ଶୀତଳାପଲ୍ଲୀ ସମ୍ ହସ୍ପିଟାଲ- ୩ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର: ଶୀତଳାପଲ୍ଲୀ ସ୍ଥିତ ଆଇ.ଏମ.ଏସ ଓ ସମ୍‌ ହସ୍ପିଟାଲ- ୩କୁ ପୂରିଛି ଏକ ବର୍ଷ। ଏହି ଅବସରରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଦୀପ କୁମାର ନନ୍ଦ ଯୋଗ ଦେଇ ହସ୍ପିଟାଲର ଉନ୍ନତମାନର ରୋଗୀ ସେବା, ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ନେଇ ବେଶ ପ୍ରଶଂସା କରିଥିଲେ। ସଫଳତାର ସହ ଏକ ବର୍ଷ ପୂର୍ତ୍ତି ହୋଇଛି। ତ୍ୟାଗ, ନିଷ୍ଠା ବଳରେ ସଫଳତା ମିଳିଛି, ସ୍ନେହ, ଶ୍ରଦ୍ଧା ମିଳିଛି। ସାଧାରଣରେ ଏହି ମେଡିକାଲ ସମସ୍ତଙ୍କ ବିଶ୍ୱାସ ଭାଜନ ହୋଇ ପାରିଛି ବୋଲି କୁଳପତି କହିଛନ୍ତି।ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓପିଡି ଫାର୍ମାସୀ, ଏଲ. ଏମ. ଓ ଲିକ୍ବିଡ ମେଡିକାଲ ଅକ୍ସିଜେନ, ଅତିରିକ୍ତ ଏଚ.ୟୁ.ଡି ୟୁନିଟ, ଡାଏଲିସିସ ୟୁନିଟ ପ୍ରମୁଖ ୪ ଟି ୟୁନିଟର ଶୁଭାରମ୍ଭ ହୋଇଛି। ପ୍ରଥମେ ଅତିଥିମାନେ ହସ୍ପିଟାଲର ବିଭିନ୍ନ ବିଭାଗ ବୁଲି ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଓ ଉନ୍ନତମାନର ରୋଗୀ ସେବାକୁ ବେଶ ପ୍ରଶଂସା କରିଛନ୍ତି।ଅନ୍ୟତମ ଅତିଥି ଭାବେ ସୋଆ ବିଶ୍ୱବିଦ୍ୟାଳୟର ପ୍ରୋ ଭି.ସି ପ୍ରସନ୍ନଜିତ ମହାନ୍ତି, ଅନୁପ ସାମନ୍ତରାୟ, ହସ୍ପିଟାଲ ନିର୍ଦେଶକ ଦେବ ପ୍ରସାଦ ଦାସ, ସୁପରିଟେଣ୍ଡେଣ୍ଟ ଅଯୋଧ୍ୟାନାଥ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ବେଶ୍ ପ୍ରଶଂସା କରିଥିଲେ। କମ ଦିନ

ଶୀତଳାପଲ୍ଲୀ ସମ୍ ହସ୍ପିଟାଲ- ୩ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର: ଶୀତଳାପଲ୍ଲୀ ସ୍ଥିତ ଆଇ.ଏମ.ଏସ ଓ ସମ୍‌ ହସ୍ପିଟାଲ- ୩କୁ ପୂରିଛି ଏକ ବର୍ଷ। ଏହି ଅବସରରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ମୁଖ୍ୟ ଅତିଥି ଭାବେ ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଦୀପ କୁମାର ନନ୍ଦ ଯୋଗ ଦେଇ ହସ୍ପିଟାଲର ଉନ୍ନତମାନର ରୋଗୀ ସେବା, ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ନେଇ ବେଶ ପ୍ରଶଂସା କରିଥିଲେ। ସଫଳତାର ସହ ଏକ ବର୍ଷ ପୂର୍ତ୍ତି ହୋଇଛି। ତ୍ୟାଗ, ନିଷ୍ଠା ବଳରେ ସଫଳତା ମିଳିଛି, ସ୍ନେହ, ଶ୍ରଦ୍ଧା ମିଳିଛି। ସାଧାରଣରେ ଏହି ମେଡିକାଲ ସମସ୍ତଙ୍କ ବିଶ୍ୱାସ ଭାଜନ ହୋଇ ପାରିଛି ବୋଲି କୁଳପତି କହିଛନ୍ତି।

ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓପିଡି ଫାର୍ମାସୀ, ଏଲ. ଏମ. ଓ ଲିକ୍ବିଡ ମେଡିକାଲ ଅକ୍ସିଜେନ, ଅତିରିକ୍ତ ଏଚ.ୟୁ.ଡି ୟୁନିଟ, ଡାଏଲିସିସ ୟୁନିଟ ପ୍ରମୁଖ ୪ ଟି ୟୁନିଟର ଶୁଭାରମ୍ଭ ହୋଇଛି। ପ୍ରଥମେ ଅତିଥିମାନେ ହସ୍ପିଟାଲର ବିଭିନ୍ନ ବିଭାଗ ବୁଲି ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଓ ଉନ୍ନତମାନର ରୋଗୀ ସେବାକୁ ବେଶ ପ୍ରଶଂସା କରିଛନ୍ତି।

ଅନ୍ୟତମ ଅତିଥି ଭାବେ ସୋଆ ବିଶ୍ୱବିଦ୍ୟାଳୟର ପ୍ରୋ ଭି.ସି ପ୍ରସନ୍ନଜିତ ମହାନ୍ତି, ଅନୁପ ସାମନ୍ତରାୟ, ହସ୍ପିଟାଲ ନିର୍ଦେଶକ ଦେବ ପ୍ରସାଦ ଦାସ, ସୁପରିଟେଣ୍ଡେଣ୍ଟ ଅଯୋଧ୍ୟାନାଥ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ବେଶ୍ ପ୍ରଶଂସା କରିଥିଲେ। କମ ଦିନ ମଧ୍ୟରେ ଶୀତଳାପଲ୍ଲୀ ସମ ହସ୍ପିଟାଲ - ୩ ଅଞ୍ଚଳବାସୀଙ୍କ ଦ୍ୱାରା ବେଶ ଆଦୃତ ହୋଇ ପାରିଛି ବୋଲି କହିଛନ୍ତି. ବର୍ଷକ ଭିତରେ କେମୋଥିରାପି, ଛଅ ହଜାରରୁ ଉର୍ଦ୍ଧ ଡାଏଲେସିସ, ୪୦୦୦ ଓପିଡି,  ୫୦୦୦ ଆଇପିଡି, ୮୦୦୦ ସର୍ଜରୀ କରାଯାଇ ଥିବା କହିଛନ୍ତି ହସ୍ପିଟାଲ ନିର୍ଦେଶକ।

 ଆଗାମୀ ଦିନରେ ଆହୁରି ଉନ୍ନତ ମାନର ରୋଗୀ ସେବା ଯୋଗାଇବା ପାଇଁ ବଦ୍ଧ ପରିକର ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ବର୍ଷକ ମଧ୍ୟରେ ଏହି ହସ୍ପିଟାଲକୁ ବେଶ ସଫଳତା ମିଳିଥିବାରୁ ବହୁତ ଖୁସି ଲାଗିଥିବା କହିଛନ୍ତି ହସ୍ପିଟାଲର ଜୈନିକ ଡାକ୍ତର। ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ହସ୍ପିଟାଲର ଡାକ୍ତର, ଫାର୍ମାସିଷ୍ଟ, କର୍ମଚାରୀମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଅତିଥିମାନଙ୍କୁ ହସ୍ପିଟାଲ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା. ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।