ଏପ୍ରିଲରେ ପୁଣି ହ୍ରାସ ପାଇପାରେ ସୁଧହାର: ଏସ୍‌ବିଆଇ

ନୂଆଦିଲ୍ଲୀ: ଦରଦାମ ହାର ଅନୁକୂଳ ରହିଲେ ଆର୍‌ବିଆଇ ଏପ୍ରିଲରେ ପୁଣି ସୁଧହାର ହ୍ରାସ କରିପାରେ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ କୁହାଯାଇଛି। ଏସ୍‌ବିଆଇ ରିପୋର୍ଟରେ କୁହାଯାଇଛି ଯେ ଦରଦାମ୍‌କୁ ନିୟନ୍ତ୍ରଣ ଏବଂ ଆର୍ଥିକ ବିକାଶକୁ ବଜାୟ ରଖିବା ପାଇଁ ଆର୍‌ବିଆଇ ବର୍ଷେ ହେଲା କାର୍ଯ୍ୟ କରୁଛି। ଆର୍‌ବିଆଇ ସ୍ବୀକାର କରିଛି ଯେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ମୁଦ୍ରାସ୍ପିତୀ ବଢ଼ିବାର ପ୍ରମୁଖ କାରଣ ପାଲଟିଛି । କିନ୍ତୁ ଏହାର ସକରାତ୍ମକ ସଙ୍କେତ ମଧ୍ୟ ଦେଖିବାକୁ […]

ଏପ୍ରିଲରେ ପୁଣି ହ୍ରାସ ପାଇପାରେ ସୁଧହାର: ଏସ୍‌ବିଆଇ
SBI urges customers to link PAN with Aadhaar for seamless banking services

ନୂଆଦିଲ୍ଲୀ: ଦରଦାମ ହାର ଅନୁକୂଳ ରହିଲେ ଆର୍‌ବିଆଇ ଏପ୍ରିଲରେ ପୁଣି ସୁଧହାର ହ୍ରାସ କରିପାରେ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ କୁହାଯାଇଛି। ଏସ୍‌ବିଆଇ ରିପୋର୍ଟରେ କୁହାଯାଇଛି ଯେ ଦରଦାମ୍‌କୁ ନିୟନ୍ତ୍ରଣ ଏବଂ ଆର୍ଥିକ ବିକାଶକୁ ବଜାୟ ରଖିବା ପାଇଁ ଆର୍‌ବିଆଇ ବର୍ଷେ ହେଲା କାର୍ଯ୍ୟ କରୁଛି। ଆର୍‌ବିଆଇ ସ୍ବୀକାର କରିଛି ଯେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ମୁଦ୍ରାସ୍ପିତୀ ବଢ଼ିବାର ପ୍ରମୁଖ କାରଣ ପାଲଟିଛି । କିନ୍ତୁ ଏହାର ସକରାତ୍ମକ ସଙ୍କେତ ମଧ୍ୟ ଦେଖିବାକୁ ମିଳୁଛି। ଏଥିଯୋଗୁଁ ଫସଲ ଉତ୍ପାଦନ ଭଲ ହେବାରୁ ଦରଦାମ ହ୍ରାସ ପାଇଛି। ତେବେ ପାଣିପାଗ ଜନିତ ବିପଦ ଲାଗି ରହିଛି। ଆର୍‌ବିଆଇ ନିଜ ନୀତିରେ ମୁଦ୍ରାସ୍ପିତୀ ଲକ୍ଷ୍ୟ ନିର୍ଦ୍ଧାରଣର ଏଫଆଇଟିକୁ ଜୋର୍‌ ଦେଇଛି। ଏଫଆଇଟି ହେଉଠି ଏକ ନିୟମ ଏବଂ ନିଷ୍ପତ୍ତିର ସମହାର ଯେଉଁଥିରେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ ଏବଂ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ନୀତିରେ ପରିବର୍ତ୍ତନ କରାଯାଇଥାଏ।