ଏପ୍ରିଲ ୧୬ରେ ଆଇପିଏଲ୍ ମାଲିକଙ୍କ ହେବ ବୈଠକ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧ା୪: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳକୁ ଆମନ୍ତ୍ରଣ କରିଛି। ସେମାନଙ୍କୁ ନେଇ ଏକ ଅଣାନୁଷ୍ଠାନିକ ବୈଠକ ଏପ୍ରିଲ ୧୬ରେ ବସିବ। ଫ୍ରାଞ୍ଚାଇଜଙ୍କ ଲାଗି ନିଲାମ ରାଶି ପରିମାଣ ବୃଦ୍ଧି ଏବଂ ଖେଳାଳି ରିଟେନଶନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇପାରେ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଦିନ ଏହି ବୈଠକ ବସିବ। ବୈଠକ ପାଇଁ କୌଣସି ଏଜେଣ୍ଡା ପ୍ରସ୍ତୁତ […] The post ଏପ୍ରିଲ ୧୬ରେ ଆଇପିଏଲ୍ ମାଲିକଙ୍କ ହେବ ବୈଠକ, ଜାଣନ୍ତୁ କାହିଁକି appeared first on Dharitri Odia News.
ନୂଆଦିଲ୍ଲୀ,୧ା୪: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳକୁ ଆମନ୍ତ୍ରଣ କରିଛି। ସେମାନଙ୍କୁ ନେଇ ଏକ ଅଣାନୁଷ୍ଠାନିକ ବୈଠକ ଏପ୍ରିଲ ୧୬ରେ ବସିବ। ଫ୍ରାଞ୍ଚାଇଜଙ୍କ ଲାଗି ନିଲାମ ରାଶି ପରିମାଣ ବୃଦ୍ଧି ଏବଂ ଖେଳାଳି ରିଟେନଶନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇପାରେ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଦିନ ଏହି ବୈଠକ ବସିବ। ବୈଠକ ପାଇଁ କୌଣସି ଏଜେଣ୍ଡା ପ୍ରସ୍ତୁତ କରାଯାଇ ନାହିଁ। ଆଇପିଏଲ ଦ୍ୱିତୀୟ ମାସରେ ପଦାର୍ପଣ କରିଥିବାରୁ ଏହାର ଅଂଶୀଦାରମାନେ ଏକତ୍ରିତ ହେବା ଲାଗି ଏହା ଏକ ପ୍ରକୃଷ୍ଟ ସମୟ ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି।
ଚଳିତବର୍ଷର ପରବର୍ତ୍ତୀ ଭାଗରେ ହେବାକୁଥିବା ମେଗା ନିଲାମି, ଖେଳାଳି ରିଟେନଶନ ଏବଂ ବର୍ତ୍ତମାନ ରହିଥିବା ନିଲାମ ରାଶି ୧୦୦ କୋଟି ଟଙ୍କାରୁ ବୃଦ୍ଧି ଆଦି ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।
ବିସିସିଆଇ ସମ୍ପାଦକ ଜୟ ଶାହା, ସଭାପତି ରୋଜର ବିନ୍ନି ଓ ଆଇପିଏଲ୍ ଚେୟାରମ୍ୟାନ ଅରୁଣ ଧୂମାଲ ପ୍ରମୁଖ ଏହି ବୈଠକରେ ଯୋଗଦେବେ। ବର୍ତ୍ତମାନ ଦଳଗୁଡ଼ିକୁ ପ୍ରତି ମେଗା ନିଲାମି ପୂର୍ବରୁ ୪ଜଣ ଲେଖାଏ ଖେଳାଳି ରିଟେନଶନ ଲାଗି ଅନୁମତି ରହିଛି। ମେଗା ନିଲାମି ପ୍ରତି ୩ ବର୍ଷ ବ୍ୟବଧାନରେ ହୋଇଥାଏ। ଗତଥର ଏହା ୨୦୨୨ରେ ହୋଇଥିଲା। ପରବର୍ତ୍ତୀ ମେଗା ନିଲାମି ୨୦୨୫ ସଂସ୍କରଣ ପୂର୍ବରୁ ଅନୁଷ୍ଠିତ ହେବ।
ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ଚେନ୍ନାଇରେ ମେ ୨୬ରେ ଫାଇନାଲ ଅନୁଷ୍ଠିତ ହେବ। କ୍ୱାଲିଫାୟର-୧ ଓ ଏଲିମିନେଟର ଅହମଦାବାଦରେ ମେ ୨୧ ଓ ମେ ୨୨ରେ ଅନୁଷ୍ଠିତ ହେବ। କ୍ୱାଲିଫାୟର ମେ ୨୪ରେ ଚେନ୍ନାଇରେ ଖେଳାଯିବ। ବିସିସିଆଇ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଇପିଏଲ୍ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଗତ ସପ୍ତାହରେ ଘୋଷଣା କରିଥିଲା। ବିସିସିଆଇ ପ୍ରଥମ ଦୁଇ ସପ୍ତାହ ପାଇଁ ଖେଳସୂଚୀ ପୂର୍ବରୁ ଘୋଷଣା କରିସାରିଥିଲା। ଚଳିତ ଲିଗ୍ ସହ ଏକ ସଙ୍ଗରେ ୭ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହେବ।
The post ଏପ୍ରିଲ ୧୬ରେ ଆଇପିଏଲ୍ ମାଲିକଙ୍କ ହେବ ବୈଠକ, ଜାଣନ୍ତୁ କାହିଁକି appeared first on Dharitri Odia News.