ଏଫ୍‌ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା, ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗ କମିଟି

ବାଲେଶ୍ୱର ୧୮/୦୭: ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି । ଏହି କମିଟି ୧୮ ଓ ୧୯ ତାରିଖ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବ । ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ସଦସ୍ୟମାନେ ବ୍ୟକ୍ତିଗତ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କିତ ଚିଠି ଗୁରୁବାର କଲେଜର ଭାରପ୍ରାପ୍ତ  ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ନିକଟକୁ ଆସିଛି । ଇଣ୍ଟିଗ୍ରେଟେଡ୍‌ ବିଇଡି ବିଭାଗର ଛାତ୍ରୀ  ସୌମ୍ୟାଶ୍ରୀ ଜୁନ୍‌ ୩୦ ତାରିଖରେ ନିଜ ବିଭାଗର ଏଚ୍‌ଓଡିଙ୍କ ବିରୋଧରେ ପ୍ରଥମେ  ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ଜୁଲାଇ୧ରେ କଲେଜ ପକ୍ଷରୁ ଇଣ୍ଟରନାଲ କମ୍ପେ୍ଲନ୍‌ କମିଟି (ଆଇସିସି) ଗଠନ କରାଯାଇଥିଲା । ଏଚ୍‌ଓଡିଙ୍କ ବିରୋଧରେ ତଦନ୍ତ କରି ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ସେହିଦିନ ସୌମ୍ୟାଶ୍ରୀ କମିଟିକୁ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ମହାବିଦ୍ୟାଳୟର ୩ଜଣ ଛାତ୍ରୀ ପୂର୍ବରୁ  ଆଇସିସି କମିଟିରେ ରହିଥିଲେ । ଘଟଣା ପରେ ଆଇସିସି କମିଟିରେ ରହିଥିବା ୩ଜଣ  ଛାତ୍ରୀଙ୍କ ସହଯୋଗକୁ ନେଇ ପ୍ରଶ୍ନ ଉଠିଥିଲା । ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀ  ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର  ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର  ଉଚ୍ଚସ୍ତରୀୟ

ଏଫ୍‌ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା, ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗ କମିଟି

ବାଲେଶ୍ୱର ୧୮/୦୭: ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି । ଏହି କମିଟି ୧୮ ଓ ୧୯ ତାରିଖ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବ । ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ସଦସ୍ୟମାନେ ବ୍ୟକ୍ତିଗତ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

ଏ ସମ୍ପର୍କିତ ଚିଠି ଗୁରୁବାର କଲେଜର ଭାରପ୍ରାପ୍ତ  ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ନିକଟକୁ ଆସିଛି । ଇଣ୍ଟିଗ୍ରେଟେଡ୍‌ ବିଇଡି ବିଭାଗର ଛାତ୍ରୀ  ସୌମ୍ୟାଶ୍ରୀ ଜୁନ୍‌ ୩୦ ତାରିଖରେ ନିଜ ବିଭାଗର ଏଚ୍‌ଓଡିଙ୍କ ବିରୋଧରେ ପ୍ରଥମେ  ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ଜୁଲାଇ୧ରେ କଲେଜ ପକ୍ଷରୁ ଇଣ୍ଟରନାଲ କମ୍ପେ୍ଲନ୍‌ କମିଟି (ଆଇସିସି) ଗଠନ କରାଯାଇଥିଲା । 

ଏଚ୍‌ଓଡିଙ୍କ ବିରୋଧରେ ତଦନ୍ତ କରି ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ସେହିଦିନ ସୌମ୍ୟାଶ୍ରୀ କମିଟିକୁ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ମହାବିଦ୍ୟାଳୟର ୩ଜଣ ଛାତ୍ରୀ ପୂର୍ବରୁ  ଆଇସିସି କମିଟିରେ ରହିଥିଲେ । ଘଟଣା ପରେ ଆଇସିସି କମିଟିରେ ରହିଥିବା ୩ଜଣ  ଛାତ୍ରୀଙ୍କ ସହଯୋଗକୁ ନେଇ ପ୍ରଶ୍ନ ଉଠିଥିଲା । 

ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀ  ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର  ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର  ଉଚ୍ଚସ୍ତରୀୟ କମିଟି ଆସିବା ଏବଂ ସମସ୍ତ  ଆଇସିସି ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ  ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ୬ଜଣ ସଦସ୍ୟ ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ. ଜୟଶ୍ରୀ ମିଶ୍ର, ପଦାର୍ଥବିଜ୍ଞାନର ସହକାରୀ ପ୍ରଫେସର ଡ. ମୌସୁମୀ ଦାସ୍‌, ଇଂରାଜୀ ବିଭାଗର ସହକାରୀ ପ୍ରଫେସର ଡ. ମିନତୀ  ସେଠୀ, ବରିଷ୍ଠ ସହାୟକ ପ୍ରଭାତ କୁମାର  ମହାରଣା, ଲାବରେଟୋରି ଆସିଷ୍ଟାଣ୍ଟ ବନ୍ଦିତା ପରିଡ଼ା, ବାଲେଶ୍ୱର ନାରୀ ସଂଘ ସଭାପତି  ଗୋପାମୁଦ୍ରା ମହାପାତ୍ରଙ୍କ ବ୍ୟତୀତ ଓମ୍‌କାର  ରାଉତ, ମୋହିତ କୁମାର ସାହୁ, ଦୀପ୍ତେଶୁ ଦେ, ଜ୍ୟୋତିପ୍ରକାଶ ବିଶ୍ୱାଳ ପ୍ରମୁଖ ୪ଜଣ ଛାତ୍ରଙ୍କ  ନାମ ଚିଠିରେ ଉଲ୍ଲେଖ ରହିଛି । 

ବର୍ତ୍ତମାନ  ଚିକିତ୍ସାଧୀନ ଥିବା ଜ୍ୟୋତିପ୍ରକାଶଙ୍କୁ ବାଦ୍‌ ଦେଇ  ୩ଜଣଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପାଢ଼ୀ  କହିଛନ୍ତି, ଗୁରୁବାର ଏ ସମ୍ପର୍କରେ ଚିଠି  ମିଳିଛି । ସମସ୍ତ ଆଇସିସି କମିଟିର ସଦସ୍ୟଙ୍କୁ  ହାଜର ହେବା ପାଇଁ ସେଥିରେ ଉଲ୍ଲେଖ ରହିଛି । ୧ ତାରିଖରେ ଯେଉଁ କମିଟି ଗଠନ ହୋଇଥିଲା ସେଥିରେ ୨ଜଣ ଛାତ୍ରୀ ଅନନ୍ୟା ମିଶ୍ର, ରୋଜାରାଣୀ ମହାନ୍ତି ଏବଂ ଜଣେ ଛାତ୍ର ଚନ୍ଦ୍ରକାନ୍ତ ଦାସ୍‌ଙ୍କ ନାମ ରହିଥିଲା । 

ଚନ୍ଦ୍ରକାନ୍ତ ଏହି କମିଟିରେ ନ ରହିବା ପାଇଁ ଦରଖାସ୍ତ  ଦେଇଥିଲେ । ତେଣୁ ଚନ୍ଦ୍ରକାନ୍ତଙ୍କ ବଦଳରେ ଅନ୍ୟଜଣେ ଛାତ୍ରୀ ଶ୍ରେୟାଶ୍ରୀ ମହାପାତ୍ରଙ୍କୁ ଭର୍ତ୍ତି କରାଯାଇଥିଲା । ତେଣୁ ଆମେ ସେହି  ୩ଜଣ ଛାତ୍ରୀଙ୍କୁ ଶୁକ୍ରବାର ଆସିବା ପାଇଁ  ଡକାଇଛୁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।