ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଯେତେ ଅଧିକ ଭୋଟ ହେବ, ଆମର ଗଣତନ୍ତ୍ର ସେତେ ଶକ୍ତିଶାଳୀ ହେବ। ଆମର ଯୁବ ଭୋଟର ତଥା ଦେଶର ମହିଳା ଶକ୍ତି ପାଇଁ ମୋର ଏକ ବିଶେଷ ନିବେଦନ ଅଛି ଯେ ସେମାନେ ଭୋଟ ଦେବା ପାଇଁ ଉତ୍ସାହର ସହିତ ଆଗକୁ ଆସିବା ଉଚିତ୍‌। ଆପଣଙ୍କ […] The post ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଯେତେ ଅଧିକ ଭୋଟ ହେବ, ଆମର ଗଣତନ୍ତ୍ର ସେତେ ଶକ୍ତିଶାଳୀ ହେବ। ଆମର ଯୁବ ଭୋଟର ତଥା ଦେଶର ମହିଳା ଶକ୍ତି ପାଇଁ ମୋର ଏକ ବିଶେଷ ନିବେଦନ ଅଛି ଯେ ସେମାନେ ଭୋଟ ଦେବା ପାଇଁ ଉତ୍ସାହର ସହିତ ଆଗକୁ ଆସିବା ଉଚିତ୍‌। ଆପଣଙ୍କ ଭୋଟ ଆପଣଙ୍କ ସ୍ବର।
ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଭାଜପାରୁ ଓମ୍‌ ବିର୍ଲା ଏବଂ ହେମା ମାଳିନୀଙ୍କ ସମେତ ୧,୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ୧.୬୭ ଲକ୍ଷ ଭୋଟକେନ୍ଦ୍ରରେ ୧୬ ଲକ୍ଷରୁ ଅଧିକ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ୧୫.୮୮ କୋଟିରୁ ଊର୍ଦ୍ଧ୍ୱ ଭୋଟର ଏହି ପର୍ଯ୍ୟାୟରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଭୋଟରଙ୍କ ମଧ୍ୟରୁ ୮.୦୮ କୋଟି ପୁରୁଷ ଏବଂ ୭.୮ କୋଟି ମହିଳା ହୋଇଥିବାବେଳେ ୫,୯୨୯ ତୃତୀୟ ଲିଙ୍ଗ ରହିଛନ୍ତି। ୩୪.୮ ଲକ୍ଷ ନୂଆ ଭୋଟର ଏଥର ପ୍ରଥମ ଥର ଭୋଟ ଦେବେ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିହାରର ୪ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ବୁଥରେ ମତଦାନ ସମୟ ବଢ଼ାଇଛନ୍ତି। ମଧ୍ୟପ୍ରଦେଶର ବେଟୁଲ ଆସନର ବିଏସ୍‌ପି ପ୍ରାର୍ଥୀଙ୍କ ପରଲୋକ ଯୋଗୁ ସେଠାର ନିର୍ବାଚନକୁ ତୃତୀୟ ପର୍ଯ୍ୟାୟକୁ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧,୨୦୨ ପ୍ରାର୍ଥୀଙ୍କ ମଧ୍ୟରୁ ୧,୦୯୮ ଜଣ ପୁରୁଷ ହୋଇଥିବାବେଳେ ୧୦୨ ଜଣ ମହିଳା ଏବଂ ୨ ଜଣ ତୃତୀୟ ଲିଙ୍ଗ ପ୍ରାର୍ଥୀ ରହିଛନ୍ତି। ପୋଲିଂ ପାର୍ଟି ଏବଂ ସୁରକ୍ଷା କର୍ମୀମାନଙ୍କୁ ନେବାଆଣିବା କରିବା ନିମନ୍ତେ ୩ଟି ହେଲିକପ୍ଟର, ୪ଟି ସ୍ବତନ୍ତ୍ର ଟ୍ରେନ୍‌ ଏବଂ ପାଖାପାଖି ୮୦,୦୦୦ ଯାନ ନିୟୋଜିତ ହୋଇଛି। ୫୦ ପ୍ରତିଶତ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ ହେବାକୁ ଥିବାବେଳେ ସବୁ ଭୋଟ କେନ୍ଦ୍ରରେ ମାଇକ୍ରୋ-ଅବ୍‌ଜରଭର ରହିବେ। ଏହି ପର୍ଯ୍ୟାୟର ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଶଶୀ ଥରୁର, ଅଭିନେତାରୁ ରାଜନେତା ହୋଇଥିବା ଅରୁଣ ଗୋଭିଲ, ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ରହିଛନ୍ତି। ଗତ ୧୯ ତାରିଖ ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ହୋଇଥିଲା। ମତଦାନ ହାର ୬୫.୫ ପ୍ରତିଶତ ଥିଲା। ଦ୍ୱିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ ଆସନ, କର୍ନାଟକର ୨୮ରୁ ୧୪ ଆସନ, ରାଜସ୍ଥାନର ୧୩, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ୮ଟି ଲେଖାଏ, ମଧ୍ୟପ୍ରଦେଶର ୭, ଆସାମ ଓ ବିହାରର ୫ଟି ଲେଖାଏ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି ଲେଖାଏ ଏବଂ ମଣିପୁର, ତ୍ରିପୁରା ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏ ଆସନରେ ମତଦାନ ହେବାକୁ ଯାଉଛି।

The post ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.