ଏପ୍ରିଲ ୧ରୁ ବଦଳିବ ଏହି ସମସ୍ତ ନିୟମ

ନୂଆଦିଲ୍ଲୀ: ୨୦୨୫ ଏପ୍ରିଲ୍ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ । ଆର୍ଥିକ ବର୍ଷ ଆରମ୍ଭ ସହ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଉଥିବା ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ପରିବର୍ତ୍ତନ ପୂର୍ବରୁ ଆପଣ ବଦଳିବାକୁ ଯାଉଥିବା ନିୟମ ବିଷୟରେ ଅବଗତ ହୋଇ ଆର୍ଥିକ କ୍ଷତିରୁ ବଞ୍ଚନ୍ତୁ । କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ ଆସନ୍ତା ଆର୍ଥିକ ବର୍ଷରେ କ୍ରେଡିଟ୍ କାର୍ଡ ଧାରକଙ୍କ ପାଇଁ ଏପରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଏହାର […]

ଏପ୍ରିଲ ୧ରୁ ବଦଳିବ ଏହି ସମସ୍ତ ନିୟମ

ନୂଆଦିଲ୍ଲୀ: ୨୦୨୫ ଏପ୍ରିଲ୍ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବ । ଆର୍ଥିକ ବର୍ଷ ଆରମ୍ଭ ସହ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଉଥିବା ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ପରିବର୍ତ୍ତନ ପୂର୍ବରୁ ଆପଣ ବଦଳିବାକୁ ଯାଉଥିବା ନିୟମ ବିଷୟରେ ଅବଗତ ହୋଇ ଆର୍ଥିକ କ୍ଷତିରୁ ବଞ୍ଚନ୍ତୁ ।

କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ
ଆସନ୍ତା ଆର୍ଥିକ ବର୍ଷରେ କ୍ରେଡିଟ୍ କାର୍ଡ ଧାରକଙ୍କ ପାଇଁ ଏପରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଏହାର ବ୍ୟବହାରକାରୀଙ୍କୁ ପ୍ରଭାବିତ କରିପାରେ। ଗୋଟିଏ ପଟେ, ABIର ସିମ୍ପଲି କ୍ଲିକ୍ କ୍ରେଡିଟ୍ କାର୍ଡ ସ୍ୱିଗି ରିୱାର୍ଡସ୍ ପଏଣ୍ଟକୁ ୧୦ ଗୁଣରୁ ୫ ଗୁଣ ହ୍ରାସ କରିବାକୁ ଘୋଷଣା କରିଛି ।

ଏଲପିଜି ଉପରେ ପ୍ରଭାବ
ତେଲ ଏବଂ ଗ୍ୟାସ ବିତରଣ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲପିଜି ମୂଲ୍ୟରେ ସଂଶୋଧନ କରିଥାନ୍ତି। ଏପରି ପରିସ୍ଥିତିରେ ଆସନ୍ତା ମାସରେ ମଧ୍ୟ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇପାରେ । ଯଦିଓ, ଦୀର୍ଘ ଦିନ ଧରି ଘରୋଇ ଏଲପିଜି ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ କିନ୍ତୁ ନୂତନ ଆର୍ଥିକ ବର୍ଷରେ ରନ୍ଧନ ଗ୍ୟାସ୍ ମୂଲ୍ୟରେ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଆଶା କରାଯାଉଛି।

ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ପରିବର୍ତ୍ତନ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ପିଏନବି ସମେତ ଅନ୍ୟ ଅନେକ ବ୍ୟାଙ୍କ ସର୍ବନିମ୍ନ ବ୍ୟାଙ୍କ ବାଲାନ୍ସରେ ପରିବର୍ତ୍ତନ କରୁଛନ୍ତି। ଏବେ, ସର୍ବନିମ୍ନ ବାଲାନ୍ସ ପାଇଁ ନୂତନ ସୀମା କ୍ଷେତ୍ରଭିତ୍ତିକ ଆଧାରରେ ସ୍ଥିର କରାଯିବ ଏବଂ ସେହି ଅନୁସାରେ ଦେୟ ନିଆଯିବ। ଏପରି ପରିସ୍ଥିତିରେ, ଏହାର ସିଧାସଳଖ ପ୍ରଭାବ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପକେଟ ଉପରେ ପଡ଼ିବ।