ଅକ୍ଟୋବର ୧୮ରୁ ଅଗ୍ନିପଥ ଯୋଜନା ଏବଂ ନିୟମିତ ସୈନିକମାନଙ୍କ ନିମନ୍ତେ ନିଯୁକ୍ତି ରାଲି
କଟକ : ଅକ୍ଟୋବର ୧୮ରୁ ଅଗ୍ନିପଥ ଯୋଜନା ଏବଂ ନିୟମିତ ସୈନିକମାନଙ୍କ ନିମନ୍ତେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ପୁରୀ ତାଳବଣିଆର ଜିଲ୍ଲା କ୍ରୀଡା କମ୍ପ୍ଲେକ୍ସ ଏବଂ ସହରର ଇନଡୋର ଷ୍ଟାଡିୟମରେ ଏହି ରାଲି ଅନୁଷ୍ଠିତ ହେବ।କଟକ, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଏବଂ ନୟାଗଡ ଜିଲ୍ଲାର ଅଗ୍ନିପଥ ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ ନିମନ୍ତେ ୧୮ ଅକ୍ଟୋବର ୨୦୨୪ ଠାରୁ ୨୬ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ସେନା […]

କଟକ : ଅକ୍ଟୋବର ୧୮ରୁ ଅଗ୍ନିପଥ ଯୋଜନା ଏବଂ ନିୟମିତ ସୈନିକମାନଙ୍କ ନିମନ୍ତେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ପୁରୀ ତାଳବଣିଆର ଜିଲ୍ଲା କ୍ରୀଡା କମ୍ପ୍ଲେକ୍ସ ଏବଂ ସହରର ଇନଡୋର ଷ୍ଟାଡିୟମରେ ଏହି ରାଲି ଅନୁଷ୍ଠିତ ହେବ।କଟକ, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଏବଂ ନୟାଗଡ ଜିଲ୍ଲାର ଅଗ୍ନିପଥ ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ ନିମନ୍ତେ ୧୮ ଅକ୍ଟୋବର ୨୦୨୪ ଠାରୁ ୨୬ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ ।
ଏହି ନିଯୁକ୍ତି ରାଲି ସମୟରେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)ରେ ଚୟନ ହୋଇଥିବା ପ୍ରାର୍ଥୀମାନେ ଶାରିରୀକ ପରୀକ୍ଷା ଏବଂ ମେଡିକାଲ ପରୀକ୍ଷା ଦେବେ । ଏଥିନିମନ୍ତେ ପ୍ରାର୍ଥୀମାନଙ୍କ ଇ-ମେଲ୍ ଠିକଣାରେ ଆଡମିଟ କାର୍ଡଗୁଡିକ ପଠାଇ ଦିଆଯାଇଛି। ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ www.joinindianarmy.nic.in ରେ ନିଜ ପ୍ରୋଫାଇଲରେ ଲଗ ଇନ୍ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏଥିନିମନ୍ତେ କୌଣସି ପ୍ରଶ୍ନ ଥିଲେ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ଫୋନ ନମ୍ବର ୦୬୭୧-୨୩୦୫୨୮୦ କିମ୍ବା ୯୪୩୭୧୬୨୨୮୦ରେ ଯୋଗାଯୋଗ କରିପାରିବେ । ନିଯୁକ୍ତି ପ୍ରକ୍ରିୟା ସମୟରେ ନିଜର କୌଣସି ଅସଲି ପ୍ରମାଣପତ୍ର କାହାକୁ ନଦେବା ପାଇଁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି । ଏଭଳି କୌଣସି ଖବର ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୁଲିସ୍ କିମ୍ବା ନିଯୁକ୍ତି ରାଲିର ଅଧିକାରୀମାନଙ୍କୁ ଜଣାଇବାକୁ ଅନୁରୋଧ କରାଯାଉଛି ।