ଏପ୍ରିଲ ୧ରୁ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ୍ ଆଇନ- ୨୦୨୦
କଟକ: ଏପ୍ରିଲ ୧ରୁ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ୍ ଆଇନ- ୨୦୨୦। ନିୟମ ଲାଗୁ ନେଇ ଓଡ଼ିଶା ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଥିବାବେଳେ କଟକ ରାଜ୍ୟ ବାର୍ କାଉନସିଲ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ଏହି କର୍ପସ ଫଣ୍ଡ୍ ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟର ଆଇନଜୀବୀମାନେ ନିଜ ମହକିଲଙ୍କ ପ୍ରତ୍ୟେକ ମୋକଦ୍ଦମା ରୁଜୁ କଲାବେଳେ ୧୦୦ ଟଙ୍କାର ଆଡଭୋକେଟ ୱେଲଫେୟାର କର୍ପସ ଫଣ୍ଡର ଷ୍ଟାମ୍ପ ଲଗାଇବା ବାଧ୍ୟତାମୂଳକ ହେବ। ଏହି ଫଣ୍ଡ୍ରେ କେନ୍ଦ୍ର ସରକାର, ରାଜ୍ୟ ସରକାର,ଭାରତୀୟ ବାର୍ କାଉନସିଲ, ଘରୋଇ କମ୍ପାନି କିମ୍ବା ବ୍ୟକ୍ତିବିଶେଷ ମଧ୍ୟ ଅନୁଦାନ ଦେଇପାରିବେ। ଏହି କର୍ପସ ଫଣ୍ଡରେ ଆଦାୟ ହୋଇଥିବା ଅର୍ଥର ୨୦ ଭାଗ ପଞ୍ଜୀକୃତ ବାର୍ ଆସୋସିଏସନମାନଙ୍କୁ ଫେରାଇବା ପାଇଁ ପ୍ରାବଧାନ ରହିଛି। ସେହିପରି ୪ ଭାଗ ଅର୍ଥ ପଞ୍ଜୀକୃତ ବାର୍ ଆସୋସିଏସନ ଲାଇବ୍ରେରୀ ନବୀକରଣ, ୩ ଭାଗ କନିଷ୍ଠ ଅଧିବକ୍ତାଙ୍କୁ ସହାୟତା,୧୨ ଭାଗ ଅଧିବକ୍ତାଙ୍କର ଚିକିତ୍ସା, ୧୦ ଭାଗ ମୃତ୍ୟୁକାଳୀନ ଭତ୍ତା,୧୦ ଭାଗ ଜରୁରୀକାଳୀନ ପରିସ୍ଥିତି, ୧ ଭାଗ ରାଜ୍ୟ ଆଇନଜୀଜୀ ପରିଷଦର ପାଠାଗାର ଓ ୨୦ ଭାଗ ଓଡ଼ିଶା ଆଇନଜୀବୀ ପରିଷଦର ସାମୁହିକ ଖର୍ଚ୍ଚ ନିମନ୍ତେ ବିନିଯୋଗ କରାଯିବ। ଏହା ବ୍ୟତୀତ ଉକ୍ତ ଅର୍ଥକୁ ପ୍ରତ୍ୟେକ ବାର ଆସୋସିଏସନରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଆଲୋଚନାଚକ୍ର ପାଇଁ ଅର୍ଥ ଅନୁଦାନର ବ୍ୟବସ୍ଥା
କଟକ: ଏପ୍ରିଲ ୧ରୁ ଲାଗୁ ହେବ ଆଇନଜୀବୀ କଲ୍ୟାଣ କର୍ପସ ଫଣ୍ଡ୍ ଆଇନ- ୨୦୨୦। ନିୟମ ଲାଗୁ ନେଇ ଓଡ଼ିଶା ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଥିବାବେଳେ କଟକ ରାଜ୍ୟ ବାର୍ କାଉନସିଲ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି। ଏହି କର୍ପସ ଫଣ୍ଡ୍ ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟର ଆଇନଜୀବୀମାନେ ନିଜ ମହକିଲଙ୍କ ପ୍ରତ୍ୟେକ ମୋକଦ୍ଦମା ରୁଜୁ କଲାବେଳେ ୧୦୦ ଟଙ୍କାର ଆଡଭୋକେଟ ୱେଲଫେୟାର କର୍ପସ ଫଣ୍ଡର ଷ୍ଟାମ୍ପ ଲଗାଇବା ବାଧ୍ୟତାମୂଳକ ହେବ। ଏହି ଫଣ୍ଡ୍ରେ କେନ୍ଦ୍ର ସରକାର, ରାଜ୍ୟ ସରକାର,ଭାରତୀୟ ବାର୍ କାଉନସିଲ, ଘରୋଇ କମ୍ପାନି କିମ୍ବା ବ୍ୟକ୍ତିବିଶେଷ ମଧ୍ୟ ଅନୁଦାନ ଦେଇପାରିବେ।

ଏହି କର୍ପସ ଫଣ୍ଡରେ ଆଦାୟ ହୋଇଥିବା ଅର୍ଥର ୨୦ ଭାଗ ପଞ୍ଜୀକୃତ ବାର୍ ଆସୋସିଏସନମାନଙ୍କୁ ଫେରାଇବା ପାଇଁ ପ୍ରାବଧାନ ରହିଛି। ସେହିପରି ୪ ଭାଗ ଅର୍ଥ ପଞ୍ଜୀକୃତ ବାର୍ ଆସୋସିଏସନ ଲାଇବ୍ରେରୀ ନବୀକରଣ, ୩ ଭାଗ କନିଷ୍ଠ ଅଧିବକ୍ତାଙ୍କୁ ସହାୟତା,୧୨ ଭାଗ ଅଧିବକ୍ତାଙ୍କର ଚିକିତ୍ସା, ୧୦ ଭାଗ ମୃତ୍ୟୁକାଳୀନ ଭତ୍ତା,୧୦ ଭାଗ ଜରୁରୀକାଳୀନ ପରିସ୍ଥିତି, ୧ ଭାଗ ରାଜ୍ୟ ଆଇନଜୀଜୀ ପରିଷଦର ପାଠାଗାର ଓ ୨୦ ଭାଗ ଓଡ଼ିଶା ଆଇନଜୀବୀ ପରିଷଦର ସାମୁହିକ ଖର୍ଚ୍ଚ ନିମନ୍ତେ ବିନିଯୋଗ କରାଯିବ।

ଏହା ବ୍ୟତୀତ ଉକ୍ତ ଅର୍ଥକୁ ପ୍ରତ୍ୟେକ ବାର ଆସୋସିଏସନରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଆଲୋଚନାଚକ୍ର ପାଇଁ ଅର୍ଥ ଅନୁଦାନର ବ୍ୟବସ୍ଥା ରହିଛି। ଏହା ସହ ଗୁରୁତର ରୋଗ ଯଥା ହାର୍ଟ, କିଡନୀ, ଲିଭର ଭଳି ରୋଗରେ ପିଢ଼ି ଆଇନଜୀବୀ ମାନଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି। ଏହା ସହ ସରକାର ରାଜ୍ୟର ଆଇନଜୀବୀମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ଓ ଆଇନଜୀବୀ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରିବା ପାଇଁ ବାର୍ କାଉନସିଲ ଦାବି କରିଛି।