ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ

ଝରିଗାଁ,୧୮ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଝରିଗାଁ ଏବଂ ଚଚା ମଣ୍ଡିରେ ମଧ୍ୟ ଧାନର ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ ଦେଖାଦେଇଛି। କିଛି ଚାଷୀଙ୍କ ଧାନ ପରୀକ୍ଷା ପରେ ଏଫ୍‌ଏକ୍ୟୁ ମାନର ଧାନ ହୋଇ ନ ଥିବାରୁ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣା ଯାଇ ନ ଥିବା ସୂଚନା ମିଳିଛି। ମଙ୍ଗଳବାର ଚଚା ଠାରେ ଧାନମଣ୍ଡି ଥିବା ବେଳେ ବୁଧବାର ସକାଳୁ ଚାଷୀମାନେ ବିକ୍ରି ପାଇଁ ଧାନ ନେଇ ଆସିଥିଲେ। ଲ୍ୟାମ୍ପ୍‌ସ ପରିଚାଳକ […] The post ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ appeared first on Dharitri Odia News.

ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ

ଝରିଗାଁ,୧୮ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଝରିଗାଁ ଏବଂ ଚଚା ମଣ୍ଡିରେ ମଧ୍ୟ ଧାନର ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ ଦେଖାଦେଇଛି। କିଛି ଚାଷୀଙ୍କ ଧାନ ପରୀକ୍ଷା ପରେ ଏଫ୍‌ଏକ୍ୟୁ ମାନର ଧାନ ହୋଇ ନ ଥିବାରୁ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣା ଯାଇ ନ ଥିବା ସୂଚନା ମିଳିଛି।

ମଙ୍ଗଳବାର ଚଚା ଠାରେ ଧାନମଣ୍ଡି ଥିବା ବେଳେ ବୁଧବାର ସକାଳୁ ଚାଷୀମାନେ ବିକ୍ରି ପାଇଁ ଧାନ ନେଇ ଆସିଥିଲେ। ଲ୍ୟାମ୍ପ୍‌ସ ପରିଚାଳକ ନରସିଂହ ଗୌଡ଼, ଯୋଗାଣ ନିରୀକ୍ଷକ ସଚିନମୟ ରଥ ଓ ଆରଏମ୍‌ସି କର୍ମଚାରୀ ପ୍ରମୁଖଙ୍କ ଉପସ୍ଥିତିରେ କିଛି ଚାଷୀଙ୍କ ଧାନକୁ ପରୀକ୍ଷା କରିଥିଲେ। ଧାନ ପରୀକ୍ଷା ପରେ ଏଫ୍‌ଏକ୍ୟୁ ମାନର ଧାନ ହୋଇ ନ ଥିବା ଦର୍ଶାଇଥିଲେ। ପରେ ଅନ୍ୟ ଚାଷୀମାନେ ମଧ୍ୟ ଧାନ ପରୀକ୍ଷା କରିବା ପାଇଁ ଇଚ୍ଛା ପ୍ରକାଶ କରି ନ ଥିଲେ। ଶେଷରେ ଚାଷୀମାନେ ଧାନମଣ୍ଡିରେ ଧାନ ରଖି ନିରାଶ ହୋଇ ଫେରି ଆସିଥିଲେ। ବର୍ତ୍ତମାନ ଚଚା ଧାନମଣ୍ଡିରେ ୯୨ ଜଣ ଚାଷୀଙ୍କ ୯୬୦୮ ବସ୍ତା ଧାନ ପଡ଼ି ରହିଥିବା ସୂଚନା ମିଳିଛି।
ସେହିପରି ଝରିଗାଁ ଧାନମଣ୍ଡିରେ ୫୫ ଜଣ ଚାଷୀଙ୍କ ୫୮୮୬ ବସ୍ତା ଧାନ,ଏକମ୍ବା ମଣ୍ଡିରେ ୧୮ ଜଣ ଚାଷୀଙ୍କ ୮୪୧ ବସ୍ତା ଧାନ ଏବଂ ବେଲଗାଁ ମଣ୍ଡିରେ ଆଜି ପର୍ଯ୍ୟନ୍ତ ୧୭ ଜଣ ଚାଷୀଙ୍କ ୧୬୫୮ ବସ୍ତା ଧାନ ପଡ଼ିଛି। ତେବେ ଝରିଗାଁ ବ୍ଲକରେ କେଜିଏ ଧାନ ଚାଷୀଙ୍କଠାରୁ କିଣା ଯାଇ ନ ଥିବା ବେଳେ କେବେ ଏଫ୍‌ଏକ୍ୟୁ ଧାନର ବିବାଦ ଛିଣ୍ଡିବ ଏବଂ ଚାଷୀ କେବେ ମଣ୍ଡିରେ ଧାନ ବିକ୍ରି କରିବେ ସେନେଇ ସଠିକ ସୂଚନା କାହା ପାଖରେ ନାହିଁ।

The post ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ appeared first on Dharitri Odia News.