ଏପ୍ରିଲ୍ ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ମଧୁବାବୁଙ୍କ ଜନ୍ମମାଟିରୁ କରିବେ ପ୍ରଚାର
ଭୁବନେଶ୍ୱର ୨୫/୦୪: ଆସନ୍ତା ୨୮ ତାରିଖ ରବିବାର କଟକ ଆସୁଛନ୍ତି ରାହୁଲ ଗାନ୍ଧି । ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସାଲେପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ରାଜ୍ୟ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନର ପ୍ରଚାର ଅଭିଯାନ ଆରମ୍ଭ କରିବ । ଶ୍ରୀ ଗାନ୍ଧି ସତ୍ୟଭାମାପୁରରେ ମଧୁବାବୁ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ନିଶ୍ଚିନ୍ତକୋଇଲି କୁଳିଆ ପଡ଼ିଆରେ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେବେ । କଟକ, କେନ୍ଦ୍ରାପଡା ସମେତ ଆଖପାଖ ଅନ୍ୟ ଜିଲ୍ଲାରୁ ୧ଲକ୍ଷରୁ ଅଧିକ କଂଗ୍ରେସ କର୍ମୀ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୮ ତାରିଖ ହେଉଛି ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ମଧୁସୂଦନ ଦାସଙ୍କ ଜୟନ୍ତୀ । ତେଣୁ ମଧୁବାବୁଙ୍କ ଜନ୍ମମାଟିରୁ କଂଗ୍ରେସ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବ କ୍ରମେ ମଧୁବାବୁଙ୍କ ଜନ୍ମମାଟିରେ ରାହୁଲ ଓଡ଼ିଶା କଂଗ୍ରେସ କର୍ମୀ ଓ ନେତାଙ୍କୁ ବିଜୟ ମନ୍ତ୍ର ଦେବେ । ଶିଥିଳ ପଡ଼ି ଆସୁଥିବା ସଂଗଠନକୁ ଉତ୍ସାହର ସଂଜୀବନୀ ଦେବେ । ରାହୁଲଙ୍କ ଏହି ଗସ୍ତ ପାଇଁ କଂଗ୍ରେସ ଶିବିରରେ ପ୍ରସ୍ତୁତି ଜୋର୍ଦାର କରାଯାଇଛି
ଭୁବନେଶ୍ୱର ୨୫/୦୪: ଆସନ୍ତା ୨୮ ତାରିଖ ରବିବାର କଟକ ଆସୁଛନ୍ତି ରାହୁଲ ଗାନ୍ଧି । ସାଲେପୁର ଓ ନିଶ୍ଚିନ୍ତକୋଇଲିରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସାଲେପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ରାଜ୍ୟ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନର ପ୍ରଚାର ଅଭିଯାନ ଆରମ୍ଭ କରିବ ।
ଶ୍ରୀ ଗାନ୍ଧି ସତ୍ୟଭାମାପୁରରେ ମଧୁବାବୁ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ନିଶ୍ଚିନ୍ତକୋଇଲି କୁଳିଆ ପଡ଼ିଆରେ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେବେ । କଟକ, କେନ୍ଦ୍ରାପଡା ସମେତ ଆଖପାଖ ଅନ୍ୟ ଜିଲ୍ଲାରୁ ୧ଲକ୍ଷରୁ ଅଧିକ କଂଗ୍ରେସ କର୍ମୀ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତା ୨୮ ତାରିଖ ହେଉଛି ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ମଧୁସୂଦନ ଦାସଙ୍କ ଜୟନ୍ତୀ । ତେଣୁ ମଧୁବାବୁଙ୍କ ଜନ୍ମମାଟିରୁ କଂଗ୍ରେସ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ପ୍ରଦେଶ କଂଗ୍ରେସ କମିଟିର ପ୍ରସ୍ତାବ କ୍ରମେ ମଧୁବାବୁଙ୍କ ଜନ୍ମମାଟିରେ ରାହୁଲ ଓଡ଼ିଶା କଂଗ୍ରେସ କର୍ମୀ ଓ ନେତାଙ୍କୁ ବିଜୟ ମନ୍ତ୍ର ଦେବେ । ଶିଥିଳ ପଡ଼ି ଆସୁଥିବା ସଂଗଠନକୁ ଉତ୍ସାହର ସଂଜୀବନୀ ଦେବେ । ରାହୁଲଙ୍କ ଏହି ଗସ୍ତ ପାଇଁ କଂଗ୍ରେସ ଶିବିରରେ ପ୍ରସ୍ତୁତି ଜୋର୍ଦାର କରାଯାଇଛି