ଏପିବିର ବାର୍ଷିକ ଫଳାଫଳ: ରାଜସ୍ବ ୪୨% ବୃଦ୍ଧି

ଭୁବନେଶ୍ୱର,୨୩।୫: ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ(ଏପିବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷର ସମସ୍ତ ପରିମାପରେ ବ୍ୟାଙ୍କର ପ୍ରଦର୍ଶନ ଚମତ୍କାର ବୃଦ୍ଧି ହାସଲ କରିଛି, ଯାହା ଏହାର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ୨୦୨୩-୨୦୨୪ଆର୍ଥିକ ବର୍ଷରେ ବ୍ୟାଙ୍କର […] The post ଏପିବିର ବାର୍ଷିକ ଫଳାଫଳ: ରାଜସ୍ବ ୪୨% ବୃଦ୍ଧି appeared first on Dharitri Odia News.

ଏପିବିର ବାର୍ଷିକ ଫଳାଫଳ: ରାଜସ୍ବ ୪୨% ବୃଦ୍ଧି

ଭୁବନେଶ୍ୱର,୨୩।୫: ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ(ଏପିବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷର ସମସ୍ତ ପରିମାପରେ ବ୍ୟାଙ୍କର ପ୍ରଦର୍ଶନ ଚମତ୍କାର ବୃଦ୍ଧି ହାସଲ କରିଛି, ଯାହା ଏହାର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରୁଛି। ୨୦୨୩-୨୦୨୪ଆର୍ଥିକ ବର୍ଷରେ ବ୍ୟାଙ୍କର ରାଜସ୍ବ ବାର୍ଷିକ ଆଧାରରେ ୪୨% ବୃଦ୍ଧି ହୋଇ ୧୮୩୬କୋଟି ଟଙ୍କା ହୋଇଥିବା ବେଳେ ଶୁଦ୍ଧ ଲାଭ ୬୦% ବୃଦ୍ଧି ହୋଇ ୩୪.୫କୋଟି ଟଙ୍କା ହୋଇଛି। ଏହି ସମୟରେ ବ୍ୟାଙ୍କର ମାସିକ ଟ୍ରାଞ୍ଜାକ୍ଟିଂ ୟୁଜର(ଏମ୍‌ଟିୟୁ) ୮୦.୪ ମିଲିୟନକୁ ବୃଦ୍ଧି ପାଇଛି। ଏହା ଗ୍ରାହକଙ୍କ ଜମା ରାଶିକୁ ବାର୍ଷିକ ଆଧାରରେ ୫୦% ବୃଦ୍ଧି ସହ ୨୮୦୧ କୋଟି ଟଙ୍କା ଅତିକ୍ରମ କରାଇଛି। ପୂର୍ବ ତ୍ରୈମାସିକ ତୁଳନାରେ ୧୫%ର କ୍ରମାଗତ ବୃଦ୍ଧି ସହିତ ୫୩୯ କୋଟି ଟଙ୍କାର ରାଜସ୍ବ ସହ ୪ର୍ଥ ତ୍ରୈମାସିକ (୨୦୨୪ ଜାନୁଆରୀରୁ ମାର୍ଚ୍ଚ) ସବୁଠାରୁ ଶକ୍ତିଶାଳୀ ତ୍ରୈମାସିକ ଭାବେ ଉଭା ହୋଇଛି। ଏହା ସହ ଏପିବି ୨୦୨୪ ଆର୍ଥତ୍କ ବର୍ଷର ରାଜସ୍ବ ତ୍ରୈମାସିକ ଆଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ପଞ୍ଜୀକରଣ କରିଛି।
ଏ ସମ୍ପର୍କରେ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, ଆମେ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ ପାଇଁ ଆଉ ଏକ ବର୍ଷର ମଜଭୁତ ଅଭିବୃଦ୍ଧି ସମ୍ପର୍କରେ ଘୋଷଣାକରି ବେଶ୍‌ ଉତ୍ସାହିତ ଅଛୁ।

The post ଏପିବିର ବାର୍ଷିକ ଫଳାଫଳ: ରାଜସ୍ବ ୪୨% ବୃଦ୍ଧି appeared first on Dharitri Odia News.