ଆହୁରି ୨ ଦିନ ବଢିବ ତାତି,୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଅସମ୍ଭାଳ ତାତି। ସାରା ଓଡ଼ିଶାବାସୀ ପ୍ରବଳ ଖରାରେ ଭାଜି ହେଉଛନ୍ତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ସକାଳ ୮ ଟାରୁ ଟାଇଁ ଟାଇଁ ମାରୁଛି ଖରା । ଆହୁରି ୨ଦିନ ପ୍ରବଳ ଖରା । ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ । ଆଜି ଦୁଇଟି ଜିଲ୍ଲାରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତି ଅସମ୍ଭାଳ ହେବ […]

ଆହୁରି ୨ ଦିନ ବଢିବ ତାତି,୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆହୁରି ୨ ଦିନ ବଢିବ ତାତି,୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଅସମ୍ଭାଳ ତାତି। ସାରା ଓଡ଼ିଶାବାସୀ ପ୍ରବଳ ଖରାରେ ଭାଜି ହେଉଛନ୍ତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ସକାଳ ୮ ଟାରୁ ଟାଇଁ ଟାଇଁ ମାରୁଛି ଖରା । ଆହୁରି ୨ଦିନ ପ୍ରବଳ ଖରା । ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ । ଆଜି ଦୁଇଟି ଜିଲ୍ଲାରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତି ଅସମ୍ଭାଳ ହେବ ।

ସେହିଭଳି ୩୦ ତାରିଖରେ ହିଟୱେଭ୍ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡିକୁ ଖରା ନେଇ ଆଲର୍ଟ ହୋଇଛି। କିଛି ସ୍ଥାନରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା । କାଲି ପାଇଁ କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲଏପୁର ଓ ଝାରସୁଗୁଡାକୁ ଆଲର୍ଟ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି ୪ଦିନର ତାତିରେ ଓଡ଼ିଶା ସିଝିବା ପରେ ବଦଳିବ ପାଗ । ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଗ ପରିବର୍ତ୍ତନକୁ ନେଇ ୨ କିମ୍ବା ୩ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟାରେ ସବୁଠୁ ଉତ୍ତପ୍ତ ଥିଲା ଝାରସୁଗୁଡ଼ା । ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ରାଜଧାନୀ ଭୁବନେଶ୍ବରରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।