ଡେଲାଙ୍ଗରେ କୃଷକ ଦିବସ ସମାରୋହ, ଯୋଗଦେଲେ ସାଂସଦ, ବିଧାୟକ ଓ କୃଷି ବୈଜ୍ଞାନିକ

ପିପିଲି: କୃଷି ଓ କୃଷକର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଡେଲାଙ୍ଗ ବ୍ଲକ ଅଞ୍ଚଳର ଜଳବନ୍ଦୀ ଓ ଜଳାଭାବ ଜନିତ କୃଷି ସମସ୍ୟାର ସମାଧାନ ଖୁବ୍‌‌ ଶିଘ୍ର ହେବାକୁ ଯାଉଛି। ଡେଲାଙ୍ଗ ଦେଇ ପ୍ରବାହିତ ଲୁଣାନଦୀକୁ ସଂଯୋଗ କରୁଥିବା ଡ୍ରେନେଜ୍‌‌ରେ ୩ଟି ରବର ଚେକ୍‌‌ ଡ୍ୟାମ ନିର୍ମାଣ କରାଯିବ। ଫଳରେ ଖରାଟିଆ ଚାଷରେ ଜଳକୁ ବ୍ୟବହାର କରାଯିବା ସହ ଜଳକୃଷିରେ ମଧ୍ୟ ବ୍ୟବହାର କରାଯିବ। ଏଥିଯୋଗୁଁଁ ଡେଲାଙ୍ଗ ଅଞ୍ଚଳର କୃଷକଙ୍କ ଜୀବିକାରେ ଉନ୍ନତି ଘଟିବ ବୋଲି […]

ଡେଲାଙ୍ଗରେ କୃଷକ ଦିବସ ସମାରୋହ, ଯୋଗଦେଲେ ସାଂସଦ, ବିଧାୟକ ଓ କୃଷି ବୈଜ୍ଞାନିକ

ପିପିଲି: କୃଷି ଓ କୃଷକର ଉନ୍ନତି ହେଲେ ଦେଶର ଉନ୍ନତି ହେବ। ଡେଲାଙ୍ଗ ବ୍ଲକ ଅଞ୍ଚଳର ଜଳବନ୍ଦୀ ଓ ଜଳାଭାବ ଜନିତ କୃଷି ସମସ୍ୟାର ସମାଧାନ ଖୁବ୍‌‌ ଶିଘ୍ର ହେବାକୁ ଯାଉଛି। ଡେଲାଙ୍ଗ ଦେଇ ପ୍ରବାହିତ ଲୁଣାନଦୀକୁ ସଂଯୋଗ କରୁଥିବା ଡ୍ରେନେଜ୍‌‌ରେ ୩ଟି ରବର ଚେକ୍‌‌ ଡ୍ୟାମ ନିର୍ମାଣ କରାଯିବ। ଫଳରେ ଖରାଟିଆ ଚାଷରେ ଜଳକୁ ବ୍ୟବହାର କରାଯିବା ସହ ଜଳକୃଷିରେ ମଧ୍ୟ ବ୍ୟବହାର କରାଯିବ। ଏଥିଯୋଗୁଁଁ ଡେଲାଙ୍ଗ ଅଞ୍ଚଳର କୃଷକଙ୍କ ଜୀବିକାରେ ଉନ୍ନତି ଘଟିବ ବୋଲି ଡେଲାଙ୍ଗ ବ୍ଲକର ନାରପୁର ଠାରେ ବୁଧବାର ଅପରାହ୍ନରେ ଆୟୋଜିତ କୃଷକ ଦିବସ ସମାରୋହରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଏବଂ ପିପିଲି ସାଂସ୍କୃତିକ ପରିଷଦର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନର ତାତ୍ପଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଦେଶର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସେ ଆଲୋକପାତ କରିବା ସହ କୃଷକଙ୍କୁ ଦେଶର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିଥିଲେ। ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ପିପିଲି ଓ ଡେଲାଙ୍ଗ ଅଞ୍ଚଳର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ପିପିଲି ଦେଇ ପ୍ରବାହିତ ଦୟାନଦୀର ମାଧିପୁର ଓ କଣ୍ଟି କାଜରୁ ନିର୍ଗତ ବନ୍ୟାଜଳ ଯୋଗୁଁଁ ପିପିଲି ଓ ଡେଲାଙ୍ଗ ବ୍ଲକର ବନ୍ୟା ପ୍ରଭାବିତ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ, ଗ୍ରୀଷ୍ମଋତୁରେ ଜଳାଭାବ ଜନିତ କୃଷି ସମସ୍ୟାର ସମାଧାନ, ଡେଲାଙ୍ଗ ଅଞ୍ଚଳର କୃଷକଙ୍କ ଜୀବିକାର ଉନ୍ନତି ଏବଂ ବନ୍ୟାଜଳ ନିୟନ୍ତ୍ରଣ ପାଇଁ ହେବାକୁ ଥିବା ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସଂପର୍କରେ ସେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ପ୍ରମୁଖ ବୈଜ୍ଞାନିକ ଡ଼ଃ ସଚ୍ଚିନକାନ୍ତ ରାଉତରାୟ, ଡ଼ଃ ଏସ୍‌‌.କେ ଜେନା, ଡ଼ଃ ଡି.କେ ପଣ୍ଡା ପ୍ରମୁଖ ଯୋଗଦେଇ ଡେଲାଙ୍ଗ ଅଞ୍ଚଳର କୃଷି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଇଆଇଡବ୍ଲ୍ୟୁୃଏମ ପକ୍ଷରୁ ଆଇ.ସି.ଆଇ.ସି.ଆଇ ଫାଉଣ୍ଡେସନ ସହଯୋଗରେ ପଟନପୁର, ରତନପୁର ଓ ନାରପୁର ଠାରେ ଡ୍ରେନେଜ୍‌‌ ଉପରେ ୩ଟି ରବର ଚେକ୍‌‌ ଡ୍ୟାମ ନିର୍ମାଣ କରାଯାଇ ସେଠାରେ ବିଭିନ୍ନ ପ୍ରକାର ଜଳକୃଷି ସମେତ ସମନ୍ୱିତ କୃଷିର ବିକାଶ କରାଯିବ ବୋଲି ପ୍ରକାଶ କରିଥିଲେ।
ଜଳସଂପଦ ବିଭାଗର ପୁରୀ ଜିଲା ଅଧୀକ୍ଷଣ ଯନ୍ତ୍ରୀ ଅମୀୟ କୁମାର ସେଠ ଓ ଡ୍ରେନେଜ ବିଭାଗର ଯନ୍ତ୍ରୀ ବିଜୟ କୁମାର ସିଂହ ଅତ୍ୟତମ ଅତିଥି ଭାବେ ଯୋଗଦେଇ ଡେଲାଙ୍ଗ ଅଞ୍ଚଳରେ ବିକାଶ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ପରିଷଦ ସାଧାରଣ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର ବିବରଣୀ ପାଠ କରିଥିଲେ। ଅଞ୍ଚଳର କୃଷି ଓ କୃଷକଙ୍କ ସମସ୍ୟା ସଂପର୍କରେ ଶିକ୍ଷାବିତ୍‌‌ ଅଭିମନ୍ୟୁ ପ୍ରଧାନ ସୂଚନା ଦେଇଥିଲେ। ପରିଷଦର ଉପସଭାପତି ଦୀନବନ୍ଧୁ ବେହୁରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ହେମନ୍ତ କୁମାର ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ କେତେକ ଅଗ୍ରଣୀ କୃଷକଙ୍କୁ ଚାରା ବଣ୍ଟନ କରାଯାଇଥିଲା। ପରିଷଦର କ୍ରୀଡା ସଂପାଦକ ପ୍ରକାଶ ମିଶ୍ର ଶେଷର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପଲ୍ଲବୀ ନୃତ୍ୟ ସଂଗୀତ ଗବେଷଣା କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।