ଆରମ୍ଭରୁ ଧୋକା ଦେଲା ମୌସୁମୀ
ଯାଜପୁର,୨୫ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଚାଷୀମାନଙ୍କୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ। ଜିଲାରେ ଜୁନ ମାସରେ ସ୍ବାଭାବିକ ବୃଷ୍ଟିପାତ ୨୩୨.୯ ମିମି ନିଦ୍ଧର୍ର୍ାରିତ ହୋଇଛି। ହେଲେ ଚଳିତ ମାସ ୨୪ ତାରିଖ ସୁଦ୍ଧା ଏହାର ୫୫ ପ୍ରତିଶତ କମ୍ ଅର୍ଥାତ ହାରାହାରି ୧୦୬.୭୧ ମିମି ବର୍ଷା ହୋଇଛି। ରସୁଲପୁର ବ୍ଲକରେ ସର୍ବନିମ୍ନ ୪୧ ମିମି ଓ କ୍ରୋମାଇଟ ଖଣିରେ ଭରପୂର ସୁକିନ୍ଦା ବ୍ଲକରେ ୫୩ ମିମି ବର୍ଷା ରେକର୍ଡ କରାଯାଇଛି। ଖଣି ଖନନ ପାଇଁ ଜଙ୍ଗଲ ଜମିକୁ […] The post ଆରମ୍ଭରୁ ଧୋକା ଦେଲା ମୌସୁମୀ appeared first on Dharitri Odia News.
ଯାଜପୁର,୨୫ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଚାଷୀମାନଙ୍କୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ। ଜିଲାରେ ଜୁନ ମାସରେ ସ୍ବାଭାବିକ ବୃଷ୍ଟିପାତ ୨୩୨.୯ ମିମି ନିଦ୍ଧର୍ର୍ାରିତ ହୋଇଛି। ହେଲେ ଚଳିତ ମାସ ୨୪ ତାରିଖ ସୁଦ୍ଧା ଏହାର ୫୫ ପ୍ରତିଶତ କମ୍ ଅର୍ଥାତ ହାରାହାରି ୧୦୬.୭୧ ମିମି ବର୍ଷା ହୋଇଛି।
ରସୁଲପୁର ବ୍ଲକରେ ସର୍ବନିମ୍ନ ୪୧ ମିମି ଓ କ୍ରୋମାଇଟ ଖଣିରେ ଭରପୂର ସୁକିନ୍ଦା ବ୍ଲକରେ ୫୩ ମିମି ବର୍ଷା ରେକର୍ଡ କରାଯାଇଛି। ଖଣି ଖନନ ପାଇଁ ଜଙ୍ଗଲ ଜମିକୁ ପରିବର୍ତ୍ତନ କରାଯାଇ ବ୍ୟାପକ ଗଛ କଟା ହେବା ସାଙ୍ଗକୁ ଶିଳ୍ପ ପ୍ରଦୂଷଣ ଅସ୍ବାଭାବିକ ବର୍ଷାର ମୁଖ୍ୟ କାରଣ ହୋଇଥିବାବେଳେ ଚାଷୀକୁଳ ହତାଶ ହୋଇପଡ଼ୁଛନ୍ତି।
ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ଆକଳନ କରାଗଲା ଯେ, ଏଥର ସ୍ବାଭାବିକ ବର୍ଷା ହେବ। ତଦନୁଯାୟୀ ଶସ୍ୟ ଉତ୍ପାଦନ ବଢ଼ିବା ଆଶା କରିଛନ୍ତି ଚାଷୀକୁଳ। କିନ୍ତୁ ବର୍ଷାଦିନ ଆରମ୍ଭ ତଥା ଜୁନ୍ରେ ଯାଜପୁର ଜିଲାରେ ଅନିୟମିତ ବୃଷ୍ଟିପାତ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ପ୍ରାୟ ପ୍ରତିବର୍ଷ ବାତ୍ୟା ଓ ଲଘୁଚାପଜନିତ ଲଗାଣ ବର୍ଷାରେ ଜିଲାର ଶତାଧିକ ହେକ୍ଟର ଚାଷ ଜମିରେ ପଟୁ ଓ ବାଲି ପୋତି ହୋଇଯାଉଛି। ଏଥିଯୋଗୁ ଜମିର ଉର୍ବରତା ନଷ୍ଟ ହୋଇଯାଉଛି। ଏହାସତ୍ତ୍ୱେ ଚାଷୀ ଜମିରୁ ବାଲି, ମାଟି ବାହାର କରି ଜୁନ୍ରେ ଚାଷ କରିବାକୁ ଆଗେଇ ଆସୁଛନ୍ତି। କିନ୍ତୁ କମ୍ ବର୍ଷା ଏବଂ ଭୀଷଣ ଖରା ହେବା ଯୋଗୁ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ୧,୪୩,୬୪୫ ହେକ୍ଟର ଚାଷ ଜମି ମଧ୍ୟରୁ ଚଳିତ ଖରିଫ ଋତୁରେ ପ୍ରାୟ ୧ ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଧାନଚାଷ କରିବାକୁ ଧାର୍ଯ୍ୟ ହୋଇଛି। କିନ୍ତୁ ଏବେ ସ୍ବାଭାବିକ ବର୍ଷା ନ ହେବା ଚାଷ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି। ଅଣଜଳସେଚିତ ଅଞ୍ଚଳରେ ତଳି ପକାଇବାରେ ଚାଷୀ ଅନୁକୂଳ ପାଗ ଏଯାବତ ପାଇ ପାରିନାହାନ୍ତି। ଓଡ଼ିଶାକୁ ମୌସୁମୀ ଛୁଇଁଥିବା ଜାଣି ଚାଷୀ ବୁଣାବୁଣି ଆରମ୍ଭ କରି ଦେଇଥିଲେ। ପରେ ଟାଣ ଖରା ଯୋଗୁ ଅଧିକାଂଶ ଜମିରେ ଗଜା ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ବୃହତ୍ ଶିଳ୍ପ କାରଖାନାଗୁଡିକର ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁନାହିଁ। ଫଳରେ ପରିବେଶ ବିଗିଡ଼ି ଯାଉଛି। ଖଣି ଅଞ୍ଚଳରେ ଅବାଧ ବୃକ୍ଷଛେଦନ ଜଳବାୟୁ ପରିବର୍ତ୍ତନରେ ଅନ୍ୟତମ ପ୍ରମୁଖ କାରଣ ହୋଇଛି। ଏହି ୧୦ ବର୍ଷ ମଧ୍ୟରେ ବିଭିନ୍ନ ଖଣି କମ୍ପାନୀ ପକ୍ଷରୁ କ୍ରୋମାଇଟ ଖନନ ପାଇଁ ଶତାଧିକ ହେକ୍ଟର ଜମିକୁ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ କରାଯାଇଛି। କିନ୍ତୁ ସେହି ଅନୁପାତରେ ଚାରାରୋପଣ ହୋଇପାରିନାହିଁ।
ଜୁନ ୨୪ ସୁଦ୍ଧା ଜିଲାର ବଡଚଣା ବ୍ଲକରେ ୧୪୯ ମିମି, ବରୀରେ ୧୬୯, ବିଞ୍ଝାରପୁରରେ ୧୩୧, ଦାନଗଦିରେ ୧୧୮, ଦଶରଥପୁରରେ ୧୪୦, ଧର୍ମଶାଳାରେ ୮୨, ଯାଜପୁରରେ ୭୫ି, କୋରେଇରେ ୧୦୮ି, ରସୁଲପୁରରେ ୪୧ ଓ ସୁକିନ୍ଦାରେ ୫୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏଥିରୁ ଖଣି ଓ ଶିଳ୍ପାଞ୍ଚଳ ତଥା ଏହାର ପଡୋଶୀ ବ୍ଲକ ଅଞ୍ଚଳରେ ସ୍ବାଭାବିକ ବର୍ଷା ହୋଇ ନ ଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷେ ଜିଲାରେ ନଦୀନାଳ ଭରି ରହିଥିଲେ ମଧ୍ୟ ସେହି ଅନୁପାତରେ ଜଳସେଚନ ବ୍ୟବସ୍ଥା ନାହିଁ ା ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ସେଥିରୁ ମଧ୍ୟ ଆବଶ୍ୟକ ଜଳସେଚନ ହୋଇପାରିନାହିଁ। ରେଙ୍ଗାଲି ଜଳସେଚନ ପ୍ରକଳ୍ପର ବାମ କେନାଲ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ବିପଦବେଳେ କେନାଲ, କ୍ଷୁଦ୍ରଜଳସେଚନ ପ୍ରକଳ୍ପ, ବୋରୱେଲ ଆଦି କାମକୁ ଲାଗୁନାହିଁ ବୋଲି ମତପ୍ରକାଶ ପାଇଛି।
The post ଆରମ୍ଭରୁ ଧୋକା ଦେଲା ମୌସୁମୀ appeared first on Dharitri Odia News.