ଚଳନ୍ତା ଟ୍ରକରେ ଲାଗିଲା ନିଆଁ

ଛତ୍ରପୁର,୨୮।୨(ଦିଲ୍ଲୀପ ସାମଲ): ଏକ ଚଳନ୍ତା ଟ୍ରକରେ ଘଟିଛି ଅଗ୍ନିକାଣ୍ଡ। ଏପରି ଏକ ଅଘଟଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବନ୍ଦର ସମୁଖ ଆର୍ଯ୍ୟପଲ୍ଲୀ ରାସ୍ତାରେ। ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଘରୋଇ କମ୍ପାନୀର ଏକ ମାଲ ବୋଝେଇ ଟ୍ରକ ଉକ୍ତ ରାସ୍ତାଦେଇ ଯାଉଥିବା ବେଳେ କୋଣସି କାରଣବଶତଃ ହଠାତ୍‌ ଟ୍ରକ୍‌ ଆଗ ପଟେ ନିଆଁ ଲାଗିଯାଇଥିଲା। ନିଆଁ କିଛି ସମୟ ପରେ ହୁତୁହୁତୁ ହୋଇ ଜଳି ଉଠିଥିଲା। ଖବର ପାଇ ଦମକଳ […] The post ଚଳନ୍ତା ଟ୍ରକରେ ଲାଗିଲା ନିଆଁ appeared first on Dharitri Odia News.

ଚଳନ୍ତା ଟ୍ରକରେ ଲାଗିଲା ନିଆଁ

ଛତ୍ରପୁର,୨୮।୨(ଦିଲ୍ଲୀପ ସାମଲ): ଏକ ଚଳନ୍ତା ଟ୍ରକରେ ଘଟିଛି ଅଗ୍ନିକାଣ୍ଡ। ଏପରି ଏକ ଅଘଟଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବନ୍ଦର ସମୁଖ ଆର୍ଯ୍ୟପଲ୍ଲୀ ରାସ୍ତାରେ।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଘରୋଇ କମ୍ପାନୀର ଏକ ମାଲ ବୋଝେଇ ଟ୍ରକ ଉକ୍ତ ରାସ୍ତାଦେଇ ଯାଉଥିବା ବେଳେ କୋଣସି କାରଣବଶତଃ ହଠାତ୍‌ ଟ୍ରକ୍‌ ଆଗ ପଟେ ନିଆଁ ଲାଗିଯାଇଥିଲା। ନିଆଁ କିଛି ସମୟ ପରେ ହୁତୁହୁତୁ ହୋଇ ଜଳି ଉଠିଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ କିଛି ସମୟ ପରେ ଟ୍ରକ ଘଟଣାସ୍ଥଳରୁ ଗାଏବ ହୋଇଯାଇଥିଲା। ଟ୍ରକରେ ନିଆଁ ଲାଗିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରକରୁ ନିଆଁ ଲିଭିବା ପରେ ଘଟଣାସ୍ଥଳରୁ ପଳାଇଥିଲା।

The post ଚଳନ୍ତା ଟ୍ରକରେ ଲାଗିଲା ନିଆଁ appeared first on Dharitri Odia News.