍ବାଧିକ ଟିକସ ସଂଗ୍ରହ
ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୪ରେ ୧.୭୮ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ଦ୍ୱିତୀୟ ସର୍ବାଧିକ କଲେକ୍ସନ ବୋଲି ଅର୍ଥମନ୍ତ୍ରଣାଳୟ କହିଛି। ପୂର୍ବ ବର୍ଷ ତୁଳନାରେ ୧୧.୫ ପ୍ରତିଶତରୁ ଅଧିକ ଜିଏସ୍ଟି ସଂଗ୍ରହ ହୋଇଛି। ପୂର୍ବ ବର୍ଷ ସରକାର ୧.୬୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରିଥିଲେ। ତେବେ ଫେବ୍ରୁଆରୀ ୨୦୨୪ରେ ସରକାର ୧.୬୮ ଲକ୍ଷ କୋଟି ଜିଏସ୍ଟି ସଂଗ୍ରହ କରିଛନ୍ତି। ଆର୍ଥିକ ବର୍ଷ ୨୦୨୪ରେ ଜିଏସ୍ଟି କଲେକ୍ସନ ୧୧.୭ ପ୍ରତିଶତ ବଢ଼ି ୨୦.୧୪ ଲକ୍ଷ କୋଟି ହୋଇଥିଲା। ପ୍ରତି ମାସରେ ହାରାହାରି କେଲେକ୍ସନ ବଢ଼ି ୧.୬୮ ଲକ୍ଷ କୋଟି ହୋଇଥିଲା। ପୂର୍ବ ଆର୍ଥିକ ବର୍ଷରେ ଏହା ୧.୫ ଲକ୍ଷ କୋଟି ହୋଇଥିଲା। ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଜିଏସ୍ଟି କଲେକ୍ସନ ୨୦୨୩ ଏପ୍ରିଲ୍ରେ ହୋଇଥିଲା। ସେତେବେଳେ ୧.୮୭ ଲକ୍ଷ କୋଟି ସଂଗ୍ରହ କରାଯାଇଥିଲା। ଅର୍ଥମନ୍ତ୍ରଣାୟର ସୂଚନା ଅନୁସାରେ, ମାର୍ଚ୍ଚ ୨୦୨୪ରେ ଜିଏସ୍ଟି କଲେକ୍ସନ ୧,୭୮,୪୮୪ ହୋଇଥିବା ବେଳେ ସେଥିରୁ ସିଜିଏସ୍ଟି ୩୪,୫୩୨ କୋଟି, ଏସ୍ଜିଏସ୍ଟି ୪୩,୭୪୬ କୋଟି ସଂଗ୍ରହ କରାଯାଇଛି। ସେହିପରି ଆଇଜିଏସ୍ଟି ୮୭,୯୪୭ କୋଟି(ଆମଦାନୀ ଉପରେ ଆଦାୟ କରାଯାଇଥିବା ୪୦,୩୨୨ କୋଟି ସହ), ଓ ସେସ୍ ୧୨,୨୫୯ କୋଟି ଟଙ୍କା ରହିଛି। ସେସ୍ରେ ବାର୍ଷିକ ଆମଦାନୀରୁ ୯୬୬ କୋଟି ଟଙ୍କା ରହିଛି। ସୂଚନା ଥାଉକି ୨୦୧୭ରେ ସରକାର ଜିଏସ୍ଟି ଲାଗୁ କରିଥିଲେ।
ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୪ରେ ୧.୭୮ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ଦ୍ୱିତୀୟ ସର୍ବାଧିକ କଲେକ୍ସନ ବୋଲି ଅର୍ଥମନ୍ତ୍ରଣାଳୟ କହିଛି। ପୂର୍ବ ବର୍ଷ ତୁଳନାରେ ୧୧.୫ ପ୍ରତିଶତରୁ ଅଧିକ ଜିଏସ୍ଟି ସଂଗ୍ରହ ହୋଇଛି। ପୂର୍ବ ବର୍ଷ ସରକାର ୧.୬୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରିଥିଲେ। ତେବେ ଫେବ୍ରୁଆରୀ ୨୦୨୪ରେ ସରକାର ୧.୬୮ ଲକ୍ଷ କୋଟି ଜିଏସ୍ଟି ସଂଗ୍ରହ କରିଛନ୍ତି।
ଆର୍ଥିକ ବର୍ଷ ୨୦୨୪ରେ ଜିଏସ୍ଟି କଲେକ୍ସନ ୧୧.୭ ପ୍ରତିଶତ ବଢ଼ି ୨୦.୧୪ ଲକ୍ଷ କୋଟି ହୋଇଥିଲା। ପ୍ରତି ମାସରେ ହାରାହାରି କେଲେକ୍ସନ ବଢ଼ି ୧.୬୮ ଲକ୍ଷ କୋଟି ହୋଇଥିଲା। ପୂର୍ବ ଆର୍ଥିକ ବର୍ଷରେ ଏହା ୧.୫ ଲକ୍ଷ କୋଟି ହୋଇଥିଲା। ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଜିଏସ୍ଟି କଲେକ୍ସନ ୨୦୨୩ ଏପ୍ରିଲ୍ରେ ହୋଇଥିଲା। ସେତେବେଳେ ୧.୮୭ ଲକ୍ଷ କୋଟି ସଂଗ୍ରହ କରାଯାଇଥିଲା।
ଅର୍ଥମନ୍ତ୍ରଣାୟର ସୂଚନା ଅନୁସାରେ, ମାର୍ଚ୍ଚ ୨୦୨୪ରେ ଜିଏସ୍ଟି କଲେକ୍ସନ ୧,୭୮,୪୮୪ ହୋଇଥିବା ବେଳେ ସେଥିରୁ ସିଜିଏସ୍ଟି ୩୪,୫୩୨ କୋଟି, ଏସ୍ଜିଏସ୍ଟି ୪୩,୭୪୬ କୋଟି ସଂଗ୍ରହ କରାଯାଇଛି। ସେହିପରି ଆଇଜିଏସ୍ଟି ୮୭,୯୪୭ କୋଟି(ଆମଦାନୀ ଉପରେ ଆଦାୟ କରାଯାଇଥିବା ୪୦,୩୨୨ କୋଟି ସହ), ଓ ସେସ୍ ୧୨,୨୫୯ କୋଟି ଟଙ୍କା ରହିଛି। ସେସ୍ରେ ବାର୍ଷିକ ଆମଦାନୀରୁ ୯୬୬ କୋଟି ଟଙ୍କା ରହିଛି।
ସୂଚନା ଥାଉକି ୨୦୧୭ରେ ସରକାର ଜିଏସ୍ଟି ଲାଗୁ କରିଥିଲେ। ଭାଟ୍, ସର୍ଭିସ ଟେକ୍ସ,ଏକ୍ସାଇଜ୍ ଡ୍ୟୁଟି ଓ ଅକାଧିକ ପରୋକ୍ଷ ଟିକସ ବଦଳରେ ଜିଏସ୍ଟି ଲାଗୁ ହୋଇଥିଲା। ଜିଏସ୍ଟି ୫,୧୨,୧୮ ଓ ୨୮ ପ୍ରତିଶତର ୪ଟି ସ୍ଲାବ୍ ରହିଛି।