ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳି
ରାୟପୁର, ୨୮ା୧: ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ଛତିଶଗଡ଼ର ବିଜାପୁର ଜିଲା ଚିକାପଲ୍ଲି ଗ୍ରାମରେ ପ୍ରଥମଥର ପାଇଁ ବିଜୁଳି ପହଞ୍ଚିଛି। ବିଜାପୁର ଜିଲା ମୁଖ୍ୟାଳୟଠାରୁ ୫୦ କି.ମି. ଦୂରରେ ଅବସ୍ଥିତ ଚିକାପଲ୍ଲିରେ ଲୋକମାନେ ବର୍ତ୍ତମାନ ସୁଦ୍ଧା ବିନା ବିଜୁଳିରେ ରହିଆସୁଥିଲେ। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଛତିଶଗଡ଼ ସରକାରଙ୍କ ନୂତନ ‘ନିୟଦ ନେଲାନ୍ନାର ଯୋଜନା’ ଅନ୍ତର୍ଗତ ଚିକାପଲ୍ଲି ଗ୍ରାମରେ ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ବିଜୁଳି […] The post ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳି appeared first on Dharitri Odia News.
ରାୟପୁର, ୨୮ା୧: ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ଛତିଶଗଡ଼ର ବିଜାପୁର ଜିଲା ଚିକାପଲ୍ଲି ଗ୍ରାମରେ ପ୍ରଥମଥର ପାଇଁ ବିଜୁଳି ପହଞ୍ଚିଛି। ବିଜାପୁର ଜିଲା ମୁଖ୍ୟାଳୟଠାରୁ ୫୦ କି.ମି. ଦୂରରେ ଅବସ୍ଥିତ ଚିକାପଲ୍ଲିରେ ଲୋକମାନେ ବର୍ତ୍ତମାନ ସୁଦ୍ଧା ବିନା ବିଜୁଳିରେ ରହିଆସୁଥିଲେ। ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ମୌଳିକ ସୁବିଧା ଯୋଗାଇଦେବା ପାଇଁ ଛତିଶଗଡ଼ ସରକାରଙ୍କ ନୂତନ ‘ନିୟଦ ନେଲାନ୍ନାର ଯୋଜନା’ ଅନ୍ତର୍ଗତ ଚିକାପଲ୍ଲି ଗ୍ରାମରେ ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ବିଜୁଳି ସଂଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଚିକାପଲ୍ଲିକୁ ମିଶାଇ ବିଜାପୁର ଜିଲାର ୬ଟି ଗ୍ରାମରେ ‘ନିୟଦ ନେଲାନ୍ନାର ଯୋଜନା’ରେ ବିଜୁଳି ସଂଯୋଗ କରାଯାଇଥିବା ଜିଲାପାଳ ସମ୍ବିତ ମିଶ୍ରା ସୂଚନା ଦେଇଛନ୍ତି। ଆସନ୍ତା ମାସଗୁଡ଼ିକରେ ମଧ୍ୟ ଏହି ଯୋଜନାରେ ଆହୁରି ଅନେକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗ୍ରାମଗୁଡ଼ିକରେ ବିଜୁଳି ସଂଯୋଗ କରାଯିବ ବୋଲି ସେ କହିଛନ୍ତି।
ବିଜାପୁର ପରି ଛତିଶଗଡ଼ର ମାଓ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଚିକାପଲ୍ଲିରେ ବିଜୁଳି ସଂଯୋଗ ହେବା ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ବିଜୁଳି ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ବାତାବରଣ ଖେଳିଯାଇଥିବା ସହ ସେମାନଙ୍କ ମୁହଁରେ ନୂତନ ଆଶାର ଝଲକ ଦେଖିବାକୁ ମିଳିଛି। ଏହା ଗ୍ରାମ ପାଇଁ ଏକ ନୂତନ ଅଧ୍ୟାୟ ସଦୃଶ ହୋଇଥିବା ଗ୍ରାମବାସୀ କହିଛନ୍ତି। ଏହି ମାଓ ପ୍ରଭାବିତ ଗ୍ରାମର ବାସିନ୍ଦାଙ୍କ ପାଇଁ ରାସ୍ତା, ଜଳ, ସ୍ବାସ୍ଥ୍ୟସେବା ଆଦି ଅନେକ ମୌଳିକ ସୁବିଧା ବର୍ତ୍ତମାନ ପର୍ଯ୍ୟନ୍ତ ଅପହଞ୍ଚ ରହିଛି। ତେବେ ଗ୍ରାମକୁ ବିଜୁଳି ସଂଯୋଗ ହେବା ପରେ ଖୁବ୍ଶୀଘ୍ର ଅନ୍ୟାନ୍ୟ ମୌଳିକ ସୁବିଧାଗୁଡ଼ିକ ମଧ୍ୟ ମିଳିବ ବୋଲି ଚିକାପଲ୍ଲି ଗ୍ରାମର ଗ୍ରାମବାସୀ ଆଶାପ୍ରକଟ କରିଛନ୍ତି।
ବିଜୁଳି ଆସିବା ପରେ ଗ୍ରାମର ପ୍ରତ୍ୟେକ ଘର କେବଳ ଆଲୋକିତ ହୋଇନାହିଁ ବରଂ ଗ୍ରାମରେ ଅନ୍ୟାନ୍ୟ ବିକାଶ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ଦେଖିବାକୁ ମିଳିବ। ଏହାଦ୍ୱାରା ସେମାନଙ୍କ ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ଗ୍ରାମବାସୀ କହିଛନ୍ତି। ଏବେ ସେମାନେ ରାତିରେ ମଧ୍ୟ ସୁରକ୍ଷିତ ଅନୁଭବ କରିବେ ଏବଂ ପାଠପଢ଼ାରେ ପିଲାମାନଙ୍କୁ କୌଣସି ବାଧାବିଘ୍ନ ଆସିବ ନାହିଁ। ଗ୍ରାମର ପିଲାମାନେ ଉନ୍ନତ ଶିକ୍ଷା ପାଇବାକୁ ସକ୍ଷମ ହେବା ସହ ସେମାନେ ରାତିରେ ମଧ୍ୟ ପଢ଼ିପାରିବେ। ରାତିରେ ବିଭିନ୍ନ କାମ କରିବାକୁ ଏବେଠାରୁ ସହଜ ହେବ ବୋଲି ଗ୍ରାମବାସୀ କହିଛନ୍ତି।
The post ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳି appeared first on Dharitri Odia News.