ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ, ଜୁନ୍ ୪ରେ ନିର୍ବାଚନ ଫଳ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ୫୪୩ ଲୋକସଭା ଆସନ ପାଇଁ ଏପ୍ରିଲ ୧୯ ତାରିଖରୁ ନିର୍ବାଚନ ଆରମ୍ଭ ହେବ ଏବଂ ଜୁନ୍ ୧ ତାରିଖରେ ନିର୍ବାଚନ ଶେଷ ହେବ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୪ଟି ରାଜ୍ୟ ସିକ୍କିମ, ଓଡ଼ିଶା, ଅରୁଣାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଏକକାଳୀନ […]

ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ, ଜୁନ୍ ୪ରେ ନିର୍ବାଚନ ଫଳ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ୫୪୩ ଲୋକସଭା ଆସନ ପାଇଁ ଏପ୍ରିଲ ୧୯ ତାରିଖରୁ ନିର୍ବାଚନ ଆରମ୍ଭ ହେବ ଏବଂ ଜୁନ୍ ୧ ତାରିଖରେ ନିର୍ବାଚନ ଶେଷ ହେବ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୪ଟି ରାଜ୍ୟ ସିକ୍କିମ, ଓଡ଼ିଶା, ଅରୁଣାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବ। ସେହିପରି ବିହାର, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ତାମିଲନାଡ଼ୁ ସମେତ ଅନେକ ରାଜ୍ୟରେ ୨୬ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିବା ସହ ସୋସିଆଲ ମିଡିଆରେ ନକଲି ଖବରକୁ ନେଇ କଡ଼ା ବାର୍ତ୍ତା ଦେଇଛନ୍ତି। କୁମାର କହିଛନ୍ତି, ରାଜନୈତିକ ଦଳ ଗୁଡ଼ିକ ସୋସିଆଲ ମିଡିଆରେ ଅତ୍ୟନ୍ତ ଦାୟିତ୍ବବାନ ଭାବେ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। ଆଇନ ଅନୁଯାୟୀ ଭୁଲ ଖବର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁମାର କହିଛନ୍ତି। ସେହିପରି ଘୃଣା ଭାଷଣ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନକରିବାପାଇଁ କମିସନ କହିଛନ୍ତି। କୌଣସି ଘୃଣା ଭାଷଣ ଏବଂ ଜାତି ଓ ଧର୍ମକୁ ନେଇ କୌଣସି ପ୍ରକାର ପ୍ରଚାର କରାଯିବନି ଏବଂ କାହାର ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚନା କରାଯିବନି ବୋଲି କମିସନ୍ ସତର୍କ କରାଇ ଦେଇଛନ୍ତି। ରାଜନୈତିକ ବିଜ୍ଞାପନ ଦେଉଥିବା ଗଣମାଧ୍ୟମ ସଂସ୍ଥା ଏସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ଦେବା ଉଚିତ। ଉକ୍ତ ପ୍ରସଙ୍ଗ ଗୁଡ଼ିକ ଉପରେ ନଜର ରଖିବାପାଇଁ କମିସନ ୨୧୦୦ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛି। ୮୫ ବର୍ଷରୁ ଊର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଯେଉଁମାନେ ଅଧିକ ଭିନ୍ନକ୍ଷମ ସେମାନେ ଘରୁ ଭୋଟ୍ ଦେଇପାରିବେ। ପ୍ରାୟ ୮୨ ଲକ୍ଷ ଭୋଟରଙ୍କ ବୟସ ୮୫ ବର୍ଷରୁ ଅଧିକ ବୋଲି କୁମାର କହିଛନ୍ତି।