ଜିତିବାର ଅନେକ ବାପା, ହାରିବାର କେବଳ ଜଣେ, କାହିଁକି ଏମିତି କହିଲେ ଫଡନବିସ୍
ମୁମ୍ବାଇ,୮ା୬: ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ବାହାରିଛି ଏବଂ ବର୍ତ୍ତମାନ ଏହାର ସମୀକ୍ଷା ଚାଲିଛି। ୪୮ଟି ଲୋକ ସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଭାଜପାର ପ୍ରଦର୍ଶନ ଏଥର ଆଶା କରାଯାଉଥିବାଠାରୁ ବହୁତ କମ୍ ଥିଲା। ଦଳର ଖରାପ ପ୍ରଦର୍ଶନ ପାଇଁ ଦାୟିତ୍ୱ ଗ୍ରହଣ କରି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଫଡନବିସ୍ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ଶନିବାର ଫଡନବିସ୍ କହିଛନ୍ତି, ସଫଳତାର ଅନେକ ବାପା ଅଛନ୍ତି, […] The post ଜିତିବାର ଅନେକ ବାପା, ହାରିବାର କେବଳ ଜଣେ, କାହିଁକି ଏମିତି କହିଲେ ଫଡନବିସ୍ appeared first on Dharitri Odia News.
ମୁମ୍ବାଇ,୮ା୬: ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ବାହାରିଛି ଏବଂ ବର୍ତ୍ତମାନ ଏହାର ସମୀକ୍ଷା ଚାଲିଛି। ୪୮ଟି ଲୋକ ସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଭାଜପାର ପ୍ରଦର୍ଶନ ଏଥର ଆଶା କରାଯାଉଥିବାଠାରୁ ବହୁତ କମ୍ ଥିଲା। ଦଳର ଖରାପ ପ୍ରଦର୍ଶନ ପାଇଁ ଦାୟିତ୍ୱ ଗ୍ରହଣ କରି ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଫଡନବିସ୍ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ଶନିବାର ଫଡନବିସ୍ କହିଛନ୍ତି, ସଫଳତାର ଅନେକ ବାପା ଅଛନ୍ତି, ହାରିବାର କେବଳ ଜଣେ। ସେ କହିଛନ୍ତି, ଯେତେବେଳେ ସେ ଏହି ପଦ ଛାଡ଼ି ପାର୍ଟି ପାଇଁ କାମ କରିବାକୁ ପ୍ରସ୍ତାବ ଦେଇଥିଲେ, ସେତେବେଳେ ଏହାକୁ ଭିନ୍ନ ଭାବରେ ନିଆଯାଇଥିଲା। ମହାରାଷ୍ଟ୍ରରେ ପରାଜୟର ଦାୟିତ୍ୱ ମୁଁ ନେଇଥିଲି, କିନ୍ତୁ ମୁଁ ନିରାଶ ହୋଇନାହିଁ। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିଷୟରେ ମଧ୍ୟ ସେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମ୍ପର୍କରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେ କହିଛନ୍ତି, ପୁଣିଥରେ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି। ମହାରାଷ୍ଟ୍ରରେ ଆଶା କରାଯାଉଥିବା ସଫଳତା ହାସଲ ହୋଇପାରିଲା ନାହିଁ, ଏହାର କାରଣ ଖୋଜି ବାହାର କରିବା ଆବଶ୍ୟକ। ସଫଳତାର ଅନେକ ପିତା ଅଛନ୍ତି, କିନ୍ତୁ ବିଫଳତାର କେବଳ ଜଣେ। ମହାରାଷ୍ଟ୍ରରେ ପରାଜୟର ଦାୟିତ୍ୱ ମୁଁ ନେଇଥିଲି। ମୁଁ କହିଲି ମୋତେ ସରକାରରୁ ମୁକ୍ତ କରାଯିବା ଉଚିତ ଏବଂ ସଂଗଠନ ପାଇଁ କାମ କରିବାର ସୁଯୋଗ ଦିଆଯାଉ। ଦେବେନ୍ଦ୍ର ଏପରି ଜଣେ ବ୍ୟକ୍ତି ନୁହଁନ୍ତି ଯିଏ ନିରାଶ ଅନୁଭବ କରୁଛନ୍ତି … ଏହା ଠିକ ନୁହେଁ। ଅମିତ ଶାହା କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ କାମ ଚାଲିଛି, ଏହାକୁ ଜାରି ରଖନ୍ତୁ। ପରେ ଦେଖିବା।
ଉଦ୍ଧବଙ୍କୁ ନେଇ ଫଡନବିସ୍ କହିଛନ୍ତି, ଉଦ୍ଧବଙ୍କ ସମୟରେ ମହାରାଷ୍ଟ୍ର ବହୁତ କମ୍ ଥିଲା, କିନ୍ତୁ ମୁଁ ଆସିବା ପରେ ମହାରାଷ୍ଟ୍ରରେ ସର୍ବାଧିକ ପୁଞ୍ଜି ବିନିଯୋଗ ଆସିଛି। ଏହା ସତ୍ତ୍ୱେ ଏମ୍ଭିଏ ମିଛ କାହାଣୀ ପ୍ରସ୍ତୁତ କଲା। ଅନ୍ୟ ଏକ କାହାଣୀ ପ୍ରସ୍ତୁତ କରାଯାଇଥିଲା ଯେ, ଉଦ୍ଧବ ଠାକରେଙ୍କର ସହାନୁଭୂତି ଥିଲା, କିନ୍ତୁ ଏହା କେଉଁଠାରେ ଦେଖାଗଲା। ଥାନେ, କୋଙ୍କଣ, ପଲଘର, ରାୟଗଡ଼ ଭଳି ସ୍ଥାନରେ ଉଦ୍ଧବଙ୍କ ଦଳ ଗୋଟିଏ ବି ସ୍ଥାନ ପାଇ ନ ଥିଲେ। ମୁମ୍ବାଇରେ ଉଦ୍ଧବ ମରାଠୀ ଭୋଟ ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭୋଟ୍ ଯୋଗୁ ଜିତିଥିଲେ। ସେ ମରାଠୀ ଲୋକଙ୍କ ଭୋଟ୍ ପାଇଲେ ନ ଥିଲେ। କବଳ ମୁସଲମାନ ଭୋଟ୍ ହେତୁ ଉଦ୍ଧବ ମୁମ୍ବାଇରେ ଜିତିଥିଲେ। ମୁଁ ଅନେକ ସ୍ଥାନରେ କେବଳ ଗୋଟିଏରୁ ତିନି ପ୍ରତିଶତ ଭୋଟ୍ ହରାଇଛି। ମୋ’ ଭୋଟ୍ ପାଇଁ ନୁହେଁ, ଅନ୍ୟର ଭୋଟ୍ ହେତୁ ମୁଁ ହାରିଛି।
The post ଜିତିବାର ଅନେକ ବାପା, ହାରିବାର କେବଳ ଜଣେ, କାହିଁକି ଏମିତି କହିଲେ ଫଡନବିସ୍ appeared first on Dharitri Odia News.