ନିଷ୍ଠା ଓ ନୈତିକତା ହରାଉଛନ୍ତି କାଉଡ଼ିଆ
ରଣପୁରଗଡ଼: ଉତ୍ତରାଞ୍ଚଳରୁ ଆରମ୍ଭ ହୋଇଥିବା ଶ୍ରାବଣୀ କାଉଡ଼ିଆ ଏବେ ସାରା ଓଡ଼ିଶା ସହ ରଣପୁର ଅଞ୍ଚଳରେ ବ୍ୟାପକ ହୋଇଛି। ଚିଲିକା ଅଞ୍ଚଳରୁ ହଜାର ହଜାର ମହିଳା ଓ ପୁରୁଷ କାଉଡିଆ ମହାନଦୀ ବୈଦେଶ୍ୱର ଓ କଣ୍ଟିଲୋ ଘାଟରୁ ପାଣି ଉଠାଇ ବର୍ଷା, ଖରା ଓ ଅନ୍ଧାରକୁ ଖାତିର ନ କରି ପ୍ରଭୁଙ୍କ ଲିଙ୍ଗରେ ଜଳାଭିଷେକ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। କିନ୍ତୁ କିଛି କାଉଡିଆ ଏହି ପବିତ୍ରତାକୁ ଫେସନ ଭାବେ ଗ୍ରହଣ କରିଥିବା ଅଭିଯୋଗ ହେଉଛି। […]

ରଣପୁରଗଡ଼: ଉତ୍ତରାଞ୍ଚଳରୁ ଆରମ୍ଭ ହୋଇଥିବା ଶ୍ରାବଣୀ କାଉଡ଼ିଆ ଏବେ ସାରା ଓଡ଼ିଶା ସହ ରଣପୁର ଅଞ୍ଚଳରେ ବ୍ୟାପକ ହୋଇଛି। ଚିଲିକା ଅଞ୍ଚଳରୁ ହଜାର ହଜାର ମହିଳା ଓ ପୁରୁଷ କାଉଡିଆ ମହାନଦୀ ବୈଦେଶ୍ୱର ଓ କଣ୍ଟିଲୋ ଘାଟରୁ ପାଣି ଉଠାଇ ବର୍ଷା, ଖରା ଓ ଅନ୍ଧାରକୁ ଖାତିର ନ କରି ପ୍ରଭୁଙ୍କ ଲିଙ୍ଗରେ ଜଳାଭିଷେକ ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। କିନ୍ତୁ କିଛି କାଉଡିଆ ଏହି ପବିତ୍ରତାକୁ ଫେସନ ଭାବେ ଗ୍ରହଣ କରିଥିବା ଅଭିଯୋଗ ହେଉଛି। ନିଷ୍ଠା ଓ ନୈତିକତା ଦେଖିବାକୁ ମିଳୁନାହିଁ। ଗଞ୍ଜେଇ, ଚା, ପାନ, ଗୁଟକା, ପାଉଁରୁଟିକୁ ଆଧାର କରି ଭକ୍ତିର ମାର୍ଗ ଖୋଜୁଛନ୍ତି। ଆଉ ଶୁଭାଯାଉନି ବୋଲ ବମ୍ ହରହର ବମ୍, ଭୋଳା ବାବା ପାର୍ କରେଗା ଧ୍ବନି। ଏଭଳି ଅପଭ୍ରଂଶରୁ କାଉଡିଆମାନେ ଦୂରେଇ ରହିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।