ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ

ନୂଆଦିଲ୍ଲୀ,୧୪।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାଜନୈତିକ ମାହୋଲ ସରଗରମ ରହିଛି। ତିନି-ଚାରି ମାସ ପରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନରେ ଏନଡିଏ ରାଜ୍ୟରେ ଖରାପ ପ୍ରଦର୍ଶନ କରିଥିଲା। ଏହି ପରାଜୟର କାରଣ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ୪୦୦ ପାର୍‌ ସ୍ଲୋଗାନକୁ ଦାୟୀ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି ପରାଜୟ ପାଇଁ ଏନସିପି ସହ ମିଳିତ ମେଣ୍ଟକୁ ଦାୟୀ କରିଛନ୍ତି। ତେବେ ଏହା ନୁହେଁ ଯେ କେବଳ ଏନଡିଏରେ ଫାଟ […] The post ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ appeared first on Dharitri Odia News.

ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ

ନୂଆଦିଲ୍ଲୀ,୧୪।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାଜନୈତିକ ମାହୋଲ ସରଗରମ ରହିଛି। ତିନି-ଚାରି ମାସ ପରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନରେ ଏନଡିଏ ରାଜ୍ୟରେ ଖରାପ ପ୍ରଦର୍ଶନ କରିଥିଲା। ଏହି ପରାଜୟର କାରଣ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ୪୦୦ ପାର୍‌ ସ୍ଲୋଗାନକୁ ଦାୟୀ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି ପରାଜୟ ପାଇଁ ଏନସିପି ସହ ମିଳିତ ମେଣ୍ଟକୁ ଦାୟୀ କରିଛନ୍ତି।

ତେବେ ଏହା ନୁହେଁ ଯେ କେବଳ ଏନଡିଏରେ ଫାଟ ଦେଖାଯାଉଛି। ଇଣ୍ଡିଆ ସହଯୋଗୀ ଦଳ ମଧ୍ୟରେ ମଧ୍ୟ ସମାନ ବିବାଦ ଦେଖାଯାଉଛି। ଗୋଟିଏ ପଟେ ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା ଏବଂ ୟୁବିଟି କଂଗ୍ରେସ ସହ କାମ କରିବାକୁ ରାଜି ନାହାନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଉଦ୍ଧବ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରରେ ବିଧାନସଭା ଆସନ ସଂଖ୍ୟା ୨୮୮ ଏବଂ ସଂଖ୍ୟାଗରିଷ୍ଠତା ପାଇଁ ୧୪୫ଟି ସିଟ ଆବଶ୍ୟକ।

The post ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ appeared first on Dharitri Odia News.