ଏପ୍ରିଲ ୧ରୁ ମାରାଗୁଡ଼ା ମହୋତ୍ସବ: ଜମିବ ପଲ୍ଲିଶ୍ରୀ ମେଳା

ନୂଆପଡ଼ା,୧ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ମାରଗୁଡ଼ା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସର୍ବସମ୍ମତି କ୍ରମେ ଏପ୍ରିଲ ୧ରୁ ୫ ପର୍ଯ୍ୟନ୍ତ ମାରାଗୁଡ଼ା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଉତ୍ସବ ସହ ପଲ୍ଲିଶ୍ରୀ ମେଳା ମଧ୍ୟ ଅନୁଷ୍ଠିତ ହେବ ବୋଲି ଜିଲାପାଳ ଘୋଷଣା କରିଥିଲେ। ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଉପାଧ୍ୟକ୍ଷ ଦିପିକା […] The post ଏପ୍ରିଲ ୧ରୁ ମାରାଗୁଡ଼ା ମହୋତ୍ସବ: ଜମିବ ପଲ୍ଲିଶ୍ରୀ ମେଳା appeared first on Dharitri Odia News.

ଏପ୍ରିଲ ୧ରୁ ମାରାଗୁଡ଼ା ମହୋତ୍ସବ: ଜମିବ ପଲ୍ଲିଶ୍ରୀ ମେଳା

ନୂଆପଡ଼ା,୧ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ମାରଗୁଡ଼ା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସର୍ବସମ୍ମତି କ୍ରମେ ଏପ୍ରିଲ ୧ରୁ ୫ ପର୍ଯ୍ୟନ୍ତ ମାରାଗୁଡ଼ା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଉତ୍ସବ ସହ ପଲ୍ଲିଶ୍ରୀ ମେଳା ମଧ୍ୟ ଅନୁଷ୍ଠିତ ହେବ ବୋଲି ଜିଲାପାଳ ଘୋଷଣା କରିଥିଲେ।

ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଉପାଧ୍ୟକ୍ଷ ଦିପିକା ଦୀପ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, କୋମନା ବ୍ଲକ ଅଧ୍ୟକ୍ଷା ଅନସୂୟା କୁମ୍ଭାର, ଖରିଆର ରୋଡ ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା, ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ମହାଦେବ ବୁଡାଇକ, ନୂଆପଡ଼ା ଜିଲା ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଭୀମସେନ ଶବର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ଼. ଫଣିନ୍ଦମ ସିଂଦେଓ, ନୂଆପଡ଼ା ଜିଲା ଓକିଲ ସଂଘ ସଭାପତି କ୍ଷିତୀଶ ଅଶୋକ ବୋଧନକର, ଜିଲା ଭାଜପା ସଭାପତି କମଲେଶ ଦିକ୍ଷିତ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବ କିପରି ସୂଚାରୁ ରୂପେ ସମ୍ପାଦନ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ଶେଷରେ ଉପ ଜିଲାପାଳ ଯୋଗେନ୍ଦ୍ର ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

The post ଏପ୍ରିଲ ୧ରୁ ମାରାଗୁଡ଼ା ମହୋତ୍ସବ: ଜମିବ ପଲ୍ଲିଶ୍ରୀ ମେଳା appeared first on Dharitri Odia News.