ଏପ୍ରିଲ-ମେ-ଜୁନରେ ନିର୍ବାଚନ: ତାତିରେ ଆଉଟୁ ପାଉଟୁ ହେବେ ନେତା ମନ୍ତ୍ରୀ ଅଧିକାରୀ

ନୂଆଦିଲ୍ଲୀ,୧୬।୩: ଭାରତରେ ସମସ୍ତ ରାଜ୍ୟରେ ମାର୍ଚ୍ଚ ମାସରୁ ଜୁଲାଇ ମଧ୍ୟରେ ଅସହ୍ୟ ଗରମ ଅନୁଭୂତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହି ଗରମ ଆହୁରି ମଜାଦାର ହେବାକୁ ଯାଉଛି। କାରଣ ଭାରତୀୟ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ପାଇଁ ୧୯ ଓ ୨୬ ଏପ୍ରିଲ୍‌ ୭, ୧୩, ୨୦ ଓ ୨୫ ମେ ଏବଂ ୧ ଜୁନ୍‌ରେ ମତଦାନ ଅନୁଷ୍ଠିତ ହେବ। ଅର୍ଥାତ ସୂର୍ଯ୍ୟ ଦେବଙ୍କ […] The post ଏପ୍ରିଲ-ମେ-ଜୁନରେ ନିର୍ବାଚନ: ତାତିରେ ଆଉଟୁ ପାଉଟୁ ହେବେ ନେତା ମନ୍ତ୍ରୀ ଅଧିକାରୀ appeared first on Dharitri Odia News.

ଏପ୍ରିଲ-ମେ-ଜୁନରେ ନିର୍ବାଚନ: ତାତିରେ ଆଉଟୁ ପାଉଟୁ ହେବେ ନେତା ମନ୍ତ୍ରୀ ଅଧିକାରୀ

ନୂଆଦିଲ୍ଲୀ,୧୬।୩: ଭାରତରେ ସମସ୍ତ ରାଜ୍ୟରେ ମାର୍ଚ୍ଚ ମାସରୁ ଜୁଲାଇ ମଧ୍ୟରେ ଅସହ୍ୟ ଗରମ ଅନୁଭୂତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହି ଗରମ ଆହୁରି ମଜାଦାର ହେବାକୁ ଯାଉଛି। କାରଣ ଭାରତୀୟ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।

ଲୋକ ସଭା ନିର୍ବାଚନ ପାଇଁ ୧୯ ଓ ୨୬ ଏପ୍ରିଲ୍‌ ୭, ୧୩, ୨୦ ଓ ୨୫ ମେ ଏବଂ ୧ ଜୁନ୍‌ରେ ମତଦାନ ଅନୁଷ୍ଠିତ ହେବ। ଅର୍ଥାତ ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ କୋପରେ ଜଳିବେ ନେତା, ମନ୍ତ୍ରୀ ଆଉ ଅଧିକାରୀ। କାରଣ ଏହି ସମୟରେ ଦିନବେଳା ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଯାଏ ଆଉ ଲୋକମାନେ ଘରୁ ବାହାରିବାକୁ ଅନେକ ବାର ଚିନ୍ତା କରନ୍ତି। ତେବେ ନିର୍ବାଚନ ପାଇଁ ନେତା ମନ୍ତ୍ରୀମାନେ ଏଥର ପ୍ରଚଣ୍ଡ ଖରାରେ ଘର ଘର ବୁଲି ପ୍ରଚାର କରିବେ, ଆଉ ତତଲା ପବନର ମଜା ନେବେ। ନେତାମାନଙ୍କ ସାଙ୍ଗରେ ଥିବା ଦାମୀ କାର ଏସି ସେମାନଙ୍କୁ ସାମନ୍ୟ ଆସ୍ୱସ୍ଥି ଦେଇପାରେ, ହେଲେ ସେମାନଙ୍କର କାର୍ଯ୍ୟକର୍ତ୍ତା ତତଲା କଢ଼େଇରେ ଭାଜି ହେବା ଥୟ।

କେବେଳ ନେତା ମନ୍ତ୍ରୀ ଆଉ ଅଧିକାରୀ ନୁହନ୍ତି, ସାମ୍ବାଦିକ ମାନେ ମଧ୍ୟ ଖବର ଏକାଠି କରିବା ପ୍ରୟାସରେ ଝାଳ ନାଳ ହେବେ। ମୋଟା ମୋଟୀ ଭାବେ କହିବାକୁ ଗଲେ ଆସନ୍ତା ନିର୍ବାଚନ ସୂର୍ଯ୍ୟ ଦେବଙ୍କ ପ୍ରକୋପରେ ଆହୁରି ଭାରତର ରାଜନୈତିକ ପାଣିପାଗ ଆହୁରି ଗରମ ହେବାକୁ ଯାଉଛି।

The post ଏପ୍ରିଲ-ମେ-ଜୁନରେ ନିର୍ବାଚନ: ତାତିରେ ଆଉଟୁ ପାଉଟୁ ହେବେ ନେତା ମନ୍ତ୍ରୀ ଅଧିକାରୀ appeared first on Dharitri Odia News.