କାମ୍ବୋଡିଆନ ନେତାଙ୍କ ସହ ଫୋନ୍ କଲ ଲିକ୍‌ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ନିଲମ୍ବିତ କଲେ ଥାଇଲାଣ୍ଡ କୋର୍ଟ

ନୂଆଦିଲ୍ଲୀ: ଜଣେ ପୂର୍ବତନ କାମ୍ବୋଡିଆନ ନେତାଙ୍କ ସହିତ ଫୋନ୍‌ କଲ୍ ଲିକ୍‌ ହେବା ମାମଲାର ତଦନ୍ତ ବିଳମ୍ବ ହେବାରୁ ଥାଇଲ୍ୟାଣ୍ଡର ସାମ୍ବିଧାନିକ ଅଦାଲତ ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କୁ ପଦରୁ ନିଲମ୍ବିତ କରିଛନ୍ତି। ମଙ୍ଗଳବାର ବିଚାରପତିମାନେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଆସିଥିବା ନିୟମ ଉଲ୍ଲଂଘନ ଅଭିଯୋଗ ଉପରେ ସର୍ବସମ୍ମତିକ୍ରମେ ବିଚାର କରିଥିଲେ। ଏବଂ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ଭୋଟିଂ କରିଥିଲେ। ନିକଟରେ କାମ୍ବୋଡିଆ ସହିତ ସୃଷ୍ଟି ହୋଇଥିବା ସୀମା ବିବାଦର ପରିଚାଳନାରେ ବିଫଳତା ଯୋଗୁ ପାଏଟୋଙ୍ଗଟାର୍ଣ୍ଣଙ୍କ ପ୍ରତି ଜନଅସନ୍ତୋଷ ବଢ଼ିଛି। ଘଟଣାକୁ ମେ ୨୮ ତାରିଖରେ ଏକ ସଶସ୍ତ୍ର ମୁକାବିଲା ହୋଇଥିଲା। ଯେଉଁଥିରେ ଜଣେ ଜଣେ କାମ୍ବୋଡିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୀମା ବିବାଦ ଉପରେ ପ୍ରଧାନମନ୍ତ୍ରୀ କୂଟନୀତିକ ଆଲୋଚନା କରୁଥିବା ବେଳେ ତାଙ୍କର ଫୋନ୍ କଲ ଲିକ୍ ହୋଇଥିଲା। ଯାହା ଜନସାଧାରଣଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଛି। ଏନେଇ ପାଏଟୋଙ୍ଗଟାର୍ଣ୍ଣ ସୋମବାର ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି। ଅଦାଲତ ପ୍ରକ୍ରିୟାକୁ ସେ ଗ୍ରହଣ କରିବେ ଏବଂ ଏହାର ପାଳନ କରିବେ। ହେଲେ ସେ ତାଙ୍କ କାମରେ ବାଧାପ୍ରାପ୍ତ ହେବା ଦେଖିବାକୁ ଚାହାଁନ୍ତି ନାହିଁ ବୋଲି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି। ଯଦି ଆପଣ ମୋତେ ପଚାରନ୍ତି ଯେ ମୁଁ ଚିନ୍ତିତ କି, ହଁ ମୁଁ ଚିନ୍ତିତ ଅଛି ବୋଲି ସେ ସାମ୍ବାଦିକମା

କାମ୍ବୋଡିଆନ ନେତାଙ୍କ ସହ ଫୋନ୍ କଲ ଲିକ୍‌ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ନିଲମ୍ବିତ କଲେ ଥାଇଲାଣ୍ଡ କୋର୍ଟ

ନୂଆଦିଲ୍ଲୀ: ଜଣେ ପୂର୍ବତନ କାମ୍ବୋଡିଆନ ନେତାଙ୍କ ସହିତ ଫୋନ୍‌ କଲ୍ ଲିକ୍‌ ହେବା ମାମଲାର ତଦନ୍ତ ବିଳମ୍ବ ହେବାରୁ ଥାଇଲ୍ୟାଣ୍ଡର ସାମ୍ବିଧାନିକ ଅଦାଲତ ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କୁ ପଦରୁ ନିଲମ୍ବିତ କରିଛନ୍ତି। ମଙ୍ଗଳବାର ବିଚାରପତିମାନେ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଆସିଥିବା ନିୟମ ଉଲ୍ଲଂଘନ ଅଭିଯୋଗ ଉପରେ ସର୍ବସମ୍ମତିକ୍ରମେ ବିଚାର କରିଥିଲେ। ଏବଂ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ଭୋଟିଂ କରିଥିଲେ। 

ନିକଟରେ କାମ୍ବୋଡିଆ ସହିତ ସୃଷ୍ଟି ହୋଇଥିବା ସୀମା ବିବାଦର ପରିଚାଳନାରେ ବିଫଳତା ଯୋଗୁ ପାଏଟୋଙ୍ଗଟାର୍ଣ୍ଣଙ୍କ ପ୍ରତି ଜନଅସନ୍ତୋଷ ବଢ଼ିଛି। ଘଟଣାକୁ ମେ ୨୮ ତାରିଖରେ ଏକ ସଶସ୍ତ୍ର ମୁକାବିଲା ହୋଇଥିଲା। ଯେଉଁଥିରେ ଜଣେ ଜଣେ କାମ୍ବୋଡିଆ ସୈନିକଙ୍କ ମୃତ୍ୟୁ ହୋଇଥିଲା। ସୀମା ବିବାଦ ଉପରେ ପ୍ରଧାନମନ୍ତ୍ରୀ କୂଟନୀତିକ ଆଲୋଚନା କରୁଥିବା ବେଳେ ତାଙ୍କର ଫୋନ୍ କଲ ଲିକ୍ ହୋଇଥିଲା। ଯାହା ଜନସାଧାରଣଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇଛି। 

ଏନେଇ ପାଏଟୋଙ୍ଗଟାର୍ଣ୍ଣ ସୋମବାର ମିଡିଆରେ ପ୍ରତିକ୍ରିୟା ଦେଇଛନ୍ତି। ଅଦାଲତ ପ୍ରକ୍ରିୟାକୁ ସେ ଗ୍ରହଣ କରିବେ ଏବଂ ଏହାର ପାଳନ କରିବେ। ହେଲେ ସେ ତାଙ୍କ କାମରେ ବାଧାପ୍ରାପ୍ତ ହେବା ଦେଖିବାକୁ ଚାହାଁନ୍ତି ନାହିଁ ବୋଲି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି। ଯଦି ଆପଣ ମୋତେ ପଚାରନ୍ତି ଯେ ମୁଁ ଚିନ୍ତିତ କି, ହଁ ମୁଁ ଚିନ୍ତିତ ଅଛି ବୋଲି ସେ ସାମ୍ବାଦିକମାନଙ୍କୁ ଉତ୍ତର ଦେଇଛନ୍ତି।

ଏହା ପୂର୍ବରୁ ମଙ୍ଗଳବାର ଥାଇଲାଣ୍ଡ ରାଜା ମହା ଭାଜିରାଲଙ୍ଗକର୍ଣ୍ଣ ଲିକ୍ ଫୋନ୍ କଲ୍ କାରଣରୁ ପାଏଟୋଙ୍ଗଟାର୍ଣ୍ଣଙ୍କ ମେଣ୍ଟ ସରକାରରୁ ଏକ ପ୍ରମୁଖ ଦଳ ବାହାରିଯିବା ପରେ ବାଧ୍ୟତାମୂଳକ ଭାବରେ କ୍ୟାବିନେଟ୍ ପୁନର୍ଗଠନକୁ ସମର୍ଥନ କରିଥିଲେ।