ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି କଲବଲ କରିବ ତାତି । ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା । ଏପ୍ରିଲ ଆରମ୍ଭରୁ ଅସହ୍ୟ ଗରମ । ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ସେହିପରି ୩ ଦିନ ମଧ୍ୟରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଦିନ ଡିଗ୍ରୀ ବଢ଼ିବ । ଏହାପରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଏଥିପାଇଁ ପ୍ରବଳ ଗରମ […] The post ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା appeared first on KNews Odisha.

ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା
Tempt.

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି କଲବଲ କରିବ ତାତି । ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା । ଏପ୍ରିଲ ଆରମ୍ଭରୁ ଅସହ୍ୟ ଗରମ । ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ସେହିପରି ୩ ଦିନ ମଧ୍ୟରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଦିନ ଡିଗ୍ରୀ ବଢ଼ିବ । ଏହାପରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଏଥିପାଇଁ ପ୍ରବଳ ଗରମ ଅନୁଭୂତ ହେବ ।

ଉପରମୁହାଁ ରହିଛି ପାରଦ। ଆଜି ୫ ସହରର ତାପମାତ୍ରା ୩୯ ଡିଗ୍ରୀ ପାର କରିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡ଼ିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧର ତାପମାତ୍ରା ୩୯.୫ ଡିଗ୍ରୀ ରହିଥିବା ବେଳେ ନୟାଗଡ଼ ଓ ଟିଟଲାଗଡରେ ୩୯.୨° ଡିଗ୍ରୀ ଓ ଭବାନୀପାଟଣାରେ ୩୯ ଡିଗ୍ରୀ ସେଲସିୟସ ରହିଛି। ସେପଟେ ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ୧ ତାରିଖ ଯାଏ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୩୦ ଓ ୩୧ ତାରିଖରେ ବିଜୁଳି ଘଡ଼ଘଡ଼ି ବଢ଼ିବ ।

The post ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା appeared first on KNews Odisha.