ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ, କାଲି କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିବେ ରାଜ୍ୟ ସରକାର

ଭୁବନେଶ୍ୱର :  ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା। କାଲି କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିବେ ରାଜ୍ୟ ସରକାର। କାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହେବ। ରାଜ୍ୟରେ ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ଲାଗୁ ହେଲେ ପ୍ରାୟ ସାଢ଼େ ତିନି କୋଟି ଜଣ ଉପକୃତ ହେବେ। ପ୍ରତି […] The post ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ, କାଲି କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିବେ ରାଜ୍ୟ ସରକାର appeared first on KNews Odisha.

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ, କାଲି କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିବେ ରାଜ୍ୟ ସରକାର
ayusman

ଭୁବନେଶ୍ୱର :  ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା। କାଲି କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିବେ ରାଜ୍ୟ ସରକାର। କାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହେବ। ରାଜ୍ୟରେ ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ଲାଗୁ ହେଲେ ପ୍ରାୟ ସାଢ଼େ ତିନି କୋଟି ଜଣ ଉପକୃତ ହେବେ। ପ୍ରତି ଯୋଗ୍ୟ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କାର କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।

ଆୟୁଷ୍ମାନ ଭାରତରେ ସାମିଲ ହେବ ଓଡ଼ିଶା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ ନ୍ୟାସନାଲ ହେଲଥ ଅଥରିଟି ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିବେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷର ହେବ। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତ ରହିବେ।

ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଯୋଜନାରେ ପ୍ରତି ପରିବାର ସ୍ବାସ୍ଥ୍ୟ ସେବାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର, କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇବେ। ହସ୍ପିଟାଲରେ ସେକେଣ୍ଡାରୀ ଏବଂ ଟେରସିଆରୀ କେୟାର ଏହି ଯୋଜନାରେ ଅନ୍ତର୍ଭୁକ୍ତ। ଅର୍ଥାତ ଗମ୍ଭୀର ରୋଗ ସହ ଜଟିଳ ରୋଗର ଚିକିତ୍ସା ସୁବିଧା ମିଳିବ। ସରକାରୀ ହସ୍ପିଟାଲ ଓ ଏମପ୍ୟାନେଲଡ ଘରୋଇ ହସ୍ପିଟାଲରେ ମିଳିବ ସୁବିଧା। PM-JAY ଅଧୀନରେ ହସ୍ପିଟାଲରେ କ୍ୟାସଲେସ୍ ସ୍ବାସ୍ଥ୍ୟ ସେବା ପାଇବେ ହିତାଧିକାରୀ।

The post ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ, କାଲି କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିବେ ରାଜ୍ୟ ସରକାର appeared first on KNews Odisha.